Russia Ukraine War: ଯୁଦ୍ଧରେ ପ୍ରାଣ ହରାଇଛନ୍ତି କେତେ ସଂଖ୍ୟକ ସୈନିକ? ଖୁଲାସା କଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା
Advertisement
Article Detail0/zeeodisha/odisha1467657

Russia Ukraine War: ଯୁଦ୍ଧରେ ପ୍ରାଣ ହରାଇଛନ୍ତି କେତେ ସଂଖ୍ୟକ ସୈନିକ? ଖୁଲାସା କଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

Russia Ukraine  Conflict: ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟକ୍ କହିଛନ୍ତି ଯେ ଋଷିଆ-ୟୁକ୍ରେନ ଯୁଦ୍ଧରେ ୧୦ ହଜାରରୁ ୧୩ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ କେତେ ସଂଖ୍ୟକ ସୈନିକ ହତାହତ ହୋଇଛନ୍ତି ସେ ନେଇ ୟୁକ୍ରେନ କିମ୍ବା ଋଷିଆ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ପ୍ରଦାନ କରାଯାଇନାହିଁ।

Russia Ukraine War: ଯୁଦ୍ଧରେ ପ୍ରାଣ ହରାଇଛନ୍ତି କେତେ ସଂଖ୍ୟକ ସୈନିକ? ଖୁଲାସା କଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

Ukrainian Presidential Adviser: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୯ ମାସ ପୂରଣ ହୋଇସାରିଛି। ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣରେ ପ୍ରାୟ ୧୩ ହଜାର ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ହେଲେ ଏହି ଯୁଦ୍ଧରେ କେତେ ସଂଖ୍ୟକ ସୈନିକଙ୍କ ମତ୍ୟୁ ହୋଇଛି ତାହାର ଖୁଲାସା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟକ୍। 

ଏନେଇ ପ୍ରତିକ୍ରିୟା ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟକ୍ କହିଛନ୍ତି ଯେ ଋଷିଆ-ୟୁକ୍ରେନ ଯୁଦ୍ଧରେ ୧୦ ହଜାରରୁ ୧୩ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ କେତେ ସଂଖ୍ୟକ ସୈନିକ ହତାହତ ହୋଇଛନ୍ତି ସେ ନେଇ ୟୁକ୍ରେନ କିମ୍ବା ଋଷିଆ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ପ୍ରଦାନ କରାଯାଇନାହିଁ। ସୈନିକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ଦେଇଥିବା ମନ୍ତବ୍ୟକୁ ୟୁକ୍ରେନ ସୈନ୍ୟ ବାହିନୀ ପକ୍ଷରୁ ନିଶ୍ଚିତ କରାଯାଇନାହିଁ। 

ଗତ ଜୁନ ମାସରେ ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟକ୍ କହିଥିଲେ ଋଷିଆ-ୟୁକ୍ରେନ ଯୁଦ୍ଧରେ ଦୈନିକ ୧୦୦-୨୦୦ ସୈନିକଙ୍କ ମୃତ୍ୟୁ ହେଉଛି। ଅନ୍ୟପଟେ ଗତ ମାସରେ ବରିଷ୍ଠ ଆମେରିକୀୟ ଜେନେରାଲ ମାର୍କ ମିଲି କହିଥିଲେ ଯେ ଏହି ଯୁଦ୍ଧ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ଋଷୀୟ ଏବଂ ୧ ଲକ୍ଷ ୟୁକ୍ରେନ ସୈନିକ ଆହତ କିମ୍ବା ନିହତ ହୋଇଛନ୍ତି।

