UFO at Pacific Ocean: ଆଜିର ଅତ୍ୟାଧୁନିକ ଯୁଗରେ ମଣିଷ ସମାଜ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛି। ହେଲେ ବିଶ୍ୱ ବ୍ରହ୍ମାଣ୍ଡରେ ଏପରି ଅନେକ ଜନିଷ ରହିଛି ଯାହାର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇ ନାହିଁ ବିଜ୍ଞାନ। ଯାହା ମଧ୍ୟରେ ରହିଛି ଚର୍ଚ୍ଚିତ ମହାକାଶୀୟ ପିଣ୍ଡ କୁହାଯାଉଥିବା ଅଜ୍ଞାତ ଉଡନ୍ତା ବସ୍ତୁ ୟୁଏଫଓ। ଏକବିଂଶ ଶତାବ୍ଦୀରେ ମଧ୍ୟ ମାନବ ସମାଜ ପାଇଁ ପ୍ରହେଳିକା ଅର୍ଥାତ କୌଣସି ରହସ୍ୟ ଠାରୁ କମ ନୁହେଁ ୟୁଏଫଓ। 


COMMERCIAL BREAK
SCROLL TO CONTINUE READING

ଆକାଶରେ ଦୃଶ୍ୟମାନ ହେଉଥିବା ଅଜ୍ଞାତ ଉଡନ୍ତା ବସ୍ତୁ (Unidentified Flying Object) ୟୁଏଫଓ (UFO) ବିଷୟରେ ସାରା ବିଶ୍ୱରେ ବିଭିନ୍ନ ଦାବି କରାଯାଉଛି। ବର୍ତ୍ତମାନ ୟୁଏଫଓ ଉପରେ ଅନୁସନ୍ଧାନ କରୁଥିବା ଜଣେ ବ୍ୟକ୍ତି ଏହାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଏନେଇ ତାଙ୍କର କହିବା କଥା ବିଗତ ୨ ମାସ ଧରି ପ୍ରଶାନ୍ତ ମହାସାଗର (Pacific Ocean) ଅଞ୍ଚଳରେ ଆକାଶରେ ୟୁଏଫଓ ଦୃଶ୍ୟମାନ ହୋଇଛି।


ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ ପୂର୍ବତନ ଏଫବିଆଇ ଏଜେଣ୍ଟ ତଥା ଡିସକଭରି ପ୍ଲସ୍ ସୋ ୟୁଏଫଓ ୱିଟନେସ୍ କାର୍ଯ୍ୟକ୍ରମର ଉପସ୍ଥାପକ ବେନ ହାନସେନ୍ ପାଇଲଟଙ୍କ ଦ୍ୱାରା ଆକାଶରେ ୟୁଏଫଓ ଦେଖାଯିବାର ଫୁଟେଜ୍ ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ରେକର୍ଡିଂ ଲୋକକଙ୍କ ସହ ସେୟାର କରିଛନ୍ତି। ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସ ହାୱାଇନ୍ ଏୟାରଲାଇନ୍ସ ସହ ଅନ୍ୟ ଲୋକଙ୍କ ପାଇଲଟ ଏହି ଅଞ୍ଚଳରେ ଅନେକ ବିମାନ ଦେଖିଥିଲେ। ଜଣେ ପୂର୍ବତନ ସାମରିକ ପାଇଲଟ୍ କହିଛନ୍ତି ଯେ ସେ ତାଙ୍କ ଉପରେ ଅନେକ ବିମାନ ଉଡୁଥିବାର ସେ ଦେଖିଛନ୍ତି।


Also Read: Shocking News: ଏଲିଅନଙ୍କୁ ସ୍ୱାଗତ କରିବା ପାଇଁ ଏହି ଦେଶରେ ନିର୍ମାଣ ହେଲା ସ୍ୱତନ୍ତ୍ର କେନ୍ଦ୍ର


ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସ ହାୱାଇନ୍ ଏୟାରଲାଇନ୍ସ ସହ ଅନ୍ୟ ଏୟାରଲାଇନ୍ସ ପାଇଲଟ ଏହି ଅଞ୍ଚଳରେ ୬ ଅଗଷ୍ଟରୁ ୨୩ ସେପ୍ଟେମ୍ବର ମଧ୍ୟରେ ୟୁଏଫଓ ଦେଖିଥିବାର ଦାବି କରିଛନ୍ତି। ପାଇଲଟ୍ ମାର୍କ ହଲ୍ସି ୧୮ ଅଗଷ୍ଟରେ ଲସ ଏଞ୍ଜେଲସ୍ ଉପକୂଳରୁ ଏକ ଚାର୍ଟର୍ ଜେଟ୍ ଉଡାଇବା ସମୟରେ ରେଡିଓ ଯୋଗେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ କରିଥିଲେ। ଆମର ଉତ୍ତର ଭାଗରେ କିଛି ବିମାନ ମିଳିଯାଇଛି। ଯାହ ଆମ ବିମାନ ଠାରୁ ବହୁତ ଉଚ୍ଚରେ ଅଛି।  ଏହି ବିମାନ ବୃତ୍ତାକାର ପଥରେ ଗତି କରୁଛି। କେହି ଜାଣଛନ୍ତି  ତାହା କ'ଣ? ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଏନେଇ କୌଣସି ଜବାବ ଦେଇ ପାରିନଥିଲା। 


