ନୂଆଦିଲ୍ଲୀ: ଦଳିତ ଯୁବକ ଲଖବୀର ସିଂହଙ୍କ ହତ୍ୟା ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏକ ଆବେଦନରେ ସିଂଘୁ ବର୍ଡର ଖାଲି କରିବାକୁ ଦାବି କରାଯାଇଛି। ପ୍ରାୟ ୧୧ ଧରି ମାସ ଧରି କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିୟାଣା ସୀମାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜାରି ରହିଛି ଆନ୍ଦୋଳନ।


COMMERCIAL BREAK
SCROLL TO CONTINUE READING

ଦଳିତ ଯୁବକ ଲଖବୀର ସିଂହଙ୍କ ହତ୍ୟା ମାମଲାରେ ଓକିଲ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନରେ ସେ ସୀମା ଖାଲି କରିବାକୁ ସିଂଘୁ ବର୍ଡର (Singhu Border) ଖାଲି କରିବାକୁ ଦାବି କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୁଁ ସ୍ୱାତୀ ଗୋଏଲ ଶର୍ମା ଏବଂ ସଞ୍ଜୀବ ନେବରଙ୍କ ନାମରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ଚଳିତ ବର୍ଷ ମାର୍ଚ୍ଚରୁ ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧିନ ରହଛି। ଅନେକ ଚେଷ୍ଟା ପରେ ମଧ୍ୟ ଏ ସମ୍ପର୍କିତ ମାମଲାର ଶୁଣାଣି ହୋଇନାହିଁ। ସିଂଘୁ ବର୍ଡର ଠାରେ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରାଯିବା ପରେ ଏହି ମାମଲାର ଯଥାଶୀଘ୍ର ଶୁଣାଣି କରିବା ପାଇଁ ଦାବି ହୋଇଛି। 


Also Read: Singhu Border Murder Case: ୭ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ Nihang Sarabjit


ସିଂଘୁ ବର୍ଡର ଠାରେ ଦଳିତ ଯୁବକ ଲଖବୀର ସିଂହଙ୍କ ହତ୍ୟା ଘଟଣାରେ (Lakhbir Singh Murder Case) ଜଡିତ ଅଭିଯୁକ୍ତ ନିହଙ୍ଗ ସରବଜିତକୁ (Nihang Sarabjit) ଶନିବାର ସୋନିପତସ୍ଥିତ ଅଦାଲତରେ ହାଜର କରାଯାଇଛି। ଅଭିଯୁକ୍ତଙ୍କ ସହ କ୍ରାଇମ ବ୍ରାଞ୍ଚ ଦଳ କୋର୍ଟରେ ପହଞ୍ଚିଥିଲେ। କୋର୍ଟ ସରବଜିତକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସେ କୁଣ୍ଡଲି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସମୟରେ ଏଭଳି ଲୋମହର୍ଷଣକରୀ ହତ୍ୟାକାଣ୍ଡ ଭିଆଇଥିବା ନେଇ ସ୍ୱୀକାର କରିଥିଲା। 


Also Read: ସିଙ୍ଘୁ ବର୍ଡର ହତ୍ୟା ମାମଲାରେ ଜଡିତ ଅଭିଯୁକ୍ତ ନିହଙ୍ଗ ସରବଜିତ ସିଂହ ଗିରଫ


ଶୁକ୍ରବାର ସକାଳେ ସିଙ୍ଘୁ ବର୍ଡରସ୍ଥିତ ଆନ୍ଦୋଳନସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଶିଖ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ଶାସ୍ତ୍ରକୁ ଅପମାନିତ କରିବା କାରଣରୁ ନିହଙ୍ଗ ପ୍ରଥମେ ପଞ୍ଜାବର ତରନତାରନ ଜିଲ୍ଲାର ଚୀମା ଖୁର୍ଦ ଗାଁର ଲଖବୀର ସିଂହ ନାମକ ଜଣେ ଦଳିତ ବ୍ୟକ୍ତିଙ୍କ ହାତ କାଟି ହତ୍ୟା କରିବା ପରେ ବ୍ୟାରିକେଡରେ ଶବକୁ ଝୁଲାଇ ଦିଆଯାଇଥିଲେ। ଏହି ହତ୍ୟାକାଣ୍ଡ ପାଇଁ ନିହଙ୍ଗ ଶିଖ ନିଜକୁ ଦାୟୀ କରିଛି। 


Also Read: ସିଙ୍ଘୁ ବର୍ଡର ହତ୍ୟା ଘଟଣା ପରେ ଚର୍ଚ୍ଚାରେ ନିହଙ୍ଗ ଶିଖ୍; ଜାଣନ୍ତୁ କିଏ ଏମାନେ


ଦୀର୍ଘ ୧୧ ମାସ ଧରି ସିଂଘୁ ବର୍ଡର ଠାରେ ଚାଲିଥିବା ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନସ୍ଥଳରେ ପ୍ରାୟ ୨୨୫ ନିହଙ୍ଗ ଶିଖ ଉପସ୍ଥିତ ଅଛନ୍ତି। ବିରୋଧ ପ୍ରଦର୍ଶନରେ ସେମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହିତ ଉପସ୍ଥିତ ରହୁଛନ୍ତି। ସେମାନେ ସଶସ୍ତ୍ର ଆନ୍ଦୋଳନସ୍ଥଳରେ ଉପସ୍ଥିତ ଅଛନ୍ତି। ରାତିରେ ନିହାଙ୍ଗ ଶିଖ୍ ମୁଖ୍ୟ ଆନ୍ଦୋଳନ ମଞ୍ଚକୁ ଜଗିଥାନ୍ତି। ସିଂଘୁ ବର୍ଡର ଠାରେ ମୁଖ୍ୟ ମଞ୍ଚ ପଛରେ ଗୁରୁ ଗ୍ରନ୍ଥ ସାହିବକୁ ସାମୟିକ ଭାବେ ସ୍ଥାପନ କରାଯାଇଛି।