Vande Bharat Train:ଭାରତୀୟ ରେଳବାଇ ପକ୍ଷରୁ ଆତ୍ମନିର୍ଭର ଭାରତ  ଆଧାରରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଉପରେ ବ୍ରେକ ଲଗାଇଛି ପ୍ରାୟ ୨ ମାସ ଧରି ଋଷିଆ ବିରୋଧରେ ଯୁଦ୍ଧ ଲଢୁଥିବା   ୟୁକ୍ରେନ। ଏହି ଟ୍ରେନ ଲାଗି ବ୍ୟବହୃତ ଚକ ନିର୍ମାଣ ଦାୟିତ୍ୱ ଚେକ ଗଣରାଜ୍ୟ, ପୋଲାଣ୍ଡ, ଆମେରିକା ଭଳି ଦେଶକୁ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବିଶ୍ୱରେ ଏକ ପ୍ରମୁଖ ଚକ ନିର୍ମାଣକାରୀ ଦେଶ ଭାବେ ଜଣାଶୁଣା ୟୁକ୍ରେନ। ଋଷିଆ ବିରୋଧରେ ଚାଲିଥିବା ଯୁଦ୍ଧ କାରଣରୁ ଏହି ଦେଶର ଅନେକ କମ୍ପାନୀ ଚକ ନିର୍ମାଣ କରିବା କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି। ବନ୍ଦେ ଭାରତ ଟ୍ରେନ (Vande Bharat Train) ଲାଗି ବ୍ୟବହୃତ ଚକ ବ୍ଲାକ ସି ବନ୍ଦର (Black Sea Port) ଠାରୁ  ମହାରାଷ୍ଟ୍ରସ୍ଥିତ ଜବାହରଲାଲ ନେହେରୁ ବନ୍ଦର (Maharashtra Jawaharlal Neheru Port) ପର୍ଯ୍ୟନ୍ତ ଅଣାଯିବାର ଥିଲା। ମାତ୍ର ଏବେ ଚକ ମିଳିବା ଡେରି ହୋଇପାରେ। ସମୟ ଅନୁସାରେରେ ଚକ ବିତରଣ ନ ହୋଇପାରିବା କାରଣରୁ ୭୫୦୦ କୋଟି ଟଙ୍କାର ପ୍ରକଳ୍ପ ଅଟକି 


ଏନେଇ ଭାରତୀୟ ରେଳବାଇ (Indian Railway) ପକ୍ଷରୁ କୁହାଯାଇଛି ୟୁକ୍ରେନ ଠାରୁ ଚକ-ଅଖ ଜାହାଜ କିମ୍ବା ବିମାନ ଯୋଗେ ଆଣିବା ପାଇଁ ବିଚାର କରାଯାଉଛି। ଏହା ଉପରେ ବୈଦେଶିକ ମନ୍ତ୍ରଣାଳୟ ଖୁବଶୀଘ୍ର ନିଷ୍ପତ୍ତି ନେବ। ଅନ୍ୟପଟେ ରୋମାନିଆ ଠାରେ  ପ୍ରସ୍ତୁତ ହୋଇଥିବା ୧୨୮ ଚକକୁ ଏୟାରଲିଫ୍ଟ କରାଯାଇ ବନ୍ଦେ ଭାରତ ଟ୍ରେନ ଲାଗି ପରୀକ୍ଷଣ କରାଯିବ। ଋଷିଆ-ୟୁକ୍ରେନ ଯୁଦ୍ଧ (Russia-Ukraine War) କାରଣରୁ  ଭାରତ ଏବେ ବନ୍ଦେ ଭାରତ ଟ୍ରେନ ଭଳି ଦ୍ରୁତଗାମୀ ରେଳଗାଡିରେ (High Speed Train) ବ୍ୟବବହାର ହେଉଥିବା ଚକ ନିର୍ମାଣ ଦାୟିତ୍ୱ ଚେକ ଗଣରାଜ୍ୟ (Czech Republic), ପୋଲାଣ୍ଡ (Poland),ଆମେରିକା (America) ଭଳି ଦେଶକୁ ପ୍ରଦାନ କରିଛି। ଯାହା ଫଳରେ କ୍ରୟ ମୂଲ୍ୟ ବଢିଯିବ। 


