ହାଥରସରୁ ଦିଲ୍ଲୀ ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢେଇ, ଶେଷରେ ପେଟରୁ ମିଳିଲା ୫୬ଟି ଜିନିଷ
Hathras news: ମୃତ ନାବାଳକର ପିତାଙ୍କ କହିବାନୁଯାୟୀ, ଅକ୍ଟୋବର ୧୩ ରେ ତାଙ୍କ ପୁଅର ପେଟ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ସେ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ବଡ ଡାକ୍ତରଖାନା ପଠାଇବା ପାଇଁ ଡାକ୍ତର ରେଫର୍ କରିଥିଲେ ।
Hathras Shocking news: ହାଥରସରୁ ଜଣେ ୧୪ ବର୍ଷର ନାବାଳକର ଦୁଋଖଦ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଶିଶୁଟିକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ନାବାଳକଙ୍କ ମୃତ୍ୟୁରେ ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଜାଣିବା ପରେ ଏହା କିପରି ହୋଇପାରେ ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତେ କାରଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଆନ୍ତି । ନାବାଳକର ଚିକିତ୍ସା ପାଇଁ ପରିବାର ଲୋକ ତାଙ୍କୁ ୟୁପିରୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ। ଯେଉଁଠାରେ ଡାକ୍ତରମାନେ ଏକ ଜଟିଳ ଅପରେସନ୍ କରିଥିଲେ ଯାହା ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ନାବାଳକ ପେଟରୁ ବ୍ୟାଟେରୀ, ଚେନ୍, ରେଜର ବ୍ଲେଡ୍ ଏବଂ ସ୍କ୍ରୁ ସହିତ ପ୍ରାୟ ୬୫ ଟି ଜିନିଷ ପଦାକୁ ବାହାର କରିଥିଲେ । ତଥାପି ନାବାଳକଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ ।
ସୂଚନା ମୁତାବକ, ହାଥରସର ରତ୍ନଗରବା କଲୋନୀରେ ନାବାଳକ ରହୁଥିଲେ । ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଛାତ୍ରଙ୍କ ପେଟରୁ ୱାଚ୍ ସେଲ୍ ଏବଂ ବ୍ଲେଡ୍ ଖଣ୍ଡ ସହିତ ୫୬ ଟି ଜିନିଷ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ବେକରେ କୌଣସି କ୍ଷତ ନଥିଲା ଯାହା ଦେଖିବା ପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। TOI ରିପୋର୍ଟ ଅନୁଯାୟୀ, ମୃତ ଛାତ୍ରଙ୍କ ପିତା ହାଥରସରେ ଥିବା ଏକ ଫାର୍ମାରେ ଡାକ୍ତରୀ ପ୍ରତିନିଧୀ ଅଟନ୍ତି। ସେ କହିଥିଲେ ଯେ, ଅକ୍ଟୋବର ୧୩ ତାରିଖ ଦିନ ତାଙ୍କ ପୁଅ ପେଟରେ ଯନ୍ତ୍ରଣା ହୋଇଥିଲା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ସେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରୁ ତାଙ୍କୁ ବଡ଼ ଡାକ୍ତରଖାନାକୁ ରେଫର୍ କରାଯାଇଥିଲା । ପ୍ରଥମେ ଆଗ୍ରା ସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ କିଛି ଦିନର ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଯାଇଥିଲା। ଘରକୁ ଫେରିବା ପରେ ମଧ୍ୟ ପିଲାଟି ଅକ୍ଟୋବର ୧୯ ରେ ପୁନର୍ବାର ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା।
ନାବାଳକଙ୍କ ପିତା ନିଜ ପୁଅକୁ ସୁସ୍ଥ କରିବାକୁ ଅନେକ ଉଦ୍ୟମ କରିଥିଲେ । ତାଙ୍କୁ ଜୟପୁର, ଆଲିଗଡ, ନୋଏଡା ଏବଂ ଦିଲ୍ଲୀ ସ୍ଥିତ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଥିଲେ । କିନ୍ତୁ ଅକ୍ଟୋବର ୨୮ ତାରିଖ ରାତିରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା। ପରିବାର ସଦସ୍ୟ କହିଛନ୍ତି ଯେ, ଏକ ମାସ ମଧ୍ୟରେ ଏହି ସବୁ ଘଟିଛି। ତାଙ୍କ ପିଲାଙ୍କର କୌଣସି ଶାରୀରିକ କିମ୍ବା ମାନସିକ ରୋଗ ହୋଇନଥିଲା ବୋଲି ପରିବାର ସଦସ୍ୟ କହିଛନ୍ତି ।
Also Read- Top 10 News Today: ଗୃହମନ୍ତ୍ରୀଙ୍କ ସଙ୍କଳ୍ପପତ୍ର, ମହିଳାଙ୍କୁ ମିଳିବ ମାସିକ ୨୧୦୦ ଟଙ୍କା... ଖବର ସହ ଅନ୍ୟ ଅପଡେଟ୍
Also Read- Shukra Gochar 2024: ଅପେକ୍ଷାର ହେବ ଅନ୍ତ, ୪ ଦିନ ପରେ ୩ ରାଶିକୁ ଆର୍ଥିକ ଲାଭ