ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା
Advertisement
Article Detail0/zeeodisha/odisha1146733

ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା

ଗତ ଫେବୃଆରୀରେ ଭାରତ ଇନ୍ଧନ କ୍ରୟ ପାଇଁ ଶ୍ରୀଲଙ୍କାକୁ ୫୦ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଥିଲା। 

ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା

କଲମ୍ବୋ: ଭୟାନକ ବୈଦେଶିକ ମୁଦ୍ରା ସଙ୍କଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କା ଲାଗି ଆର୍ଥିକ ସମସ୍ୟା ଆହୁରି ବଢିବାରେ ଲାଗିଛି। ସ୍ଥିତି ସମ୍ଭାଳିବାକୁ ଯାଇ ଭାରତ ପାଖରୁ ନେଇଥିବା ୫୦ କୋଟି ଡଲାର ଋଣ ଶେଷ ହୋଇଆସୁଛି। ଯଦି ଏହା ଜାରି ରହେ ତାହେଲେ  ଏପ୍ରିଲ୍ ଶେଷ ସୁଦ୍ଧା ଡିଜେଲ କିଣିବା ପାଇଁ ଶ୍ରୀଲଙ୍କା ପାଖରେ ବିଦେଶୀ ମୁଦ୍ରା ରହିବ ନାହିଁ।

ଖାଦ୍ୟ ସାମଗ୍ରୀ, ଗ୍ୟାସ, ତୈଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପ୍ରବଳ ବିଦ୍ୟୁତ କାଟ ଭଳି ସମସ୍ୟାର ସାମ୍ନା କରୁଥିବା ଶ୍ରୀଲଙ୍କା ଜନସାଧାରଣ ଏବେ ଦେଶର ରାଜରାସ୍ତାକୁ ଓହ୍ଲାଇ ଦେଶର ସରକାରଙ୍କ ବିରୋଧ ନାରାବାଜି କରୁଛନ୍ତି। ଦେଶରେ ଗଣ ଆନ୍ଦୋଳନ କାରଣରୁ ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ସେମାନଙ୍କୁ ପଦରୁ ଇସ୍ତଫା ଦେଇଛନ୍ତି। ଏପରିକି ବହୁ ସାଂସଦ ମଧ୍ୟ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ପକ୍ଷ ଛାଡିଛନ୍ତି।

Also Read: Sri Lanka: ସରକାରଙ୍କ ଖେଳ ଶେଷ; ପ୍ରଦର୍ଶନ ମଧ୍ୟରେ ଆସିଲା ବଡ଼ ଖବର

ସରକାରୀ ସୂତ୍ର ମୁତାବକ ଶ୍ରୀଲଙ୍କାରେ ବିଦେଶରୁ ଅଶୋଧିତ ତୈଳ ଯୋଗାଣ ଅପ୍ରେଲ ପହିଲାରୁ ଆରମ୍ଭ ହେବାର ଥିଲା ମାତ୍ର ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଶେଷ ସପ୍ତାହରେ ତୈଳ ପରିବହନ ଆରମ୍ଭ ହୋଇସାରିଛି। ଭାରତ ପାଖରୁ ପରବର୍ତ୍ତୀ ତୈଳ ପରିବହନ ଆସନ୍ତା ସପ୍ତାହରେ ପହଞ୍ଚିବା ନେଇ ଆଶା କରାଯାଉଛି। ଭାରତରୁ ତୈଳ ପରିବହନ ଚଳିତ ମାସ ୧୫, ୧୮, ୨୩ ତାରିଖରେ ପହଞ୍ଚିବାର ସମ୍ଭାବନା ରହିଛି। ଯଦି ଏହା ପରେ ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ଦିଆଯାଇଥିବା ୫୦ କୋଟି ଡଲାର ଋଣ ସୁବିଧା ଶେଷ ହୋଇଯାଏ ଏବଂ ଯଦି ଭାରତ ଋଣର ପରିମାଣକୁ ବୃଦ୍ଧି ନକରେ ତାହେଲେ ଶ୍ରୀଲଙ୍କା ଗମ୍ଭୀର ତୈଳ ସଙ୍କଟର ସାମ୍ନା କରିପାରେ।

ଗତ ଫେବୃଆରୀରେ ଭାରତ ଇନ୍ଧନ କ୍ରୟ ପାଇଁ ଶ୍ରୀଲଙ୍କାକୁ ୫୦ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଥିଲା। ସାଧାରଣ ପରିବହନ ପାଇଁ ଶ୍ରୀଲଙ୍କାରେ ଡିଜେଲ ବହୁଳ ଭାବରେ ବ୍ୟବହୃତ ହୁଏ। ଏହା ସହିତ ତାପଜ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ଅଧିକ ଡିଜେଲ ବ୍ୟବହାର ହୋଇଥାଏ। ହେଲେ ଡିଜେଲ ଅଭାବ ହେତୁ ତାପଜ ବିଦ୍ୟୁତ କେନ୍ଦ୍ରରେ ଉତ୍ପାଦନ ଅନେକାଂଶରେ ଅଟକି ରହିଛି। ଏହି କାରଣର ଦେଶର ବର୍ତ୍ତମାନ ୧୦-୧୦ ଘଣ୍ଟା ପାଇଁ ବିଦ୍ୟୁତ୍ କାଟ ହେଉଛି।

Also Read: Sri Lanka Economic Crisis: ପଦ ଛାଡିଲେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିୱାର୍ଡ କବରାଲ

ଏହି ସମୟରେ ଶ୍ରୀଲଙ୍କା ମେଡିକାଲ ଆସୋସିଏସନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କଙ୍କୁ ଦେଶରେ ଅତ୍ୟାବଶ୍ୟକ ଔଷଧ ଅଭାବ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ସଙ୍ଗଠନ ସୂଚନା  ଅନୁସାରେ ବର୍ତ୍ତମାନ ଦେଶରେ ଜରୁରୀ ଔଷଧ ଏବଂ ଚିକିତ୍ସା ଉପକରଣର ଅଭାବ ହେତୁ କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଉଛି। ଏହି ସମୟରେ ସାରା ଦେଶରେ ଘଟୁଥିବା ବିରୋଧକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରି ସରକାର କହିଛନ୍ତି ଯେ ବିରୋଧୀ ଦଳ ଜନତା ବମୁକ୍ତି ପେରାମନ ଏଭଳି ଆନ୍ଦୋଳନ ଆୟୋଜନ କରିଛି।