Bihar News: ଅତିଥି ଦେବୋ ଭବଃ, ଷ୍ଟେଜରେ ବସିଥିବା ବରଙ୍କ ବଦାନ୍ୟତା ଶୁଣି ଆପଣ ବି କହିବେ ୱାଃ
Bihar News: ଆରମ୍ଭ ହୋଇଛି ବିବାହ ସିଜିନ୍ । ଆପଣଙ୍କ ବି ଅନେକଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିବେ ନିଶ୍ଚୟେ। କିନ୍ତୁ ବିହାରରୁ ଏପରି ଏକ ଖବର ଆସିଛି । ଯାହା ଶୁଣିବାକୁ ଆପଣଙ୍କୁ ଖୁସି ଲାଗିବ । ଷ୍ଟେଜରେ ବର ହୋଇ ବସିଥିବା ବ୍ୟକ୍ତିଙ୍କ କଥା ଶୁଣିଲେ ଆପଣବି କହିବେ ୱାଃ ବର ହେବତ ଏମିତି ।
Bihar News: ଆରମ୍ଭ ହୋଇଛି ବିବାହ ସିଜିନ୍ । ଆପଣଙ୍କ ବି ଅନେକଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିବେ ନିଶ୍ଚୟେ। କିନ୍ତୁ ବିହାରରୁ ଏପରି ଏକ ଖବର ଆସିଛି । ଯାହା ଶୁଣିବାକୁ ଆପଣଙ୍କୁ ଖୁସି ଲାଗିବ । ଷ୍ଟେଜରେ ବର ହୋଇ ବସିଥିବା ବ୍ୟକ୍ତିଙ୍କ କଥା ଶୁଣିଲେ ଆପଣବି କହିବେ ୱାଃ ବର ହେବତ ଏମିତି । ବରଙ୍କର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସ୍ଥାନୀୟ ଅଞ୍ଚଳରେ ଏକ ବିବାହ ଉତ୍ସବ ହୋଇଥିଲା । ଯେଉଁଠାରେ ସ୍ଥାନୀୟ ଅଞ୍ଚଳରେ ହଷ୍ଟେଲରେ ରହୁଥିବା କିଛି ଛାତ୍ର ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ପଳାଇ ଆସିଥିଲେ। ଆଉ ଭୋଜି ମଧ୍ୟ ଖାଇଥିଲେ । ଏହାପରେ ଷ୍ଟେଜରେ ବସିଥିବା ବର ନିକଟକୁ ଯାଇଥିଲେ ହଷ୍ଟେଲ ଛାତ୍ର । ଆଉ ତାଙ୍କ ଆଗରେ ବଖାଣିଥିଲେ ପୁରା ଘଟଣା।
ହଷ୍ଟେଲରେ ରୋଷେଇ କରି ନ ଥିବାରୁ ବିନା ନିମନ୍ତ୍ରଣରେ ଖାଇଥିବା କଥା ମଧ୍ୟ କହିଥିଲେ । ଏହା ଶୁଣିବା ପରେ ବର ଏକ ସ୍ମିତ ହାସ୍ୟ ଦେଇ କହିଥିଲେ କି ଏଥିରେ କୌଣସି ଅସୁବିଧା ନାହିଁ । ଆପଣମାନେ ମୋ ବିବାହରେ ଖାଦ୍ୟ ଖାଇଲେ ,ମୋତେ ବହୁତ ଭଲ ଲାଗିଲା । ଆଉ ଆପଣ ମାନେ ଯିବା ସମୟରେ ଆପଣଙ୍କ ହଷ୍ଟେଲ ସାଙ୍ଗମାନଙ୍କ ପାଇଁ ମଧ୍ୟ ଭୋଜି ନେଇଯିବେ । ଏହା ଶୁଣିବା ପରେ ଛାତ୍ର ଜଣକ ହସି ଥିଲେ। ଏବଂ ତାଙ୍କୁ ବିବାହର ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ହେଲେ ଗତ କିଛି ଦିନ ତେଳ ମଧ୍ୟ ପ୍ରଦେଶର ଭୋପାଳରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଜଣେ ଏମବିଏ ଛାତ୍ର ବିନା ନିମନ୍ତ୍ରଣରେ ବିବାହରେ ପହଞ୍ଚି ଯାଇଥିଲେ।
ଭୋକ ଲାଗିବା କାରଣରୁ ସେ ସେଠାରେ ଭୋଜି ମଧ୍ୟ ଖାଇଥିଲେ। ଏଥିପାଇଁ ଆୟୋଜକ ମାନେ ତାଙ୍କୁ ଏକ ବଡ ଦଣ୍ତ ମଧ୍ୟ ଦେଇଥିଲେ। ବିନା ନିମନ୍ତ୍ରଣରେ ବିବାହ କାର୍ଯ୍ୟରେ ପହଞ୍ଚି ଭୋଜି ଖାଇବାରୁ ତାଙ୍କ ହାତରେ ଅଇଁଠା ପ୍ଲେଟ ମଧ୍ୟ ସଫା କରିଥିଲେ। ଯାହାରେ ଭିଡିଓ ବେଶ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିହାରରୁ ଆସିଥିବା ଏହି ଭିଡିଓରେ ପୁରା ବିପରୀତ ଘଟଣା ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ଏହି ଭିଡିଓ ଯିଏ ବି ଦେଖୁଛି ସିଏ ନିଶ୍ଚୟ କହୁଛି ଅତିଥି ଦେବୋ ଭବଃ ।
ଏହାବି ପଢନ୍ତୁ : Shocking News: ବିମାନ ଯାତ୍ରା ବେଳେ ଚର୍ଚ୍ଚାକୁ ଆସିଲେ ମହିଳା ଯାତ୍ରୀ, କାରନାମା ଶୁଣିଲେ ଉଡ଼ିଯିବ ହୋସ
ଏହାବି ପଢନ୍ତୁ : Indian Railway: ୩୦ ପ୍ରତିଶତ ଯାତ୍ରୀ ଭଡ଼ା ହ୍ରାସ କରିବ ରେଳବାଇ! ଜାଣନ୍ତୁ କାରଣ...
ଏହାବି ପଢନ୍ତୁ : Russia Ukraine War: ଯୁଦ୍ଧରେ ପ୍ରାଣ ହରାଇଛନ୍ତି କେତେ ସଂଖ୍ୟକ ସୈନିକ? ଖୁଲାସା କଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା