Shocking News: ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରେ ପ୍ରଫେସରଙ୍କ କଦର୍ଯ୍ୟ କାମ। ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଦାଗ । ବର୍ତ୍ତମାନ ଅନେକ ସମୟରେ ବହୁ ଶିକ୍ଷାନୁଷ୍ଠାନରୁ କିଛି ଏପରି ଘଟଣା ସାମ୍ନାକୁ ଆସିଥାଏ, ଯାହା ସମଗ୍ର ଶିକ୍ଷା ବ୍ୟାବସ୍ଥାକୁ ନିନ୍ଦିତ ଓ ଅପମାନିତ କରିଥାଏ । ବିଭିନ୍ନ ସମୟରେ ଅନେକ ଆପତ୍ତିଜନକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଶିକ୍ଷାନୁଷ୍ଠାନର ପବିତ୍ରତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏସବୁ ଭିତରେ ନିକଟରେ ଆମେରିକାର ଏକ କଲେଜରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଆମେରିକାର ଏକ କଲେଜରେ (US colleges) ଛାତ୍ରୀମାନଙ୍କୁ ସେମାନଙ୍କ ସ୍କଟ୍ (shirts) ଓହ୍ଲାଇବାକୁ କହି କଲେଜ ପ୍ରଫେସର (Professor) ଚାକିରୀରୁ ବିଦା ହୋଇଛନ୍ତି । ଅନ୍ତଜାର୍ତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଶିକ୍ଷା ବିଭାଗର ନାଗରିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ଅନୁସନ୍ଧାନ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି । ତିନି ମାସ ଧରି ଚାଲିଥିବା ଏହି ଅନୁସନ୍ଧାନରୁ ଜଣାପଡିଥିଲା ଯେ, ପ୍ରଫେସର ଜଣଙ୍କ କ୍ଲାସ୍ ରୁମରେ ପ୍ରାୟ ୧୧ ଜଣ ଛାତ୍ରୀଙ୍କୁ ସେମାନଙ୍କ ସାର୍ଟଠାରୁ ଆରମ୍ଭ କରି ଅନ୍ତବସ୍ତ୍ର କାଢିବା ନେଇ କହିଥିଲେ । ଯାହା ଫଳରେ ଶ୍ରେଣୀ ଗୃହରେ ଏକ ନକରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ତଜାର୍ତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଫେସର କେବଳ ଛାତ୍ରୀଙ୍କୁ ସେମାନଙ୍କ ସ୍କଟ୍ କାଢିବାକୁ କହୁଥିଲେ ତାହା ନୁହେଁ, ସେ ଛାତ୍ରୀଙ୍କ ସ୍ତନ ବିଷୟରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ଯେତେବେଳେ ଏନେଇ କିଛି ଛାତ୍ରୀ ଆପତ୍ତ କରିଥିଲେ ପ୍ରଫେସର ଏହାକୁ (Medical assessment) ଡ଼ାକ୍ତରୀ ମୂଲ୍ୟାଙ୍କନ ବ୍ୟାୟାମ ବୋଲି କହିଥିଲେ। ଯେବେ ବି ଏଥିଲାଗି ସ୍କଟ୍ ଓହ୍ଲାଇବା କିମ୍ବା ଏପରି ଆପତ୍ତଜନକ ମନ୍ତବ୍ୟର କୌଣସି ଆବଶ୍ୟକତା ନଥିଲା । ଖାଲି ଏତିକି ନୁହେଁ, ଯେତେବେଳେ କିଛି ଛାତ୍ରୀ ଲ୍ୟାବ ଜ୍ୟାକେଟ୍ ପିନ୍ଧିଥିଲେ, ସେତେବେଳେ ପ୍ରଫେସର ସେହି ଜ୍ୟାକେଟ୍ କାଢିବାକୁ ମଧ୍ଯ କହିଥିଲେ ।  ଏପରି ଏକ ଲଜ୍ଜାଜନକ ଘଟଣା ଟାକୋମା / ସିଲଭର ସ୍ପ୍ରିଙ୍ଗ କ୍ୟାମ୍ପସରେ (takoma park/silver spring campus) ଘଟିଥିଲା ​​। ଏନେଇ ୨୦୧୯ ଅକ୍ଟୋବର ମାସରେ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାର ପ୍ରାରମ୍ଭିକ ଅନୁସନ୍ଧାନ ପରେ ଅଭିଯୁକ୍ତ ପ୍ରଫେସରଙ୍କୁ ପ୍ରଶାସନିକ ଛୁଟିରେ ରଖାଯାଇଥିଲା ପରେ ତାଙ୍କୁ ଚାକିରୀରୁ ବିଦା କରାଯାଇଥିଲା। କିନ୍ତୁ ଏହି ଘଟଣା ଗୁରୁ-ଶିଷ୍ୟ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ମଣ୍ଟଗୋମେରୀ କଲେଜର (Montgomery College) ମୁଖପାତ୍ର OCR ଦ୍ୱାରା କରାଯାଇଥିବା ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ କୃତଜ୍ଞତା ଜଣାଇବା ସହ ନିକଟରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ରିପୋର୍ଟରେ ଦର୍ଶାଯାଇଥିବା ପ୍ରସ୍ତାବକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫକ୍ସ ଡିସି ଏହାର ରିପୋର୍ଟରେ କହିଛି ଯେ, ଅନୁସନ୍ଧାନ ବେଳେ ଏଥିରେ ସମ୍ପୃକ୍ତ ଛାତ୍ରୀଙ୍କ ମଧ୍ୟରୁ ଜଣେ ପରୀକ୍ଷାରେ ଫେଲ ହୋଇଯାଇଥିଲେ । ମାନସିକ ନିର୍ଯାତନା (Mental Harassment) ଏହାର କାରଣ ବୋଲି ଅନୁମାନ କରାଯାଉଥିଲା । ଏହାପରେ କଲେଜ ଛାତ୍ରୀଙ୍କୁ ପୁଣି ଆଡମିଶନ କରିବା ନେଇ ସୁଯୋଗ ଦେବା ସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଏହା ବ୍ୟତୀତ ଅନ୍ୟ  ଛାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରାଯାଇଥିଲା । ଏପରି ହୀନ ପ୍ରବୃତ୍ତିର କାର୍ଯ୍ୟ କରିଥିବା ପ୍ରଫେସରଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା। ତେବେ ଏହି ମାମଲା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ନା ନାହିଁ ସେ ନେଇ କଲେଜ ପକ୍ଷରୁ ସୂଚନା ମିଳିନଥିବା ବେଳେ ପ୍ରଫେସରଙ୍କ ନାମ କାହିଁକି ପ୍ରକାଶ କରାଯାଇ ନାହିଁ ଓ ଏଥିରେ କେଉଁ ନିର୍ଦ୍ଦିଷ୍ଟ ଶ୍ରେଣୀ ଜଡିତ ଥିଲା ସେ ନେଇ ମଧ୍ଯ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।


Also Read-Odisha Train Accident: ଆସିଲା ତଦନ୍ତ ରିପୋର୍ଟ, ଏହି କାରଣ ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା