ନୂଆଦିଲ୍ଲୀ:  Sovereign Gold Bond Scheme: ଯଦି ଆପଣ ଶସ୍ତା ଦରରେ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି । ତେବେ ବିଗତ କିଛି ବର୍ଷ ହେବ ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) । ଏହି ଯୋଜନା ଅନ୍ତର୍ଗତ ମୋଦି ସରକାର ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ଏହି ସୁନାର ମୂଲ୍ୟ (Gold Rate) ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଏବଂ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଥିଲେ ଏହି ବାବା, ରାମ ମନ୍ଦିର ପାଇଁ ଦାନ କଲେ ୧ କୋଟି ଟଙ୍କା


ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ଅନ୍ତର୍ଗତ ଡିଜିଟାଲ ସୁନା ମୂଲ୍ୟ ରିଜର୍ଭ ବ୍ୟାଙ୍କ (RBI) ସ୍ଥିର କରିଥାଏ । ବଣ୍ଡର ନୂତନ ମୂଲ୍ୟ ଗ୍ରାମ ପିଛା ୪,୬୬୨ ଟଙ୍କା ଧାର୍ଯ୍ୟ କରାଯାଇଛି । ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୦-୨୧ ( ଦ୍ୱାଦଶ ଶୃଙ୍ଖଳା) ର ବିକ୍ରି ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ ।


ଅର୍ଥ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ ଯେଉଁମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ପରାମର୍ଶ କରି ଅନଲାଇନ୍ କ୍ରୟ କରନ୍ତି ସେମାନଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିପରି ନିବେଶକମାନଙ୍କ ପାଇଁ ୪,୬୧୨ ଟଙ୍କା ଦରରେ ଗୋଟିଏ ଗ୍ରାମ ସୁନା ବଣ୍ଡ ଜାରି କରାଯିବ ।


ଅଧିକ ପଢ଼ନ୍ତୁ:-ଦେଶରେ ପୁଣି କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...


ଏହି ବଣ୍ଡର ଅତିକମରେ ଗୋଟିଏ ଗ୍ରାମ କ୍ରୟ କରିବା ବାଧ୍ୟତାମୂଳକ । ଜଣେ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ କ୍ରୟ ସୀମା ହେଉଛି ୪ କିଲୋଗ୍ରାମ । ଏହି ବଣ୍ଡର ଅବଧି ୮ ବର୍ଷ ରହିବ ଏବଂ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ବର୍ଷରେ ଏହାକୁ ବାହାର କରିବାର ବିକଳ୍ପ ରହିବ । ଏହାର ବ୍ୟବହାର ସୁଧ ଦେବାର ତାରିଖରେ କରାଯାଇପାରିବ ।


ଅଧିକ ପଢ଼ନ୍ତୁ:-ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ବେତନ-ପେନସନ ଦେବାରେ ବିଳମ୍ବ ହେଲେ ସରକାରଙ୍କୁ ଦେବାକୁ ପଡ଼ିବ ସୁଧ


ଏହାର ଅର୍ଥ ହେଉଛି ଆପଣ ଏହି ସମୟ ମଧ୍ୟରେ ସୁନା କିଣି ପାରିବେ । ଅତିକମରେ ଗୋଟିଏ ଗ୍ରାମ କିଣାଯାଇପାରିବ । ଏହାକୁ କିଣିବା ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ, BSE, NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ । ସେଠାରୁ ଏହାକୁ ଡିଜିଟାଲ୍ କ୍ରୟ କରାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ କାରଣ ଶୁଦ୍ଧତା ପାଇଁ କୌଣସି ଚିନ୍ତା ରହିବ ନାହିଁ କି ସୁରକ୍ଷା ସମସ୍ୟା ମଧ୍ୟ ରହିବ ନାହିଁ ।