Sex Before marriage:  ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଅନେକ କଠୋର ନିୟମ ଏବଂ ନିୟମ ପ୍ରସ୍ତୁତ କରାଯାଇଛି। ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତେବେ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଏ। ସମସ୍ତ ବେଆଇନ କାର୍ଯ୍ୟ ପାଇଁ କଠୋର ଆଇନଗତ ଦଣ୍ଡର ବ୍ୟବସ୍ଥା ଅଛି। ତେବେ ଆପଣ ଜାଣନ୍ତି କି ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ଦଣ୍ଡବିଧାନ ରହିଛି। ଏପରିକି ପ୍ରେମୀ ଯୁଗଳଙ୍କୁ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଇଥା। ଆଜି ଆମେ ଆପଣଙ୍କୁ ଏହା ସମ୍ପର୍କରେ କହିବୁ। 


COMMERCIAL BREAK
SCROLL TO CONTINUE READING

ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ପ୍ରେମୀଯୁଗଳମାନେ ଲିଭ-ଇନ-ରିଲେସନସିପରେ ରହିଥାନ୍ତି। ଯଦିଓ ବର୍ତ୍ତମାନ ସମୟରେ ଲିଭ-ଇନ-ରିଲେସନସିପରେ ରହିବା ତ ଦୁରର କଥା, ଯଦି ବିବାହ ପୂର୍ବରୁ ଯଦି କେହି ଶାରିରୀକ ସମ୍ପର୍କ ରକ୍ଷା କରିବାକୁ ଚାହୁଁଛି, ତେବେ ତାଙ୍କୁ ମୃତ୍ୟୁ ଭଳି ଦଣ୍ଡ ଦିଆଯାଇଥାଏ। ଆପଣଙ୍କୁ ଆଜି ଏହି ଆଲେଖ୍ୟ ମାଧ୍ୟମରେ କହିବୁ କି ବିଶ୍ୱର ଏଭଳି ୯ଟି ରାଜ୍ୟ ରହିଛି ଯେଉଁଠାରେ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ। ଏହି ସବୁ ରାଷ୍ଟ୍ରରେ ବିବାହ ପୂର୍ବରୁ ସେକ୍ସ କରିବା ଅପରାଧ ଭାବେ ପରିଗଣିତ ହୋଇଥାଏ। ଏଭଳି କରିବା ଦ୍ୱାରା ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ। 


କତାର (Qatar)
କତାରରେ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ପରିଗଣିତ କରାଯାଇଥାଏ। ଏଠାରେ ବିବାହ ପୂର୍ବରୁ ସେକ୍ସ କରିବା ସମ୍ପୂର୍ଣ୍ଣ ଭାବେ ବ୍ୟାନ ରହିଛି। ଯଦି କେହି ଏଭଳି କରୁଥିବାର ଧରାପଡନ୍ତି ତେବେ ତାଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଥାନ୍ତି। କୌଣସି ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ଏଭଳି କରୁଥିବା ଧରାପଡ଼ନ୍ତି ତେବେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଆଉ ଯଦି କୌଣସି ବିବାହିତ ପୁରୁଷ କୌଣସି ଯୁବତୀଙ୍କ ସହିତ ଏଭଳି କରୁଥିବାର ଜଣାପଡ଼େ ତାଙ୍କୁ ପଥର ମାରି ହତ୍ୟା କରାଯାଇଥାଏ।


ଇରାନ (Iran)
ଇରାନରେ ମଧ୍ୟ ବିବାହ ପୂର୍ବରୁ ସେକ୍ସ କଲେ ଏହାକୁ ଅପରାଧ ଭାବେ ପରିଗଣିତ କରାଯାଇଥାଏ। ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଧରାପଡ଼ିଲେ ୧୦୦ ଚାବୁକ ମାଡ଼ ଦିଆଯାଇଥାଏ। ଏହା ସହିତ ଉଭୟ ପୁଅ ଓ ଝିଅଙ୍କୁ ପଥର ମାଡ଼ କରି ହତ୍ୟା କରାଯାଇଥାଏ। 


