କୋଲମ୍ବୋ: ଦେଶରେ କାହିଁକି ସୃଷ୍ଟି ହେଲା ଆର୍ଥିକ ସଂକଟ ତାହାର କାରଣ କହିଛନ୍ତି ଶ୍ରୀଲଙ୍କା ନାଗରିକ। ପର୍ଯ୍ୟଟନ ଶିଳ୍ପ ଏହଂ ଚାହା ଚାଷ ଉପରେ ନିର୍ଭରଶୀଳ ଏହି ଦ୍ୱୀପ ରାଷ୍ଟ୍ରର ଅର୍ଥନୀତି ଏବେ ବିଭିନ୍ନ କାରଣରୁ ବର୍ବାଦ ହୋଇପଡି଼ବା ସହ ଦେଶ କାଙ୍ଗାଳ ହୋଇପଡ଼ିଛି। ଶ୍ରୀଲଙ୍କା ଅର୍ଥନୀତିର ମୂଳଦୁଆ ହେଉଛି ଚାହା ଚାଷ ଏବଂ ଏହାର ରପ୍ତାନି। ଏହି କାରଣରୁ ଶ୍ରୀଲଙ୍କା ପ୍ରତିବର୍ଷ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ।      


COMMERCIAL BREAK
SCROLL TO CONTINUE READING

ଶ୍ରୀଲଙ୍କା ସରକାରଙ୍କ ଏକ ନିଷ୍ପତ୍ତି ଦେଶରେ ଚାହ ବଗିଚା ବ୍ୟବସାୟକୁ ଏକ କଷ୍ଟସାଧ୍ୟ ସମୟ ମଧ୍ୟକୁ ଆଣି ଦେଇଥିଲେ। ଦେଶକୁ ରାସାୟନିକ ସାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଏହି କାରଣରୁ ଦେଶରେ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିଲା। ସାର ଅଭାବ  ଅଭାବ ହେତୁ ଚାହା ଉତ୍ପାଦନ ହ୍ରାସ ପାଇଥିଲା।


Also Read: ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା


ଏହି ବ୍ୟବସାୟ ସହ ଜଡ଼ିତ ଲୋକଙ୍କ କହିବା କଥା ଯେ ସରକାରଙ୍କ ଏହି ନିଷ୍ପତ୍ତି  କାରଣରୁ ବର୍ତ୍ତମାନ ଦେଶରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଦେଶର ଚାହା ବଗିଚାରେ ସାରର ଅଭାବ ଦେଖାଦେଇଛି। ବିକ୍ରି ହେଉଥିବା ସାରର ମୂଲ୍ୟ ବହୁତ ଅଧିକ ହୋଇଛି। ଯେଉଁଥିପାଇଁ ସମସ୍ତେ ଏହାକୁ କିଣିବାକୁ ସକ୍ଷମ ନୁହଁନ୍ତି। ଏହି କାରଣରୁ ଦେଶରେ ଚାହା ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଚାହା ବଗିଚା ସହିତ ଜଡିତ ଲୋକେ ସେମାନଙ୍କ ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ଅଛନ୍ତି।


ରାଜଧାନୀ କୋଲମ୍ବୋ ଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଉଚ୍ଚ ପାହାଡିଆ ଅଞ୍ଚଳ ମଧ୍ୟରେ ନୁଆରା ଏଲିୟା ନାମକ ଏକ ସ୍ଥାନ ରହିଛି। ଏହି ଅଞ୍ଚଳରେ ବହୁଳ ପରିମାଣରେ ଚାହା ଚାଷ ହୋଇଥାଏ। ଏଠାରେ ଥିବା ପେଡ୍ରୋ ଇଷ୍ଟେଟର ଜେନେରାଲ୍ ମ୍ୟାନେଜର (PEDRO Estate General Manager) ଦିଲିମ୍ ପଥିରାନା କହିଛନ୍ତି  ରାସାୟନିକ ସାର ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ଚାହା ବଗିଚା ପାଇଁ ଭାରୀ ପଡ଼ିଲା ବୋଲି କହିଛନ୍ତି ସେ।


Also Read: Sri Lanka: କାହିଁକି ସୃଷ୍ଟି ହେଲା ଅର୍ଥନୈତକ ସଂକଟ? ଜାଣନ୍ତୁ ଏହାର ୫ କାରଣ


ଚାହା ଉତ୍ପାଦନରେ ହୋଇଥିବା ହ୍ରାସର ପ୍ରଭାବ ଶ୍ରୀଲଙ୍କା ଅର୍ଥନୀତି ଉପରେ ମଧ୍ୟ ଅନୁଭୂତ ହୋଇଛି। ଜୈବିକ ଚାଷ ଯୋଗୁଁ ଦେଶର ଚାହା ଶିଳ୍ପ ଅନେକ କ୍ଷତି ସହିଛି। ଏହି କାରଣର ଦେଶର ଅର୍ଥନୀତିରେ ସୃଷ୍ଟି ହୋଇଥିବା ସଙ୍କଟକୁ ନେଇ ଦେଶର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି ଚାହା ବଗିଚାରେ କାମ କରୁଥିବା ଶ୍ରମିକ। ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଶ୍ରମିକ।