Odisha Train Accident: ଆସିଲା ତଦନ୍ତ ରିପୋର୍ଟ, ଏହି କାରଣ ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା
Advertisement
Article Detail0/zeeodisha/odisha1765195

Odisha Train Accident: ଆସିଲା ତଦନ୍ତ ରିପୋର୍ଟ, ଏହି କାରଣ ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା

Odisha Train Accident:  ସିଗନାଲ ଓ ଟେଲିକମ୍ ଡ଼ିପୋର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିଲାଗି ଷ୍ଟେସନ ମାଷ୍ଟରଙ୍କୁ ଦାୟୀ କରାଯାଇଛି । ଏହି ରିପୋର୍ଟରେ ଟ୍ରାକରେ କୌଣସି ତୁଟ୍ରି ନଥିବା ଦର୍ଶାଯାଇଥିବା ବେଳେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ । 

ସୌ(ସୋସିଆଲ ମିଡିଆ)

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣାର (Odisha train tragedy) ଭୟବହତା ଆଜି ବି ଲୋକଙ୍କ ମନରୁ ଲିଭିନାହିଁ । ଏହି ବଡ଼ ଅଘଟଣ ନେଇ ତଦନ୍ତ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟ (The Commission of Railway Safety) ।  ସିଗନାଲିଂ ତ୍ରୁଟି (wrong signaling) ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସିଗନାଲ ଓ ଟେଲିକମ୍ ଡ଼ିପୋର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିଲାଗି ଷ୍ଟେସନ ମାଷ୍ଟରଙ୍କୁ ଦାୟୀ କରାଯାଇଛି । ଏହି ରିପୋର୍ଟରେ ଟ୍ରାକରେ କୌଣସି ତୁଟ୍ରି ନଥିବା ଦର୍ଶାଯାଇଥିବା ବେଳେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ । ଏମିତି କି, ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ମଧ୍ଯ ଅଣଦେଖା କରାଯାଇଥିଲା । ଷ୍ଟେସନ ମାଷ୍ଟର ସତର୍କ ନଥିବାକୁ ଏହି ବଡ଼ ଦୁ୍ର୍ଘଟଣା ଘଟିଯାଇଛି ।

