Monsoon : ଭାରତରୁ ସଅଳ ଆସିଛି ମୌସୁମୀ ବାୟୁ। ରବିବାର ସକାଳେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁଛି। ପାଣିପାଗ ବିଭାଗ ଆକଳନ କରିଥିବା ସମୟର ତିନି ଦିନ ପୂର୍ବରୁ ମୌସୁମୀ ବାୟୁ ଭାରତରେ ପ୍ରବେଶ କରିଛି। ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ, ରଜ ପୂର୍ବରୁ ଓଡିଶାରେ ମୌସୁମୀ ବାୟୁ ଛୁଇଁବା ସମ୍ଭାବନା ଅଛି। 


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗର ପୂର୍ବ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ମୋସୁମୀ ପହଞ୍ଚିଛି। ପୂର୍ବରୁ ଏହା ମେ ୨୭ ବେଳକୁ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା। ଯଦି ସେମିତି ନହୁଏ ତେବେ ପାଣିପାଗ ଅନୁକୂଳ ରହିଲେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ଆକଳନ କରିଥିଲା। କିନ୍ତୁ ସେହି ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ମେ ୨୯ ସକାଳେ ମୌସୁମୀ ବାୟୁ କେରଳ ଛୁଇଁଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଦେଶର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷକରି ଦକ୍ଷିଣରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି।


Also Read: Nandankanan Zoo : ଚିତି କାମୁଡାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ, ସାପ ସହ ଏମିତି ବ୍ୟବହାର କଲେ


କେରଳ ଉପକୂଳ ଓ ଏହା ସଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାଦଲ ଛାଇ ରହିଛି। ଏଣୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ଆଗାମୀ ଦିନରେ ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତରପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତର ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି। ତେବେ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ ସେ ନେଇ କିଛି ଆକଳନ କରାଯାଇ ନାହିଁ।


 



ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ବିଶେଷ କରି ଜୁନ ୧୦ ବେଳକୁ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରିଥାଏ। IMDର ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ତେଣୁ ସଠିକ ସମୟରେ ଓଡିଶାରେ ଏହାର ପ୍ରଭାବ ଦେଖାଯିବା ସମ୍ଭାବନା ଅଛି। ଆସନ୍ତା ୪-୫ ଦିନରେ ମୌସୁମୀ ତାମିଲନାଡୁ ଓ ଆନ୍ଧ୍ର ଛୁଇଁପାରେ। ଆଉ ରଜ ପୂର୍ବରୁ ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି।