ନୂଆଦିଲ୍ଲୀ: Shehbaz Sharif on Kashmir: ପୁଣି କାଶ୍ମୀର ପ୍ରସଙ୍ଗ (Kashmir Issue) ଦୋହରାଇଲା ପାକିସ୍ତାନ (Pakistan) । ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan) ଶେହବାଜ ସରିଫ୍ (Shehbaz Sharif) ମିଳିତ ଜାତିସଂଘର ସାଧାରଣ ସଭା (UN General Assembly) ରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଶେହବାଜ ସରିଫ୍ କହିଛନ୍ତି ଯେ,  ଭାରତ (India) ସମେତ ଆମର ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତି ଚାହୁଁଛୁ । ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଯାଇଛି ଯେ ଭାରତ ଏହି ବାର୍ତ୍ତାକୁ ବୁଝୁ କି ଉଭୟ ଦେଶ ପରସ୍ପର ସହ ଯୋଡ଼ି ରହିଛି ।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କାଶ୍ମୀର ଉପରେ ବିଷ ଓଗାଳିଛନ୍ତି । ମିଳିତ ଜାତିସଂଘ (United Nations) ସାଧାରଣ ସଭାରେ ଏକ ଉଚ୍ଚ ସ୍ତରୀୟ ବୈଠକକୁ ସମ୍ବୋଧିତ କରି ସରିଫ କହିଛନ୍ତି ଯେ, ଅଗଷ୍ଟ ୫, ୨୦୧୯ରେ ଭାରତ ଏକପାଖିଆ ତଥା ମନମୁଖୀ ଭାବରେ ନିଷ୍ପତ୍ତି ନେଇ ଜାମ୍ମୁ କାଶ୍ମୀର (Jammu and Kashmir) ର ଧାରା ୩୭୦ ମାଧ୍ୟମରେ ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିଥିଲା ।  ଏହି କାରଣରୁ ଶାନ୍ତିର ଆଶା କ୍ଷୁର୍ଣ୍ଣ ହେଲା ଓ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ସହ ଯୁଦ୍ଧ କରିବା ବିକଳ୍ପ ନୁହେଁ ।


କାଶ୍ମୀର ପ୍ରସଙ୍ଗକୁ ଦୋହରାଇ ସରିଫ କହିଛନ୍ତି ଯେ, ପାକିସ୍ତାନକୁ ତାର ପଡ଼ୋଶୀ ଦେଶରେ ସ୍ଥିର ପରିବେଶ ଆବଶ୍ୟକତା କରୁଛି । ଆମେ ଆମର ସମସ୍ତ ପଡ଼ୋଶୀମାନଙ୍କଠାରୁ ଶାନ୍ତି ଚାହୁଁଛୁ । ତେବେ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ଜାମ୍ମୁ କାଶ୍ମୀର ସମସ୍ୟାର ଏକ ସମାଧାନ ଆବଶ୍ୟକ । ଭାରତ ବୁଝିପାରୁଛି ଯେ ଉଭୟ ଦେଶ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଅଛନ୍ତି । କେବଳ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଏହି ସମସ୍ୟାର ସମାଧାନ କରିପାରିବ ଯାହା ଦ୍ୱାରା ଭବିଷ୍ୟତରେ ବିଶ୍ୱ ଅଧିକ ଶାନ୍ତିପୂର୍ଣ୍ଣ ହୋଇପାରିବ । ଏକ ସକରାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ଭାରତ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । ଆମେ ହେଉଛୁ ପଡୋଶୀ । ଆମେ ସ୍ଥିର କରିବାକୁ ପଡ଼ିବ କି ଆମେ ଶାନ୍ତି ଚାହୁଁ ନା ଯୁଦ୍ଧ କରିବାକୁ ଚାହୁଁ ।


ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା


ଅଧିକ ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!


ଅଧିକ ପଢ଼ନ୍ତୁ:-ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି


ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ଭାରତ ନିଜର ସୈନ୍ୟ ମୁତୟନ ବୃଦ୍ଧି କରିଛି ଯେଉଁଥିପାଇଁ ଏହା ବିଶ୍ୱର ସବୁଠାରୁ ସେନା ଅଧିକୃତ କ୍ଷେତ୍ରରେ ପରିଣତ ହୋଇଛି । ପାକିସ୍ତାନର ଲୋକମାନେ ସର୍ବଦା କାଶ୍ମୀରବାସୀଙ୍କ ସହ ଛିଡା ହେବେ । ଉଭୟ ଦେଶ ଅସ୍ତ୍ରଶସ୍ତ୍ର କିଣିବାରେ ନିଜର ସମ୍ବଳ ନଷ୍ଟ କରିବା ଉଚିତ୍ ନୁହେଁ ।  ଗଠନମୂଳକ ଯୋଗଦାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଭାରତ ବିଶ୍ୱସ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଆମେ ପଡୋଶୀ ଓ ଆମେ ସବୁଦିନ ପାଇଁ ରହିବୁ, ବାଛିବାକୁ ପଡ଼ିବ କି ଆମକୁ ଶାନ୍ତିରେ ବଞ୍ଚିବା ନା ପରସ୍ପର ସହ ଲଢ଼ିବା ।