ଅବଦୁଲ ସତ୍ତାର ପ୍ରଥମେ ଥିଲେ କଂଗ୍ରେସ ନେତା। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ସେ ଶିବସେନାରେ ଯୋଗ ଦେଇଥିଲେ। ଇମତିୟାଜ ତାଙ୍କୁ ନିଜ ବିଜୟର ଶ୍ରେୟ ଦେବାକୁ ଯାଇ 'କିଙ୍ଗ୍ ମେକର' ଆଖ୍ୟା ଦେଇଛନ୍ତି। ତାଙ୍କର ଏହି ବୟାନ ପରେ ଏବେ ଏହି ଚର୍ଚ୍ଚା ସରଗମରମ ହୋଇଛି ଯେ, ନିଜ ଦଳ ଶିବସେନାକୁ ହରାଇବାରେ କ'ଣ ସତ୍ତାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ? 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ରର ଔରଙ୍ଗାବାଦରୁ AIMIM ର ସାଂସଦ ଇମତିୟାଜ ଜଲିଲ (Imtiyaz Jaleel) ଲୋକସଭା ନିର୍ବାଚନରେ ମିଳିଥିବା ବିଜୟର ସମସ୍ତ କ୍ରେଡିଟ୍ ଶିବସେନା ନେତା ଅବଦୁଲ ସତ୍ତାର (Abdul Sattar) ଙ୍କୁ ଦେଇଛନ୍ତି। ଇମତିୟାଜ କହିଛନ୍ତି, ଅବଦୁଲ ସତ୍ତାର ଲୋକସଭା ନିର୍ବାଚନରେ ତାଙ୍କୁ ଜିତିବାରେ ସାହାଯ୍ୟ କରିଥିଲେ।


ଅବଦୁଲ ସତ୍ତାର ପୂର୍ବରୁ ଥିଲେ କଂଗ୍ରେସ ନେତା। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ସେ ଶିବସେନାରେ ଯୋଗ ଦେଇଥିଲେ। ଇମତିୟାଜ ତାଙ୍କୁ ନିଜ ବିଜୟର ଶ୍ରେୟ ଦେବାକୁ ଯାଇ କହିଛନ୍ତି, ସିଏ ହେଉଛନ୍ତି କିଙ୍ଗ ମେକର (King Maker)। ତାଙ୍କର ଏହି ବୟାନ ପରେ ଏବେ ଏହି ଚର୍ଚ୍ଚା ସରଗରମ ହେଉଛି ଯେ, ସତ୍ତାର କ'ଣ ଶିବସେନାକୁ ହରାଇବା କାମ କରିଛନ୍ତି? ବାସ୍ତବରେ ୨୦୧୯ ଲୋକସଭା ନିର୍ବାଚନରେ (2019 Parliament Election) ସଂସଦ ଇମତିୟାଜ ଜଲିଲ ବିଜୟୀ ହୋଇଥିଲେ। ସେଠାରୁ ଶିବସେନାର ଚନ୍ଦ୍ରକାନ୍ତା ଖେର (Chandrakanta Kher) ପରାଜିତ ହୋଇଥିଲେ। ତେଣୁ ଯଦି ଜଲିଲଙ୍କ କଥାରେ ସତ୍ୟତା ଅଛି, ତେବେ ଏହାର ଅର୍ଥ ହେଉଛି, ଖାଲି AIMIM ନେତାଙ୍କୁ ଜିତାଇବାରେ ସତ୍ତାରଙ୍କ ଭୂମିକା ନ ଥିଲା, ଶିବସେନାର ନେତାଙ୍କୁ ହରାଇବାରେ ମଧ୍ୟ ଥିଲା ତାଙ୍କର ଭୂମିକା।


ଗତ ଶନିବାର ବେଜାପୁର ତାଲୁକାରେ ନିଜ ଭାଷଣରେ ଜଲିଲ କହିଥିଲେ, ''ସତ୍ତାର ହେଉଛନ୍ତି ମୋ ଭାଇ ପରି। ସିଏ ହେଉଛନ୍ତି କିଙ୍ଗ୍ ମେକର ଏବଂ କାହାରିକୁ ମଧ୍ୟ ରାଜନୀତିରେ ଆଗକୁ ଆସିବାରେ ସାହାଯ୍ୟ କରିପାରନ୍ତି, ଆଉ ଚାହିଁଲେ କାହାରିକୁ ମଧ୍ୟ ତଳକୁ ଖସାଇ ଦେଇ ପାରନ୍ତି।'' ତେବେ କ'ଣ ସତ୍ତାର ନିଜ ଦଳ ଶିବସେନାର ପ୍ରାର୍ଥୀଙ୍କୁ AIMIM ପ୍ରାର୍ଥୀ ଜଲିଲଙ୍କ ପାଇଁ ହରାଇ ଦେଇଥିଲେ?


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୯ ଲୋକସଭା ନିର୍ବାଚନରେ ଇମତିୟାଜ ଜଲିଲ ଚନ୍ଦ୍ରକାନ୍ତା ଖେରଙ୍କୁ ୪ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏହାସତ୍ତ୍ୱେ ଜଲିଲଙ୍କ ଟିପ୍ପଣୀ ଉପରେ ଶିବସେନା ନିରବ। ଓଲଟି ଦଳ କହୁଛି, ''ଏହାପଛରେ ଔରଙ୍ଗାବାଦ ସାଂସଦଙ୍କର କୌଣସି ଗୋପନ ଏଜେଣ୍ଡା ରହିଛି। ଯେଉଁଥିପାଇଁ ସେ ସତ୍ତାରଙ୍କ ପ୍ରଶଂସା କରୁଛନ୍ତି।''


ଗଣମାଧ୍ୟମ ତଥ୍ୟ ଅନୁସାରେ ଜଣେ ବରିଷ୍ଠ ନେତା କହିଛନ୍ତି, ''ଏହି ପ୍ରଶଂସା ପଛରେ ଶିବସେନା ଶିବିରରେ ଫାଟ ସୃଷ୍ଟି କରିବା ଅସଲ ଉଦ୍ଦେଶ୍ୟ।'' କାରଣ ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଜଲିଲଙ୍କ ଚର୍ଚ୍ଚା ଅଧିକ ହେଉଛି। କୁହାଯାଉଛି, ଜଲିଲ ମହାବିକାଶ ଅଘାଡ଼ି ସରକାରରେ ଖୁବ୍ ଶୀଘ୍ର ସାମିଲ ହୋଇପାରନ୍ତି। ଯେପରିକି ମହାରାଷ୍ଟ୍ରବାସୀଙ୍କୁ ବିଶ୍ୱାସ ଦିଆଯାଇ ପାରିବ ଯେ, ଏହା ବିଜେପିର ବି-ଟିମ୍ (B Team) ନୁହେଁ।