ପୁରୁଣା ୫୦୦ ଟଙ୍କା ବଦଳରେ ଏହି ଉପାୟରେ ପାଆନ୍ତୁ ୧୦ ହଜାର ଟଙ୍କା !
Advertisement

ପୁରୁଣା ୫୦୦ ଟଙ୍କା ବଦଳରେ ଏହି ଉପାୟରେ ପାଆନ୍ତୁ ୧୦ ହଜାର ଟଙ୍କା !

ଯଦି ଆପଣଙ୍କ ପାଖରେ ପୁରୁଣା ୫୦୦ ଟଙ୍କିଆ ନୋଟ ଅଛି ତେବେ ଆପଣ ଘରେ ବସି ବସି ରୋଜଗାର କରିପାରିବେ ୧୦ ହଜାର ଟଙ୍କା । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ ଏବଂ ତାହା ଦୁର୍ଲଭ ତେବେ ଏହାର ଦାମ ହଜାର ହଜାର ହୋଇପାରେ।

ପୁରୁଣା ୫୦୦ ଟଙ୍କା ବଦଳରେ ଏହି ଉପାୟରେ ପାଆନ୍ତୁ ୧୦ ହଜାର ଟଙ୍କା !

ନୂଆଦିଲ୍ଲୀ:  କଣ ଆପଣ କମ ସମୟ ମଧ୍ୟରେ ହଜାର ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏହା ହେଉଛି ସବୁଠାରୁ ଭଲ ଉପାୟ । ଯଦି ଆପଣଙ୍କ ପାଖରେ ପୁରୁଣା ୫୦୦ ଟଙ୍କିଆ ନୋଟ ଅଛି ତେବେ ଆପଣ ଘରେ ବସି ବସି ରୋଜଗାର କରିପାରିବେ ୧୦ ହଜାର ଟଙ୍କା । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ ଏବଂ ତାହା ଦୁର୍ଲଭ ତେବେ ଏହାର ଦାମ ହଜାର ହଜାର ହୋଇପାରେ। ତେବେ ଜାଣିରଖନ୍ତୁ ଏହା ପଛର କିଛି ଖାସ୍ କଥା...

ଭାରତୀୟ ରିଜର୍ଭ ବ୍ୟାଙ୍କ( Reserve Bank Of India) ଯେଉଁ ବି ନୋଟ ଛାପେ, ତାହୁ ବହୁତ ସାବଧାନତା ଅବଲମ୍ବନ କରି ଛାପିଥାଏ । ସବୁ ପ୍ରକାରର ନୋଟର ନିଜସ୍ୱ ପାର୍ଟନ ବା ଛପାଶୈଳି ଥାଏ । ତେବେ ଆପଣ ଦେଖିଥିବେ ଯେ, ସବୁ ପ୍ରକାରର ନୋଟ ସମାନ ଦେଖାଯାଏ। ମାତ୍ର ନୋଟ ଛାପିବା ସମୟରେ ଯଦି କିଛି ଭୁଲ ବା ଅଲଗା ଛପା ହୋଇଯାଏ ଓ ତାହା ବାହାର ବଜାରକୁ ଆସିଯାଏ ତେବେ ତାହା ବହୁତ ଖାସ ହୋଇଥାଏ । ଲୋକମାନେ ଏହି ନୋଟର ବହୁ ଗୁଣ ଟଙ୍କା ଦେଇ କିଣିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ସେହିପରି ନୋଟବନ୍ଦୀ ପରେ ପୁରୁଣା ୫୦୦ ନୋଟ ଏବେ ରେୟାର କ୍ୟାଟୋଗୋରୀରେ ଆସିଗଲାଣି ।

Also Read: ଓଡ଼ିଶାରୁ ଖସି ଆନ୍ଧ୍ରରେ ଧରା ପଡ଼ିଲା ମଦ ଓ ଗୁଟଖା

ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କାର ପୁରୁଣା ନୋଟ (Old Note)ଅଛି ତେବେ ତୁରନ୍ତ ତାର ଯାଞ୍ଚ କରନ୍ତୁ । ସେହି ନୋଟର ସିରିୟଲ ନମ୍ବର ବାରମ୍ବାର ପ୍ରିଣ୍ଟ ହୋଇନାହିଁ ତ । ଯଦି ଆପଣଙ୍କ ପାଖରେ ଏମିତି ନୋଟ ଅଛି ତେବେ ଏହି ପୁରୁଣା ନୋଟ ବଦଳରେ ୫୦୦୦ ହଜାର ଟଙ୍କା ମିଳିବ । ଏହାଦ୍ୱାରା ଯଦି ୫୦୦ ନୋଟରେ ଏକ୍ସଟ୍ରା କାଗଜ ଲାଗିରହିଥାଏ ତେବେ ଏହା ବଦଳରେ ଆପଣଙ୍କୁ ୧୦,୦୦୦ ଟଙ୍କା ପାଇପାରନ୍ତି । ଏହାର ମାନେ ଆପଣଙ୍କ ୫୦୦ ଟଙ୍କାର ପୁରୁଣା ନୋଟ ଆପଣଙ୍କୁ ଏକ ମୋଟା ଅଙ୍କର ରାଶି ଦେଇପାରେ । ମାତ୍ର ଏହାକୁ ନେଇ ମଧ୍ୟ କିଛି ସର୍ତ୍ତ ରହିଛି । ଏହାକୁ ଜାଣିବାକୁ ହେଲେ ବା ଯାଞ୍ଚ କରିବାକୁ ଆପଣଙ୍କୁ ୱେବସାଇଟ (Website)କୁ ଯିବାକୁ ହେବ ।

Also Read: ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ

ଏହି ଖାସ୍ ଓ ସ୍ପେଶାଲ ନୋଟ କୁ ଅନଲାଇନ ବିକ୍ରୀ କରିବାକୁ ହେଲେ ଆପଣ 'oldindiancoins.com' ୱେବସାଇଟକୁ ଯିବାକୁ ହେବ । ଏଠାରେ ସବୁଠାରୁ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ ଆପଣ ପୁରୁଣା ୫୦୦ ଟଙ୍କାର ଏକ ସଫା ଚିତ୍ର ଅପଲୋଡ କରିବାକୁ ପଡ଼ିବ । ତଥାପି ସେହି ଲୋକ ଆପଣଙ୍କୁ ଯୋଗାଯୋଗ କରିବେ ଯେତେବେଳେ ସେ ବିଜ୍ଞାପନ ଦେଖି ନୋଟ କିଣିବାକୁ ଇଚ୍ଛା ରଖିଥିବେ । ତେବେ ଜଲଦି ଜଲଦି ସେମାନଙ୍କୁ କଲ୍ କରି କଥା ହୁଅନ୍ତୁ ନିଜ ଉଦ୍ୟମରେ ହଜାର ହଜାର ଟଙ୍କା ରୋଜଗାର କରନ୍ତୁ।