ଦିନକ ପୂର୍ବରୁ ଯେଉଁ ବ୍ୟକ୍ତି କୃଷକଙ୍କ ପାଇଁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ, ସେ ରାତାରାତି କିଭଳି ବଦଳି ଗଲେ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Trending Photos
ନୂଆଦିଲ୍ଲୀ: ୟୁ ଟର୍ଣ୍ଣ ନେଲେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ । କୃଷି ଆଇନ ବିରୁଦ୍ଧରେ ସେ ଅନଶନ କରିବେ ନାହିଁ। ବିଜେପି ନେତା ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କୁ ଭେଟିଲା ପରେ ସେ ନିଜର ପ୍ଲାନ ବଦଳାଇଥିବା ନେଇ ସୂଚନା ଦେଇଛନ୍ତି। ତେବେ ଫଡନାଭିସଙ୍କ ସହ ସେ କଣ ଆଲୋଚନା କଲେ ତାହା ସ୍ପଷ୍ଟ ହୋଇନାହିଁ।
ଶୁକ୍ରବାର ସନ୍ଧ୍ୟାରେ ୮୩ ବର୍ଷୀୟ ଆନ୍ନା ହଜାରେ (Anna Hazre) କହିଛନ୍ତି ଯେ, ସେ ବିଗତ ୩ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଛନ୍ତି। କୃଷକଙ୍କୁ ଫସଲର ଉଚିତ ମୂଲ୍ୟ ମିଳୁନାହିଁ। ଫଳରେ ସେମାନେ ଆତ୍ମହତ୍ୟା (Farmer Suicide) କରୁଛନ୍ତି। ସରକାର MSP ବୃଦ୍ଧି କରିବା ସହ ୩ଟି ନୂଆ କୃଷି ଆଇନର ୧୫ଟି ବିନ୍ଦୁ ଉପରେ କାମ କରିବାକୁ ଆଶ୍ୱାସନା ଦେଇଛନ୍ତି। ତେଣୁ ସେ ଆଉ ଅନଶନ କରିବେ ନାହିଁ।
Also Read: କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଓଁ ସିଦ୍ଧିରେ ଆରମ୍ଭ କରିବେ ଆମରଣ ଅନଶନ
ସେ ପୁଣି କହିଛନ୍ତି, "କୃଷି ଆଇନ (Farm Law) କୁ ବିରୋଧ କରୁଥିବା ଆନ୍ଦୋଳନକାରୀ (Farmer protest) ଙ୍କ ଠାରେ ଲୋକତାନ୍ତ୍ରୀକ ମୂଲ୍ୟବୋଧର ଅଭାବ ରହିଛି।'' କୃଷକଙ୍କ ସମସ୍ୟାକୁ ନେଇ ସବୁବେଳେ ସରକାରଙ୍କୁ ଟାର୍ଗେଟ କରୁଥିବା ଆନ୍ନା ଏବେ ସରକାରଙ୍କ ବାଃ ବାଃ କରୁଛନ୍ତି। କିଛି ଦିନ ତଳେ ଆନ୍ନା ନିଜେ କହିଥିଲେ ଯେ, କୃଷକଙ୍କୁ ନେଇ କେନ୍ଦ୍ର ସରକାର ଅସମ୍ବେଦନଶୀଳ। ଏଥିପାଇଁ ସେ ଜାନୁଆରୀ ୩୦ରୁ ଜୀବନର ଶେଷ ଅନଶନ କରିବେ। କିନ୍ତୁ BJP ନେତାଙ୍କୁ ଭେଟିଲା ପରେ ସେ ଏବେ ନିଜ ବୟାନ ବଦଳାଇଛନ୍ତି।
ରାମଲୀଳା ମଇଦାନ (Ramlila Maidan) ରେ ଅନଶନ କରିବା ପାଇଁ ଆନ୍ନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) କୁ ଚିଠି ଲେଖିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ତାହାର ଉତ୍ତର ଆସିନାହିଁ। ସେପଟେ କୋରୋନା ପାଇଁ ନିଜ ଅହମଦନଗର ଜିଲ୍ଲାସ୍ଥିତ ବାସଭବନରେ ଏକତ୍ରିତ ନ ହେବାକୁ ଆନ୍ନା ସମର୍ଥକକୁ ଅପିଲ କରିଛନ୍ତି। ତେବେ ଦିନକ ପୂର୍ବରୁ ଯେଉଁ ବ୍ୟକ୍ତି କୃଷକଙ୍କ ପାଇଁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ, ସେ ରାତାରାତି କିଭଳି ବଦଳି ଗଲେ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।