ଗତ ବୁଧବାର ଏକ ଭିଡ଼ିଓ ମାଧ୍ୟମରେ ସମ୍ବୋଧିତ କରି  ୟୁରୋପୀୟ ସଂଘ ଆୟୋଗ ମୁଖ୍ୟ ଉର୍ସୁଲା ଭୋନ୍ ଡେର୍ ଲେଏନ୍ କହିଛନ୍ତି ଯେ ଯୁଦ୍ଧରେ ୧ ଲକ୍ଷ ୟୁକ୍ରେନ ସୈନ୍ୟ ନିହତ ହୋଇଛନ୍ତି। ୟୁରୋପୀୟ ଆୟୋଗ ମୁଖପାତ୍ର ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଏକ ଭୁଲ ସଂଖ୍ୟା। ଏହା ଉଭୟ ନିହତ ଏବଂ ଆହତ ହୋଇଥିବା ସୈନିକଙ୍କ ସଂଖ୍ୟାକୁ ଦର୍ଶାଉଛି।

ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟକ୍ କହିଛନ୍ତି କୀଭ୍ ଖୋଲାଖୋଲି ଭାବେ ନିହତ ହୋଇଥିବା ସୈନିକଙ୍କ ସଂଖ୍ୟା ବିଷୟରେ କହୁଛି। ଜେନେରାଲ୍ ଷ୍ଟାଫ୍ ଏବଂ   ସେନାଧ୍ୟକ୍ଷ ଭୋଲଡିମିର ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଯୁଦ୍ଧରେ ୧୦ ହଜାରରୁ ୧୨,୫୦୦- ୧୩, ୦୦୦ ସୈନିକ ନିହତ ହୋଇଛନ୍ତି। ଏହି ଯୁଦ୍ଧରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ବିବିସି ରିପୋର୍ଟ ଗତ ଜୁନ୍ ମଧ୍ୟଭାଗରେ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ୩୬୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ସଂଖ୍ୟା ବର୍ତ୍ତମାନ ଆହୁରି ଅଧିକ ବଢିଥିବାର ସମ୍ଭାବନା ରହିଛି।

 ୟୁରୋପୀୟ ସଂଘ ଆୟୋଗ ମୁଖ୍ୟ କହିଛନ୍ତି ଋଷିଆ ସହ ଜାରି ରହିଥିବା ଯୁଦ୍ଧ କାରଣରୁ ୨୦ ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ସଂଘ  ଆୟୋଗ ମୁଖ୍ୟ ଦ୍ୱାରା ଏହି ସଂଖ୍ୟା ପ୍ରତ୍ୟାହାର କରାଯାଇନଥିବା ବେଳେ 1 ଲକ୍ଷ ସୈନିକ ନିହତ ହୋଇଥିବା କଥା ସହିତ ଭିଡିଓ ପରବର୍ତ୍ତୀ ସଂସ୍କରଣରୁ ହଟାଇ ଦିଆଯାଇଛି।

ଗତ ୨୪ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ୧ ଲକ୍ଷ ଋଷୀୟ ସୈନିକ ନିହତ ହୋଇଥିଲେ। ଏହା ୧ ଲକ୍ଷ ୧.୫ ଲକ୍ଷ ସୈନିକ ଆହତ ହୋଇଥିଲେ। ଯୁଦ୍ଧରେ ଆହତ ହୋଇଥିବା ସୈନିକଙ୍କ ମଧ୍ୟରେ ନିଖୋଜ ହୋଇଯାଇଥିଲେ କିମ୍ବା ଯୁଦ୍ଧକୁ ଫେରିବାରେ ଅସମର୍ଥ ହୋଇଥିବା ସୈନ୍ୟ ରହିଛନ୍ତି ବୋଲି  କହିଛନ୍ତି ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟକ୍।  ସୈନିକଙ୍କ ମୃତ୍ୟୁ ସଂଖ୍ୟା ଉପରେ ପ୍ରତିକ୍ରିୟା ରଖି ବିବିସି ରଷିଆ ପକ୍ଷରୁ କୁହାଯାଇଛି ଯେ ୨୪ ଫେବୃଆରୀରୁ ହୋଇଥିବା ଆକ୍ରମଣ ପରଠାରୁ ଅତି କମରେ ୯୩୧୧ ଋଷୀୟ ସୈନିକ ନିହତ ହୋଇଥିବାବେଳେ ସେମାନଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ୧୮ ହଜାର ୬ ଶହରୁ ଅଧିକ ହୋଇପାରେ।