ପୁଣି ଖସିଲା ରୁପା ଦର, ଜାଣନ୍ତୁ ଆଜି କ`ଣ ରହିଛି ସୁନା ରେଟ୍
ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ଆଜି ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୧୦୦ ଟଙ୍କାରେ ପହଞ୍ଚିଛି ।
ନୂଆଦିଲ୍ଲୀ: ଆଜି ସୁନା ମୂଲ୍ୟ (Gold Price) ରେ ବୃଦ୍ଧି ଘଟିଥିବା ବେଳେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ ମଧ୍ୟ ହ୍ରାସ-ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗୁରୁବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେହିପରି ଆଜି (ଶୁକ୍ରବାର) ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର (Gold Price) ରେ ୧୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୪୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୯୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୯୪୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୯୩୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଆସିଯାଇଛି ଜାନୁଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ଆଜି ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୮୧୦ ଟଙ୍କା ରହିଛି । ଯାହା ଗତକାଲି ୬,୮୪୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଦରମା ଓ ଅବସର ବୟସରେ ହେବ ବୃଦ୍ଧି
ସେପଟେ ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୦୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୦,୯୫୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ମଧ୍ୟ ୪୬,୭୦୦ ଟଙ୍କା ରହିଥିଲା ।
ଅଧିକ ପଢ଼ନ୍ତୁ:-ପୁଅ-ଝିଅଙ୍କ ବଦଳରେ କୁକୁର ନାଁରେ ସଂପତ୍ତି କରିଦେଲେ ବାପା
ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି ମଧ୍ୟ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୨୪୦ ଟଙ୍କା ରହିଛି । ଯାହା ଗତକାଲି ୭,୨୩୦ ଟଙ୍କା ଥିଲା ।