ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...
Advertisement

ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...

76th Indipendence Day: ସ୍ୱାଧୀନତାର ୭୫ତମ  ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଲାଲକିଲାରୁ ଦେଶକୁ ୫ଟି ସଂକଳ୍ପ (Pancha Prana) ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୨୫ ବର୍ଷରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଆମକୁ ଏହି ସଂକଳ୍ପଗୁଡିକ ପୂରଣ କରିବାକୁ ପଡ଼ିବ । ମୁଁ ଭାବୁଛି

ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...

ନୂଆଦିଲ୍ଲୀ: 76th Indipendence Day: ସ୍ୱାଧୀନତାର ୭୫ତମ  ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଲାଲକିଲାରୁ ଦେଶକୁ ୫ଟି ସଂକଳ୍ପ (Pancha Prana) ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୨୫ ବର୍ଷରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଆମକୁ ଏହି ସଂକଳ୍ପଗୁଡିକ ପୂରଣ କରିବାକୁ ପଡ଼ିବ । ମୁଁ ଭାବୁଛି ଆସନ୍ତା ୨୫ ବର୍ଷ ପାଇଁ ଆମକୁ ସଂକଳ୍ପଗୁଡ଼ିକୁ ୫ଟି ଆଧାରରେ କେନ୍ଦ୍ରିତ କରିବାକୁ ପଡିବ । ଆମେ ସେହି ପାଞ୍ଚଟି ସଂକଳ୍ପକୁ ନେଇ ୨୦୪୭ରେ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ହେବ ତ ଦେଶପ୍ରେମୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାର ପ୍ରାଚୀରରୁ କହିଛନ୍ତି ଯେ, ଆମକୁ ୫ଟି ବଡ଼ ସଂକଳ୍ପ ନେଇ ଚାଲିବାକୁ ପଡିବ । ଏହି ସଂକଳ୍ପଗୁଡିକ ମଧ୍ୟରୁ ଗୋଟିଏ ବିକଶିତ ଭାରତ ହେବ । ଦ୍ୱିତୀୟଟି ହେଉଛି କୌଣସି କୋଣରେ ଦାସତ୍ୱର କୌଣସି ମଧ୍ୟ ଅଂଶ ନ ରହିଯାଉ । ବର୍ତ୍ତମାନ ଆମକୁ ଶତ ପ୍ରତିଶତ ସେହି ଦାସତ୍ୱର ଚିନ୍ତାଧାରାରୁ ମୁକ୍ତି ପାଇବାର ଅଛି, ଯାହାକୁ ଆମେ ଜାବୁଡ଼ି ରଖିଛୁ । ଯଦି ଆମେ ଦାସତ୍ୱର ଛୋଟ ଛୋଟ ଜିନିଷ ମଧ୍ୟ ଦେଖୁ, ତେବେ ଆମକୁ ଏଥିରୁ ମୁକ୍ତି ପାଇବାକୁ ପଡିବ । କେତେ ଦିନ ପର୍ଯ୍ୟନ୍ତ ବିଶ୍ୱ ଆମକୁ ପ୍ରମାଣପତ୍ର ଦେଉଥିବ । ଆମେ ନିଜ ନିଜର ମାନ ସ୍ଥିର କରିବା ନାହିଁ କି? କୌଣସି ପରିସ୍ଥିତିରେ ଆମେ ଅନ୍ୟମାନଙ୍କ ପରି ଦେଖାଯିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । ଆମେ ଯେପରି ମଧ୍ୟ ଅଛୁ, ଆମେ ସେହି ସାମର୍ଥ ସହ ଛିଡ଼ା ହେବୁ । ଏହା ଆମର ମନୋବଳ ।

ସେ କହିଛନ୍ତି ଯେ, ତୃତୀୟ ସଂକଳ୍ପ ହେଉଛି ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା । ଯାହା ଏକଦା ଭାରତକୁ ସୁବର୍ଣ୍ଣ ଯୁଗ ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ଐତିହ୍ୟରେ ପରିବେଶ ଭଳି ଜଟିଳ ସମସ୍ୟାର ସମାଧାନ ରହିଛି । ଆମର ସଂସ୍କୃତି ହେଉଛି ଯାହା ଜୀବରେ ଶିବଙ୍କୁ ଦେଖାଯାଏ ଓ ପଥରରେ ଶଙ୍କରଙ୍କୁ ଦେଖାଯାଏ । ଆମର ଏହି ପରମ୍ପରା ଆମକୁ ପରିବେଶ ସହିତ କିପରି ବଞ୍ଚିବାକୁ ହୁଏ ତାହା କହିଥାଏ ।

ସେ କହିଛନ୍ତି ଯେ, ଚତୁର୍ଥ ସଂକଳ୍ପ ହେଉଛି ଦେଶରେ ଏକତା ଓ ଏକଜୁଟତା ରହିବା । ଦେଶର ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହିବା ଆବଶ୍ୟକ । ଏହା ଆମର ଚତୁର୍ଥ ସଂକଳ୍ପ । ଆମକୁ ସମସ୍ତଙ୍କୁ ସମ୍ମାନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଶ୍ରମକୁ ଭଲ ଆଖିରେ ଦେଖିବାକୁ ପଡିବ ଓ ଶ୍ରମିକମାନଙ୍କୁ ସମ୍ମାନ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ସ୍ୱଦେଶୀ ଗନରେ ୨୧ ତୋପର ଦିଆଗଲା ସଲାମୀ, ଜାଣନ୍ତୁ ଏଥର ସ୍ୱାଧୀନତା ଦିବସ କାହିଁକି ଏତେ ଖାସ୍

ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଞ୍ଚମ ସଂକଳ୍ପ ହେଉଛି ନାଗରିକଙ୍କ କର୍ତ୍ତବ୍ୟ । ଏପରିକି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରୁ ବାହାରେ ନୁହଁନ୍ତି । ଯେତେବେଳେ ଆମେ ଆମର କର୍ତ୍ତବ୍ୟ ପାଳନ କରିବୁ ସେତେବେଳେ ଏହି ଦେଶ ଅଗ୍ରଗତି କରିପାରିବ । ଯଦି ସବୁବେଳେ ବିଦ୍ୟୁତ ଯୋଗାଣ କରିବା ସରକାରଙ୍କ କର୍ତ୍ତବ୍ୟ, ତେବେ ଅତି କମରେ ୟୁନିଟ୍ ଖର୍ଚ୍ଚ କରିବା ନାଗରିକଙ୍କ କର୍ତ୍ତବ୍ୟ । ଯଦି ସରକାର ଜଳସେଚନ ପାଇଁ ଜଳ ଦିଅନ୍ତି, ତେବେ ଯଥାସମ୍ଭବ ଜଳ ସଞ୍ଚୟ କରିବା ନାଗରିକଙ୍କ କର୍ତ୍ତବ୍ୟ ।