ନୂଆଦିଲ୍ଲୀ: Sonia Gandhi on 76th Independence Day: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ରାଜନୈତିକ ଲାଭ ପାଇଁ କରାଯାଉଥିବା ଭୁଲ ବୟାନକୁ କଂଗ୍ରେସ (Congress) ବିରୋଧ କରିବ । ସେପଟେ କୋରୋନା ଭୂତାଣୁ ସଂକ୍ରମିତ କାରଣ ସୋନିଆ ଗାନ୍ଧୀ ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସେ ଦେଶବାସୀଙ୍କୁ ସମ୍ୱୋଧନ କରି ଏକ ବାର୍ତ୍ତା ଜାରି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ଅଧ୍ୟକ୍ଷା ଲେଖିଛନ୍ତି ଯେ, ଗତ ୭୫ ବର୍ଷ ମଧ୍ୟରେ ଭାରତ ନିଜର ପ୍ରତିଭାଶାଳୀ ଭାରତୀୟଙ୍କ କଠିନ ପରିଶ୍ରମ ମାଧ୍ୟମରେ ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସମେତ ସମସ୍ତ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି । ଗଣତନ୍ତ୍ର ଓ ସାମ୍ବିଧାନିକ ଅନୁଷ୍ଠାନକୁ ମଜବୁତ କରୁଥିବାବେଳେ ଭାରତ ଏହାର ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ନେତୃତ୍ୱରେ ଏକ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥା ପ୍ରତିଷ୍ଠା କରିଛି । ଏହା ସହିତ ଭାରତ ଭାଷା ଧର୍ମ ସମ୍ପ୍ରଦାୟର ବିବିଧତା ସତ୍ତ୍ୱେ ଏକ ଅଗ୍ରଣୀ ଦେଶ ଭାବରେ ନିଜର ଗୌରବପୂର୍ଣ୍ଣ ପରିଚୟ ସୃଷ୍ଟି  କରିଛି ।


ସୋନିଆ ଗାନ୍ଧୀ ଆଗକୁ ଲେଖିଛନ୍ତି ଯେ, ବନ୍ଧୁଗଣ, ଆମେ ଗତ ୭୫ ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛୁ, କିନ୍ତୁ ଆଜିର ଆତ୍ମମୁଗ୍ଧ ସରକାର ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ବଳିଦାନ ତଥା ଦେଶର ଗୌରବମୟ ସଫଳତାକୁ ତୁଚ୍ଛ କରିବାକୁ ଚେଷ୍ଟା କରୁଛନ୍ତି, ଯାହା କଦାପି ଗ୍ରହଣ କରାଯାଇପାରିବ ନାହିଁ । ରାଜନୈତିକ ଲାଭ ପାଇଁ ଐତିହାସିକ ତଥ୍ୟ ଉପରେ କୌଣସି ଭୁଲ ଉପସ୍ଥାପନା ଓ ଗାନ୍ଧୀ ନେହରୁ ପଟେଲ ଆଜାଦଜୀଙ୍କ ପରି ମହାନ ଜାତୀୟବାଦୀ ନେତାଙ୍କୁ ମିଥ୍ୟା ଆଧାରରେ କାଠଗଡାରେ ଛିଡ଼ା କରିବାର ପ୍ରତ୍ୟେକ ପ୍ରୟାସକୁ ଭାରତୀୟ ଜାତୀୟ କଂଗ୍ରେସ ଦୃଢ଼ ବିରୋଧ କରିବ । 


ଏହା ବି ପଢ଼ନ୍ତୁ:-ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...


ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ସ୍ୱଦେଶୀ ଗନରେ ୨୧ ତୋପର ଦିଆଗଲା ସଲାମୀ, ଜାଣନ୍ତୁ ଏଥର ସ୍ୱାଧୀନତା ଦିବସ କାହିଁକି ଏତେ ଖାସ୍


ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି


 


ଏଠାରେ କହି ରଖୁଛୁ ଯେ, ସୋନିଆ ଓ ରାହୁଲ ଗାନ୍ଧୀ କୋରୋନା କାରଣରୁ ଆଇସୋଲେଶନରେ ଅଛନ୍ତି । ଏଥି ସହ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ କୋଭିଡର ସାମ୍ନା କରୁଛନ୍ତି । ଏବେ ପ୍ରଶ୍ନ ହେଉଛି କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା କିଏ ଉତ୍ତୋଳନ କରିବେ । ବାସ୍ତବରେ, ୨୦୨୦ ମସିହାରେ ଏହି ଦୁଇ ନେତାଙ୍କ ଅନୁପସ୍ଥିତିରେ AK ଆଣ୍ଟୋନି କଂଗ୍ରେସ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ବର୍ତ୍ତମାନ ସେ ମଧ୍ୟ କେରଳରେ ଅଛନ୍ତି ।