ନୂଆଦିଲ୍ଲୀ: ଆଉ କେତେ ଦିନ ଚାଲିବ କୃଷକ ଆନ୍ଦୋଳନ? ୩୯  ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଅନ୍ନଦାତା ଧାରଣାରେ ବସିଛନ୍ତି। ଥରେ କି ଦୁଇଥର ନୁହେଁ ସୋମବାରକୁ ମିଶାଇ ୭ଥର ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ବସିଲାଣି। କିନ୍ତୁ ସବୁଥର ସେହି ସମାନ ଖବର ସାମନାକୁ ଆସୁଛି। କୃଷକ ତାଙ୍କ ଜିଦରେ ଅଡିବସିଥିବା ବେଳେ ସରକାର ସେମାନଙ୍କୁ ତାରିଖ ପରେ ତାରିଖ ଦେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ସୋମବାର ଆନ୍ଦୋଳନରତ କୃଷକ ନେତା ଓ ମୋଦି ସରକାରଙ୍କ ମଧ୍ୟରେ ୭ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଥର ପରି ଏଥର ମଧ୍ୟ କୌଣସି ନିଷ୍କର୍ଷ ବାହାରି ନାହିଁ। ସରକାର ତିନୋଟି ବିବାଦୀୟ ନୂଆ କୃଷି ଆଇନ (New Farm Law) କୁ ପ୍ରତ୍ୟାହାର କରିବାକୁ ଅମଙ୍ଗ। ସେପଟେ କୃଷକମାନେ ମଧ୍ୟ ସେମାନଙ୍କ ଜିଦରେ ଅଟଳ ଅଛନ୍ତି। ଯେପର୍ଯ୍ୟନ୍ତ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ଏବଂ MSP ଗ୍ୟାରେଣ୍ଟି ଆଇନ ତିଆରି କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ (Farmers Protest) ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି।


Also Read: ଚାଷୀଙ୍କ ଆକାଉଣ୍ଟରେ ଆସିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ


ତେବେ ଏଥର ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ବିଜ୍ଞାନ ଭବନ (Vigyan Bhavan) ରେ ୪୦ରୁ ଊର୍ଦ୍ଧ୍ୱ ମୃତ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସମସ୍ତେ ସେମାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ସେପଟେ ୭ମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଥିବା ବେଳେ ଆସନ୍ତା ୮ ତାରିଖ ଅପରାହ୍ଣ ୨ଟାରେ ୮ମ ପର୍ଯ୍ୟାୟ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହି ଦିନ କୌଣସି ଫଳାଫଳ ବାହାରିବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Tomar) କହିଛନ୍ତି। 


ଦିଲ୍ଲୀ ସୀମା (Delhi Border) ରେ କୃଷକଙ୍କ ଆନ୍ଦୋଳନ ଆରମ୍ଭ ହେବାଠାରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୭ ଥର ବୈଠକ ଡାକିଛନ୍ତି। ଏପରିକି କୃଷକ ନିର୍ଦ୍ଧାରଣ କରିଥିବା ତାରିଖକୁ ବି ପରିବର୍ତ୍ତନ କରାଯାଇଛି। ପ୍ରାୟ ସବୁ ବୈଠକରେ ସରକାର ତିନୋଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ କିନ୍ତୁ ସେଥିରେ ସଂଶୋଧନ କରିବେ ବୋଲି କହିଛନ୍ତି। ସେପଟେ କୃଷକ ଆନ୍ଦୋଳନରୁ ନଓହରିଲେ ଆଲୋଚନା ହେବନାହିଁ ବୋଲି ଡିସେମ୍ବର ୩୦ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ।


Also Read: Farmer Protest: ପ୍ରତ୍ୟାହାର ହେବନି ବିବାଦୀୟ କୃଷି ଆଇନ


ସରକାର ଗୋଟିଏ କଥା କହୁଥିବା ବେଳେ କୃଷକ ମଧ୍ୟ ସେମାନଙ୍କ ଦାବିରେ ଅଟଳ ଅଛନ୍ତି। ବାରମ୍ବାର ଦ୍ୱିପାକ୍ଷିକ ବୈଠକ ବସୁଛି, କିନ୍ତୁ ସବୁବେଳେ ଫଳାଫଳ ଶୂନ। ଏହି ପରିପେକ୍ଷୀରେ ଆଲୋଚନାର କୌଣସି ଅର୍ଥ ରହୁନାହିଁ। ଅଯଥାରେ କୃଷକଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ସରକାର ବୈଠକ ନାଁରେ କେବଳ ପ୍ରହସନ କରୁଥିବା ଚର୍ଚ୍ଚା ହେଉଛି।