ଆଫଗାନିସ୍ତାନ (Afghanistan)
ଆଫଗାନିସ୍ତାନରେ ତାଲିବାନ ଶାସନ ରହିଛି। ତାଲିବାନ ସାରିଆ କାନୁନ ଚଳାଉଛି। ଏଠାରେ ବିବାହ ପୂର୍ବରୁ ସେକ୍ସ କରୁଥିବା ଅଭିଯୁକ୍ତିଙ୍କୁ ପଥର ମାରି ହତ୍ୟା କରାଯାଇଥାଏ। ଏଠାରେ ଅଭିଯୁକ୍ତଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ଢେଲା ପଥର ମାଡ କରାଯାଇଥାଏ। 


ପାକିସ୍ତାନ  (Pakistan)
ପାକିସ୍ତାନରେ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଯଦି ଫାଶୀ ଦିଆ ନ ଯାଏ ତେବେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥାଏ। 


ସୋମାଲିଆ (Somalia)
ସୋମାଲିଆରେ ମଧ୍ୟ ସାରିଆ କାନୁନ ରହିଛି। ଏହି ଆଇନ ଅନୁସାରେ ବିବାହ ପୂର୍ବରୁ ସେକ୍ସ କରିବା ଘଟଣାକୁ ଭୁଲ ବୋଲି କୁହାଯାଇଥାଏ। ଏଠାରେ ଏଭଳି କଲେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଏକ ପୁରୁଣା ଘଟଣା ଅନୁଯାୟୀ ୨୦୦୮ ମସିହାରେ ଜଣେ ମହିଳା ବିବାହ ପୂର୍ବରୁ ସେକ୍ସ କରିଥିଲେ। ଯାହା ଭୁଲ ବୋଲି ପ୍ରମାଣିତ ହୋଇଥିଲା। ତାଙ୍କୁ ପଥର ମାରି ହତ୍ୟା କରାଯାଇଥିଲା। 


ସୁଦାନ (Sudan)
ସୁଦାନରେ ମଧ୍ୟ ସାରିଆ କାନୁନ ରହିଛି। ଏଠାରେ ମଧ୍ୟ ବିବାହ ପୂର୍ବରୁ ସେକ୍ସ କଲେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଏଠାରେ ଲିଭ-ଇନ-ରିଲେସନସିପଙ୍କୁ ମଧ୍ୟ ଅପରାଧ ଭାବେ ପରିଗଣିତ କରାଯାଇଥାଏ। 


ଫିଲିପାଇନସ (Philippines)
ଫିଲିପାଇନସ ଇସ୍ଲାମିକ ରାଷ୍ଟ୍ର ନୁହେଁ। ଯଦିଓ ଏଠାରେ ବିବାହ ପୂର୍ବରୁ ସେକ୍ସକୁ ଅପରାଧ ଭାବେ ପରିଗଣିତ କରାଯାଇଥାଏ। ଏଠାରେ ଲିଭ ଇନ ରିଲେସନକୁ ମଧ୍ୟ ଗୁରୁତର ଅପରାଧ ଭାବେ ପରିଗଣିତ କରାଯାଇଥାଏ। 


ମାଲେସିଆ (Malaysia)
ମାଲେସିଆରେ ବିବାହ ପୂର୍ବରୁ ସେକ୍ସ କରିବାକୁ ଗୁରୁତର ଅପରାଧ ଭାବେ ପରିଗଣିତ କରାଯାଇଥାଏ। ଏହି ଅପରାଧରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୧୮ ହଜାର ଟଙ୍କା ଜରିମନା ସହିତ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥାଏ।


ସାଉଦି ଆରବ (Saudi Arabia)
ଏଠାରେ ଇସ୍ଲାମର ଜୀନା କାନୁନ ଲାଗୁ କରାଯାଇଥାଏ। ଯଦି କେହି ବିବାହ ପୂର୍ବରୁ ସେକ୍ସ କରିଥାନ୍ତି ତେବେ ତାଙ୍କୁ ଚାବୁକ ମାଡ଼ ଦିଆଯାଇଥାଏ। ତେବେ ଅଭିଯୁକ୍ତ ଜଣକ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ତ ପାଇଁ ୪ ଜଣ ସାକ୍ଷୀ ଲୋଡ଼ିଥାନ୍ତି। ଯଦି ଅଭିଯୁକ୍ତ ବିରୋଧରେ ୪ ଜଣ ସାକ୍ଷୀ ମିଳିଯାଇଥାନ୍ତି ତେବେ ତାଙ୍କୁ ଚାବୁକ ମାଡ଼ ଦିଆଯାଇଥାଏ। ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ଚାବୁକ ମାଡ଼ ଦିଆଯାଇଥାଏ।