ଏନେଇ ପ୍ରତିକ୍ରିୟା ରଖି ଚେନ୍ନାଇସ୍ଥିତ ଇଣ୍ଟ୍ରିଗାଲ କୋଚ ଫ୍ୟାକ୍ଟ୍ରି (Chennai Integral Coach Factory) କାରଖାନାର ପୂର୍ବତନ ଜେନରାଲ ମ୍ୟାନେଜର ସୁଧାଂଶୁ ମଣି କହିଛନ୍ତି ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଅଟକ ରହିଥିବା ଚକ ଯୋଗାଣ ଭାରତୀୟ ରେଳବାଇ ଲାଗି କୌଣସି ବଡ଼ ପ୍ରତିବନ୍ଧକ ନୁହେଁ। ମିଳିବାକୁ ଥିବା ଚକ ମେ ବଦଳରେ ଆସନ୍ତା ଜୁନ କିମ୍ବା ଜୁଲାଇ ମାସ ବେଳକୁ ମିଳିଯିବ। ବନ୍ଦେ ଭାରତ ଟ୍ରେନ ଭଳି ଦ୍ରୁତଗାମୀ ରେଳଗାଡିର ପରୀକ୍ଷଣ ଲାଗି ସର୍ବନିମ୍ନ ୧୨୮ ଚକ ଆବଶ୍ୟକ। ବର୍ତ୍ତମାନ ୟୁକ୍ରେନ ଠାରୁ ରୋମାନିଆ ଜରିଆରେ ଚକ ବିତରଣକୁ ତ୍ୱରାନ୍ୱିତ କରାଯାଇପାରିବ। ପଶ୍ଚିମବଙ୍ଗ ଠାର ଅବସ୍ଥିତ ରେଳ କାରଖାନାରେ ଏହି ଚକ ନିର୍ମାଣ କରାଯାଇପାରେ ମାତ୍ର ଏହାର ଉତ୍ପାଦନ କ୍ଷମତା କମ ରହିଥିବାରୁ ଚକ ନିର୍ମାଣ ଦାୟିତ୍ୱ ଏକ ୟୁକ୍ରେନ କମ୍ପାନୀକୁ ପ୍ରଦାନ କରାଯାଇଥଲା। 


ଶୟନ ଶ୍ରେଣୀ ବନ୍ଦେ ଭାରତ ଟ୍ରେନ (Sleeper Class Vande Bharat Train) ଚଳାଇବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ଯେଉଁଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ଏସି ବଗି ରହିବ। ଏହା ବ୍ୟତୀତ ରେଳଗାଡ଼ିର ଡବା ସଂଖ୍ୟ ଭିନ୍ନ ଭିନ୍ନ ରହିବ। ଭାରତୀୟ ରେଳବାଇ ୧୬, ୨୦, ୨୪ ଡବା ବିଶିଷ୍ଟ ନ୍ଦ ଭାରତ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏନେଇ ରେଳବାଇ ପକ୍ଷରୁ  ୨୦୦ ଟ୍ରେନ ଲାଗି ଟେଣ୍ଡର ଜାରି କରାଯାଇଛି। ଯାହାର ଶେଷ ତାରିଖ ହେଉଛି ୨୬ ଜୁଲାଇ ୨୦୨୨। 


ବନ୍ଦେ ଭାରତ ଟ୍ରେନ ଭଳି ଦ୍ରୁତଗାମୀ ରେଳଗାଡ଼ିର ନବୀକରଣ କାର୍ଯ୍ୟ ମହାରାଷ୍ଟ୍ର ଲାଟୁରସ୍ଥିତ ମରାଠାୱାଡା଼ ରେଳ କୋଚ ଫ୍ୟାକ୍ଟ୍ରି ଏବଂ ଚେନ୍ନାଇସ୍ଥିତ ଇଣ୍ଟ୍ରିଗାଲ କୋଚ ଫ୍ୟାକ୍ଟ୍ରି କାରଖାନାରେ କରାଯାଉଛି। ଘଣ୍ଟାକୁ ୧୬୦ କିମି ବେଗର ଦୌଡୁଥିବା ଏହି  ରେଳଗାଡିରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି।


Also Read: ଆପଣଙ୍କ ସହର ପର୍ଯ୍ୟନ୍ତ ପହଞ୍ଚିବ Vande Bharat Express, ଘୋଷଣା ହେଲା ନୂଆ ୪୦୦ ଟ୍ରେନ