ପାଇଲଟ୍ ମାର୍କ ହଲ୍ସି କହିଛନ୍ତି ଆରମ୍ଭରେ ଏହି ବିମାନ ସଂଖ୍ୟା ମାତ୍ର ତିନି ଥିଲା। ଯାହା ପରେ ସାତକୁ ବୃଦ୍ଧି ପାଇଥିଲା। ଏହି ବିମାନ ୨୩  ମିନିଟ୍ ପାଇଁ ସେଠାରେ ଉଡ଼ିବା ପରେ ଚାଲି ଯାଇଥିଲା। ଏହି ସମସ୍ତ ବିମାନ ୫ ହଜାରରୁ ୧୦ ହଜାର ଫୁଟ ଉଚ୍ଚରେ ଉଡୁଥିଲେ। ରେକର୍ଡିଂ ରେ ପାଇଲଟି ହୁଲସି ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ ଏହି ସମସ୍ତ ବିମାନ ଏକ ଗୋଷ୍ଠୀ ହୋଇ ଉଡାଣ ଭରୁଥିବାର ଦେଖିବାକୁ ମିଳିଛି। ସେ ମାରିନ କର୍ପ୍ସ ବିଭାରେ ଜଣେ F-18 ବିମାନ ପାଇଲଟ୍ ଥିଲେ। ସେ  ଗୋଷ୍ଠୀ ହୋଇ ଉଡୁଥିବା ଏହି ବିମାନ ମଧ୍ୟରୁ  ଅନେକକୁ ଠାବ କରିଥିଲେ। ପୂର୍ବରୁ ମୁଁ କେବେ ଏଭଳି ବିମାନ ଦେଖିନଥିବା କହିଛନ୍ତି ପାଇଲଟ ହୁଲ୍ସି।


ଶ୍ରୀ ହାନସେନ୍ କହିଛନ୍ତି ଯେ ପାଇଲଟ୍ ଯିଏ ଅଜବ ଆଲୋକ ଦେଖିଥିବାର ଦାବି କରିଛନ୍ତି ତାହାକୁ ପନ୍ଦରରୁ ଅଧିକ ବିଭିନ୍ନ ବ୍ୟବସାୟିକ ବିମାନ ଉପରେ ଦେଖିବାକୁ ମିଳିଥିଲା। ସେ କହିଛନ୍ତି ଯେ ଅତି କମରେ ୬ ଜଣ ପାଇଲଟ୍ ସେମାନଙ୍କ ନାମରେ ସବୁକିଛି ରେକର୍ଡ କରିବାକୁ ଇଚ୍ଛୁକ ଥିଲେ। ଯଦି କୌଣସି ଅନୁସନ୍ଧାନକାରୀ ସଂସ୍ଥା ସେମାନଙ୍କୁ ଏହା କରିବାକୁ କହିଥାନ୍ତା। 


Also Read: ବିଜ୍ଞାନ ଯୁଗରେ ମଧ୍ୟ ରହସ୍ୟପୂର୍ଣ୍ଣ ରହିଛି ୟୁଏଫଓ, ଜାଣନ୍ତୁ ଏହାର ଇତିହାସ...


ଜଣେ ଏଫଏଏ ମୁଖପାତ୍ର କହିଛନ୍ତି ଯେ ଯେତେବେଳେ ବିମାନ ପାଇଲଟ୍ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ସୁବିଧାକୁ ଏପରି ରିପୋର୍ଟ କରିଥାନ୍ତି। ସେତେବେଳେ ଏହାର ଦସ୍ତାବିଜକରଣ ହୋଇଥାଏ। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ବିଭାଗ ଗତ ବର୍ଷ ପ୍ରତିବନ୍ଧିତ ବାୟୁସୀମା କ୍ଷେତ୍ରର ଆକାଶରେ ୟୁଏଫଓ ଖୋଜିବା ଏବଂ ଏହାକୁ ଚିହ୍ନଟ କରିବା ପାଇଁ ଏକ ନୂତନ ସଙ୍ଗଠନ ଆରମ୍ଭ କରିଥିଲା।