ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ (Russia-Ukraine War) ଲାଗି ରହିଛି । ଏହି ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହି ସମୟରେ ଦକ୍ଷିଣ କୋରିଆ (South Korea) ନାଟୋ (NATO) ର ଏକ ଗୋଷ୍ଠୀରେ ଯୋଗ ଦେବାରୁ ଚୀନ (China) ଅସନ୍ତୋଷ ପ୍ରକାଶ କରିଛି । ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସେସ୍ (NIS) ଗତ ସପ୍ତାହରେ ନାଟୋର ସାଇବର ସୁରକ୍ଷା ଗୋଷ୍ଠୀରେ ଯୋଗ ଦେଇଛି । ବିଶେଷ କଥା ହେଉଛି ଦକ୍ଷିଣ କୋରିଆ ଏପରି କରିଥିବା ଏସିଆ (Asia) ର ପ୍ରଥମ ଦେଶ । ବର୍ତ୍ତମାନ କୁହାଯାଉଛି ଯେ ଦକ୍ଷିଣ କୋରିଆର ଏହି ନିଷ୍ପତ୍ତି ଯୋଗୁଁ ଚୀନ (China) ଓ ପୁରୁଣା ଶତ୍ରୁ ଉତ୍ତର କୋରିଆ (North Korea) ସହିତ ତିକ୍ତତା ବୃଦ୍ଧି ପାଇପାରେ । ଏଭଳି ପରିସ୍ଥିତିରେ ଏସିଆରେ ୟୁକ୍ରେନ (Ukraine) ପରି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ଚୀନର କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଦି ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିନ ଲେଖିଛନ୍ତି ଯେ, "ଯଦି ଦକ୍ଷିଣ କୋରିଆ (South Korea) ପଡୋଶୀ ଦେଶ ପାଇଁ ଅସୁବିଧା ସୃଷ୍ଟି କରିବାର ରାସ୍ତା ଆପଣାଏ, ତେବେ ଏହାର ଅନ୍ତ ୟୁକ୍ରେନ ହୋଇପାରେ ।" ଉଲ୍ଲେଖଯୋଗ୍ୟ, ସାଇବର ସୁରକ୍ଷା ଗୋଷ୍ଠୀ ନାଟୋର କମାଣ୍ଡ ଗଠନଠାରୁ ଭିନ୍ନ । ଏହା ସତ୍ତ୍ୱେ ଚୀନର ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ, ବେଜିଂ ଏହି ଗୋଷ୍ଠୀରେ ନିଜର ପଡ଼ୋଶୀ ଓ ଆମେରିକାର ସହଯୋଗୀଙ୍କୁ ସାମିଲ ହେବାକୁ ନେଇ ଚିନ୍ତିତ ଅଛି । ଏହା ମଧ୍ୟ କୁହାଯାଇଛି ଯେ ଏହା ଚୀନର ସୁରକ୍ଷା ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରିପାରେ ।


ଏଠାରେ କହି ରଖୁଛୁ ଯେ, ଦକ୍ଷିଣ କୋରିଆ ୨୦୧୯ ଠାରୁ ନାଟୋର କୋଅପରେଟିଭ୍ ସାଇବର ଡିଫେନ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ (CCDCOE) ସହିତ ଜଡିତ ହେବାକୁ ଚେଷ୍ଟା କରୁଛି । ସାଇବର ସୁରକ୍ଷା ଅନୁସନ୍ଧାନ, ତାଲିମକୁ ଦୃଷ୍ଟିରେ ରଖି ଏହା ମେ ୨୦୦୮ରେ ପ୍ରତିଷ୍ଠିତ ହୋଇଥିଲା ।


ପିପୁଲ୍ସ ଲିବରେସନ୍ ଆର୍ମିର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲଙ୍କ ଅନୁଯାୟୀ ଚୀନ ବୁଝୁଛି ଯେ ଦକ୍ଷିଣ କୋରିଆର ଏହି ଗୋଷ୍ଠୀରେ ଯୋଗଦେବା ମେଣ୍ଟର ସଦସ୍ୟତାକୁ ଦେଖାଉ ନାହିଁ, କିନ୍ତୁ ସାଇବର ଯୁଦ୍ଧକୁ ଏକ ନୂତନ ଯୁଦ୍ଧ କ୍ଷେତ୍ର ଭାବରେ ଦେଖି ବେଜିଂ ଏଥିରେ ଖୁସି ନୁହେଁ । ବିଶ୍ଳେଷକମାନେ କହିଛନ୍ତି ଯେ, ଦକ୍ଷିଣ କୋରିଆ ଉତ୍ତର କୋରିଆ ଉପରେ ପ୍ରଭାବ ପକାଇବା ପାଇଁ ଚୀନ ଉପରେ ନିର୍ଭରଶୀଳ ।


ଏହା ବି ପଢ଼ନ୍ତୁ:-ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଲା ବିଜେପି


ଏହା ବି ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ମିଳିଲା ଏଲିଏନଙ୍କ ଘରର ଦ୍ୱାର! ନାସାର ଏହି ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍


ଏହା ବି ପଢ଼ନ୍ତୁ:-ଫସିଲେ ପୁଟିନ​


 


ଅନ୍ୟ ଏକ ଖାସ୍ କଥା ହେଉଛି NIS ଏପରି ସମୟରେ ଏହି ଗୋଷ୍ଠୀରେ ଯୋଗ ଦେଇଛି ଯେତେବେଳେ ନବ ନିର୍ବାଚିତ ରାଷ୍ଟ୍ରପତି ଇନ୍ ସୁକ୍-ୟୋଲ୍ (South Korean President Yoon Suk-yeol) ଏହି ସପ୍ତାହରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି । ପ୍ୟୋଙ୍ଗୟାଙ୍ଗ (Pyongyang) ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି । ସେ ପୁରୁଣା ନୀତି ଛାଡି ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି, ଯେଉଁଥିରେ ଉତ୍ତର କୋରିଆ ସହ ଆଲୋଚନା ମାଧ୍ୟମରେ ସମ୍ପର୍କ ସୁଧାରବାର କଥା କୁହାଯାଇଥିଲା ।


ତେବେ ଏହା ମଧ୍ୟ ମନେ କରାଯାଉଛି ଯେ ଦକ୍ଷିଣ କୋରିଆର ଉଦ୍ଦେଶ୍ୟ ଉତ୍ତର କୋରିଆ ତରଫରୁ ପରମାଣୁ କ୍ଷେପଣାସ୍ତ୍ରର ବିପଦକୁ ଦୂର କରିବା । କିନ୍ତୁ ବିଶେଷଜ୍ଞମାନେ ମନେ କରନ୍ତି ଯେ ଏହା କରିବା ପାଇଁ ସିଓଲ ଆମେରିକା ସହ ଚୁକ୍ତି କରିବା ଉଚିତ ନୁହେଁ ଓ ଚୀନ ସହିତ କାମ କରିବା ଉଚିତ । ଚୀନ ଓ ଉତ୍ତର କୋରିଆ ମଧ୍ୟରେ ସହଯୋଗ ଦୃଢ଼ ବୋଲି ମନେ କରାଯାଏ ।