ନୂଆଦିଲ୍ଲୀ: ଜାତୀୟ ରଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ୬୬ ଦିନରେ ପହଞ୍ଚିଛି। ଏପଟେ ୨୦୨୧-୨୨ ବର୍ଷର ବଜେଟ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ରାତି ପାହିଲେ ସଂସଦରେ ବଜେଟ ଉପସ୍ଥାପନା ହେବ। ତାହାରି ପୂର୍ବରୁ ସର୍ବଦଳୀୟ ବୈଠକ ଆୟୋଜନ ହୋଇଛି। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଦୋଳନରତ କୃଷକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ବଜେଟ (Budget 2021) ଉପସ୍ଥାପନା ପୂର୍ବରୁ ଶନିବାର କେନ୍ଦ୍ରରେ ସର୍ବଦଳୀୟ ବୈଠକ (All Party Meeting) ବସିଛି। ଯେଉଁଠି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କୃଷକଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ସରକାର ବର୍ତ୍ତମାନ ମଧ୍ୟ ଆନ୍ଦୋଳନରତ କୃଷକ ସଙ୍ଗଠନ (Farmer Union) ସହ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ଏଥିପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Sing Tomar) ଦେଇଥିବା ପ୍ରସ୍ତାବ ମାନିବାକୁ ପଡିବ। ୩ କୃଷି ଆଇନକୁ ଦେଢ ବର୍ଷ ପାଇଁ ସ୍ଥଗିତ ରଖି ଆଲୋଚନା କରାଯିବ ବୋଲି ମୋଦି କହିଛନ୍ତି। 


Also Read: ଅନଶନ କରିବେନି ଆନ୍ନା, ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଲା ପରେ ବଦଳାଇଲେ ପ୍ଲାନ୍


ସେ ପୁଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ଗୋଟିଏ ଫୋନ କଲ ଦୂରତାରେ ଅଛନ୍ତି। ଆନ୍ଦୋଳନ କରୁଥିବା କୃଷକ (Farmer Protest) ଙ୍କୁ ବୁଝାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ବିରୋଧୀ (Opposition Party) ବି କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ ମାନିବାକୁ ଅପିଲ କରନ୍ତୁ। ସରକାର ଏବେ ବି ଗତ ଜାନୁଆରୀ ୨୨ ତାରିଖରେ ଦେଇଥିବା ପ୍ରସ୍ତାବରେ କାଏମ ଅଛନ୍ତି ବୋଲି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି। 


କୃଷକ ନେତା ଓ ସରକାରଙ୍କ ମଧ୍ୟରେ ହୋଇଥିବା ୧୨ ରାଉଣ୍ଡର ବୈଠକ ପରେ ବି କୌଣସି ସୁଫଳ ମିଳିନାହିଁ। ଶେଷ ବୈଠକରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସ୍ପଷ୍ଟ କରିଥିଲେ ଯେ, ଆନ୍ଦୋଳନକାରୀ କୃଷକମାନେ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରିନ୍ତି ତେବେ ଯାଇ ଆଗମୀ ଆଲୋଚନା ହେବ। ଆଉ ସେହି କଥାକୁ ହିଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ଏକ ଭିନ୍ନ ଶୈଳୀରେ ଉପସ୍ଥାପନା କରିଛନ୍ତି। 


Also Read: କୃଷକଙ୍କ ପାଇଁ ଅଗ୍ନି ପରୀକ୍ଷା! ଆନ୍ଦୋଳନ ଶେଷ କରିବାକୁ ସରକାର ନେଲେ ଏହି ପଦକ୍ଷେପ


ସେପଟେ ସରକାରଙ୍କ ସହ ଆଗାମୀ ଆଲୋଚନା ନେଇ ବର୍ତ୍ତମାନ ସୁଦ୍ଧା କୃଷକ ସଙ୍ଗଠନ ଗୁଡିକ ସ୍ପଷ୍ଟ କରିନାହାନ୍ତି। ଏବେ ବି ସେମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣାରେ ବସିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆନ୍ଦୋଳନ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସ୍ଥାନେ ସ୍ଥାନେ ବିପୁଳ ପରିମାଣରୋ ପୋଲିସ ଏବଂ ଅର୍ଦ୍ଧ ସାମରୀକ ବଳ ମୁତୟନ କରାଯାଇଛି।