ଆପଣଙ୍କ ସହର ପର୍ଯ୍ୟନ୍ତ ପହଞ୍ଚିବ Vande Bharat Express, ଘୋଷଣା ହେଲା ନୂଆ ୪୦୦ ଟ୍ରେନ
Advertisement
Article Detail0/zeeodisha/odisha1086242

ଆପଣଙ୍କ ସହର ପର୍ଯ୍ୟନ୍ତ ପହଞ୍ଚିବ Vande Bharat Express, ଘୋଷଣା ହେଲା ନୂଆ ୪୦୦ ଟ୍ରେନ

ଚଳିତ ୨୦୨୨ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଦେଶରେ ରେଳ ପରିବହନ ପାଇଁ ଏକ ବଡ ଉପହାର ଦେଇଛନ୍ତି ଅର୍ଥମନ୍ତ୍ରୀ।

ଆପଣଙ୍କ ସହର ପର୍ଯ୍ୟନ୍ତ ପହଞ୍ଚିବ Vande Bharat Express, ଘୋଷଣା ହେଲା ନୂଆ ୪୦୦ ଟ୍ରେନ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ଅର୍ଥମନ୍ତ୍ରୀ ଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ତାଙ୍କ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶରେ ୪୦୦ ନୂଆ "ବନ୍ଦେ ଭାରତ ଟ୍ରେନ୍" ଚଳାଚଳ କରିବ।

ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆସନ୍ତା ୩ ବର୍ଷ ମଧ୍ୟରେ ଉନ୍ନତ ଦକ୍ଷତା ବିଶିଷ୍ଟ ନୂତନ ପିଢିର ୪୦୦ "ବନ୍ଦେ ଭାରତ ଟ୍ରେନ୍" (Vande Bharat Train) ଚଳାଚଳ କରିବ। ଆଗାମୀ ୩ ବର୍ଷ ମଧ୍ୟରେ 100 PM ଗତି ଶକ୍ତି କାର୍ଗୋ ଟର୍ମିନାଲ୍ (Cargo Ternminal) ବିକଶିତ ହେବ। ଏହା ସହିତ ମେଟ୍ରୋ ସିଷ୍ଟମ (Metro System) ନିର୍ମାଣ ପାଇଁ ଅଭିନବ ପଦ୍ଧତିରେ କାର୍ଯ୍ୟ  କରାଯିବ।

ଚଳିତ ୨୦୨୨ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଦେଶରେ ରେଳ ପରିବହନ ପାଇଁ ଏକ ବଡ ଉପହାର ଦେଇଛନ୍ତି ଅର୍ଥମନ୍ତ୍ରୀ। ବଜେଟ ଘୋଷଣା କରି ଅର୍ଥମନ୍ତ୍ରୀ ଦେଶରେ ରେଳ ସଂଯୋଗକୁ ନବୀକରଣ କରିବା ପାଇଁ ରେଳ ବଜେଟ ପରିମାଣକୁ ବୃଦ୍ଧି କରିଛନ୍ତି। ରେଳ ବଜେଟରେ ରେଳଯାତ୍ରୀଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି। "ବନ୍ଦେ ଭାରତ ମିଶନ" (Vande Bharat Mission) ଅଧିନରେ ଦେଶରେ ଅନେକ ନୂତନ ହାଇ ସ୍ପିଡ୍ ଟ୍ରେନ୍ (High Speed Train) ଚଳାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

Also Read: Union Budget 2022: ଡିଜିଟାଲ୍ ଶିକ୍ଷା ଦେବା ପାଇଁ ଦେଶରେ ଆରମ୍ଭ ହେବ ୨୦୦ ଇ-ବିଦ୍ୟା ଚ୍ୟାନେଲ୍

ଗତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି "ବନ୍ଦେ ଭାରତ ମିଶନ" ଅଧିନରେ ୭୫ ନୂଆ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲେ। ଅନେକ ଟ୍ରେନ୍ ଆରମ୍ଭ ହେବା ପରେ ମଧ୍ୟ ଦେଶରେ ଆଉ ଅଧିକ ହାଇ ସ୍ପିଡ୍ ଟ୍ରେନ୍ ଦରକାର ପଡ଼ୁଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ୨୦୨୨ କେନ୍ଦ୍ରୀୟ ବଜେଟ୍ ଅଧୀନରେ ରେଳ ବଜେଟ୍ ପାଇଁ ଆବଣ୍ଟିତ ପରିମାଣକୁ ବୃଦ୍ଧି କରିଛନ୍ତି। ଦେଶର ବର୍ତ୍ତମାନ କେତେକ ରେଳମାର୍ଗରେ ୧୮୦-୨୦୦ କିମି ବେଗରେ ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ କରୁଛି। ବର୍ତ୍ତମାନ ଏଥିରେ ଅନ୍ୟାନ୍ୟ ମାର୍ଗକୁ ଯୋଡାଯାଉଛି। ପ୍ରାୟ ୨୦୦୦ କିମି ଲମ୍ବା ରେଳ ମାର୍ଗକୁ ସ୍ୱଦେଶୀ ରେଳ ସୁରକ୍ଷା ଏବଂ ଦକ୍ଷତା ପ୍ରଯୁକ୍ତିବିଦ୍ୟା "କବଚ" ଅଧିନରେ ଅଣାଯିବ।