ସୂଚନାଯୋଗ୍ୟ, ଇଲେକ୍ଟ୍ରନିକ୍ ଇଣ୍ଟର ଲକିଂ ସିଷ୍ଟମ (Electronic interlocking system) ପରିବର୍ତ୍ତନ କଲେ ଏହାର ୧୪ ସେକେଣ୍ତ ମଧ୍ଯରେ ସିଗନାଲ୍ ପରିବର୍ତ୍ତନ ନେଇ ନିୟମ ରହିଛି । ହେଲେ ସେ ଦିନ ସିଗନାଲରେ ଅସ୍ବାଭାବିକ ଭାବେ ପରିବର୍ତ୍ତନ ଦେଖାଦେଇଥିଲା । ୧୪ ସେକେଣ୍ତ ବଦଳରେ ପରିବର୍ତ୍ତନ ଲାଗି ୩୭ ସେକେଣ୍ତ ଲାଗିଯାଇଥିଲା । ଷ୍ଟେସନ ମାଷ୍ଟର ଏହାକୁ ଅଣଦେଖା କରିଥିବା ରପୋର୍ଟରେ ଦର୍ଶାଯାଇଛି । ଏହାସହ ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ୍ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ଯ ଏକ ଭୁଲ ଥିଲା ବୋଲି କୁହାଯାଇଛି । ଏଥିରେ ଏକ ଟିମ୍ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଓ ଏହାକୁ ଦୋହାରାଇରେ ବିଫଳ ହୋଇଥିବା କମିଶନର ଅଫ୍ ରେଲୱ ସେଫ୍ଚିଙ୍କ (The Commission of Railway Safety) ରିପୋର୍ଟରେ ଦର୍ଶାଯାଇଛି । ପ୍ରକାଶ ଥାଉ କି, ଜୁନ୍ ୨ ତାରିଖରେ  ଘଟିଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକେ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ଦୁର୍ଘଟଣାର ମାସକ ପରେ ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର ବିଭାଗୀୟ କର୍ମଚାରୀଙ୍କ ମାନବିକ ତ୍ରୁଟିକୁ ଦାୟୀ କରିବା ସହ ଯାନ୍ତ୍ରିକ ତ୍ରୁଟି କିମ୍ବା ମେସିନରେ ତ୍ରୁଟି ଦେଖାଦେବାର ସମ୍ଭାବନାକୁ ଖଣ୍ତନ କରିଥିଲେ । ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ଦୁର୍ଘଟଣାରେ ଅପରାଧିକ ଷଡ଼ଯନ୍ତ୍ରର ସମ୍ଭାବନା ନେଇ ତଦନ୍ତ ଜାରି ରଖିଛି । ବିଶେଷ କରି ତିନି ବର୍ଷ ତଳେ ନିରାପତ୍ତା କାରଣରୁ ଡିଜାଇନରେ ପରିବର୍ତ୍ତନ ହେବା ପରେ ଯାଞ୍ଚର ପର୍ଯ୍ୟାପ୍ତ ସୁରକ୍ଷା ପଦ୍ଧତି ଅନୁସରଣ କରାଯାଇ ନଥିବା କେତେକ ଗ୍ରାଉଣ୍ତ ଅଧିକାରୀଙ୍କ ଅବହେଳକୁ ଦର୍ଶାଯାଇଥିଲା । ଅଧିକାରୀମାନେ କହିଥିଲେ ଯେ, କେବଳ ସିଗନାଲିଂ ବିଭାଗରେ ନୁହେଁ ଡିଜାଇନରେ ପରିବର୍ତ୍ତନ ଆଣି ନଥିବା ଅନ୍ୟମାନଙ୍କ ସୁରକ୍ଷା ପ୍ରକ୍ରିୟା ପ୍ରତି ଅବହେଳାକୁ ଦର୍ଶାଯାଇଛି । ସେପଟେ ରେଳ ମନ୍ତ୍ରାଳୟ ସଂପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି କୁହାଯାଉଛି ।

Also Read-ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଟେର ପାଉନି ପୋଲିସ

ଗତ ଶନିବାର ଦିନ ଦୁର୍ଘଟଣା ସମ୍ପର୍କିତ ରିପୋର୍ଟ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ଯାତ୍ରୀଙ୍କ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏହି ମୃତଦେହକୁ ଭୁବନେଶ୍ୱର ଏମ୍ସ ମେଡ଼ିକାଲଠାରେ ରଖାଯାଇଥିଲା। ଏନେଇ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡିଏନ୍ଏ ପରୀକ୍ଷା ସାହାଯ୍ୟରେ ଚିହ୍ନଟ ହୋଇଥିବା ୨୯ ମୃତଦେହ ମଧ୍ୟରୁ ଶୁକ୍ରବାର ୬ ଓ ଶନିବାର ୧୩ ଜଣଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ, ଡିଏନ୍ଏ ପରୀକ୍ଷଣର ଫଳାଫଳକୁ ଆଧାର କରି, ଏମ୍ସ , ଭୁବନେଶ୍ୱର ନଗର ନିଗମ ଓ ସରକାରୀ ରେଳବାଇ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ଯାତ୍ରୀଙ୍କ ମୃତଦେହକୁ ଶନିବାର ଦିନ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ୧୩ଟି ମୃତଦେହ ମଧ୍ୟରୁ ୪ଟି ବିହାର, ୮ଟି ପଶ୍ଚିମବଙ୍ଗ ଓ ଗୋଟିଏ ଝାଡଖଣ୍ଡ ପଠାଯାଇଥିଲା। ରେଳବାଇ (Indian Railway Compensation for Coromandel Accident) ଘୋଷଣା ଅନୁଯାୟୀ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ମଧ୍ଯ ପ୍ରଦାନ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱର ଏମ୍ସଠାରେ ଥିବା ପ୍ରାୟ ୬୨ଟି ମୃତଦେହକୁ ଏଯାବତ୍ ଚିହ୍ନଟ କରାଯାଇପାରିନାହିଁ ।