ନୂଆଦିଲ୍ଲୀ: ୪୫ ଦିନରେ ପହଞ୍ଚିଛି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ। ଏହାରି ଭିତରେ ୨ୟ ଥର ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି। ସୋମବାର ଦିଲ୍ଲୀର ସୀମା ବନ୍ଦ ନେଇ ଦାଖଲ ପିଟିସନର ଶୁଣାଣି ସୁପ୍ରିମକୋର୍ଟ କରିଛନ୍ତି। ଏବେ ଏହି ଶୁଣାଣି ସମୟରେ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ଏ ବୋବଡେ।


COMMERCIAL BREAK
SCROLL TO CONTINUE READING

କୃଷି ଆଇନ (Farm Act 2020) କୁ ନେଇ ଦାଖଲ ପିଟିସନର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ (Supreme Court) କ୍ଷେଭୋ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି (CJI)କହିଛନ୍ତି ଯେ, ଯେଉଁ ପ୍ରକାରେ ସରକାର ଏହି ମାମଲାର ପରିଚାଳନ କରୁଛନ୍ତି ସେଥିରେ କୋର୍ଟ ଖୁସି ନାହିଁ। ନୂଆ କୃଷି ଆଇନ ପାରିତ ପୂର୍ବରୁ ସରକାର (Central Govt) କଣ କରିଛନ୍ତି, ତାହା କୋର୍ଟ ଭଲ ଭାବରେ ଜଣାନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ପ୍ରଥମ ଶୁଣାଣି ବେଳେ ମଧ୍ୟ ଠିକ ଏହି କଥା କୋର୍ଟ କହିଥିଲେ।


Also Read: କୃଷକ ଆନ୍ଦୋଳନ: ବଢୁଛି ଆକ୍ରୋଶ, ଜାନୁଆରୀ ୨୬ ପୂର୍ବରୁ ସରକାର ଦେଖିବେ ଟ୍ରେଲର୍


 


ସୁପ୍ରିମକୋର୍ଟ ନୂଆ କୃଷିର ପ୍ରତ୍ୟକ ପଏଣ୍ଟର ବାଖ୍ୟା କରିବା ସହ ଆଇନକୁ ସ୍ଥଗିତ ରଖିବାକକୁ କୋର୍ଟ କହିଛନ୍ତି। ଏହା ସହତି ଏହାର ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। କିନ୍ତୁ ସେପଟେ ଆଇନ ପ୍ରତ୍ୟାହାର ପାଇଁ ସରକାର ସିଧାସଳଖ ମନା କରୁଛନ୍ତି। କୋର୍ଟଙ୍କ ଶୁଣାଣି ବେଳେ ହସ୍ତକ୍ଷେପ କରି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ (KK Venugopal) କହିଛନ୍ତି ଯେ, କୋର୍ଟଙ୍କୁ ଆଇନର ସାମ୍ବିଧାନିକ ବୈଦ୍ଧତା ଉପରେ ପଚରା ଯାଇଛି, ତେଣୁ କୋର୍ଟ ସେ ବିଷୟରେ ଆଲୋଚନା କରନ୍ତୁ। ଆଇନ ଦେଶବ୍ୟାପୀ ଲାଗୁ ହେଉଥିବା ବେଳେ କେବଳ ୨-୩ଟି ରାଜ୍ୟରେ କାହିଁକି ବିରୋଧ ହେଉଛି ବୋଲି ଆଟର୍ଣ୍ଣି ଜେନେରାଲ ପ୍ରଶ୍ନ କରିଛନ୍ତି।


ସେପଟେ କୃଷି ଆଇନକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ କୋର୍ଟ ନିରାଶ ହେବା ସହ ସରକାରଙ୍କ ଉପରେ କ୍ରୋଧିତ ହୋଇଛନ୍ତି। କୋର୍ଟ କହିଛନ୍ତି, କୃଷକ ଆନ୍ଦୋଳନକୁ ନେଇ କାହିଁକି ସମାଧାନର ବାଟ ବାହାରି ନାହିଁ? କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନା ନାହିଁ ତାହା ଆଲୋଚନା ହେଉଛି। କିନ୍ତୁ ଆମ ଉଦ୍ଦେଶ୍ୟ ହେଉଛି ସମସ୍ତ୍ୟାର ସମାଧାନର ବାଟ ବାହାର କରିବା। ଆଇନକୁ ସ୍ଥଗିତ ରଖିଲେ ଅସୁବିଧା କେଉଁଠି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।


Also Read:  କେନ୍ଦ୍ରୀୟ ଯୋଜନାରେ ବଡ ଘୋଟାଲା


ସଲିସିଟର ଜେନେରାଲ ତୁଷାର ମେହେତା (Tushar Mehta) ସରକାରଙ୍କ ପକ୍ଷ ରଖି ନୂଆ କୃଷି ଆଇନକୁ ଏକ ବଡ ସଂଖ୍ୟାରେ କୃଷକ (FArmer) ମାନେ ସମର୍ଥନ କରୁଥିବା ଦାବି କରିଥିଲେ। କିନ୍ତୁ କୋର୍ଟ ଏହାର ପ୍ରମାଣ ଦେବାକୁ କହିଥିଲେ। ଏହା ବାଦ୍ କୋର୍ଟ କହିଛନ୍ତି ଯେ, ସରକାର ନୂଆ କୃଷି ଆଇନ ଉପରେ ରୋକ ଲଗାଇବେ ନା ନାହିଁ? ଯଦି ସରକାର ନ ଲଗାନ୍ତି, ତେବେ ଆଇନ ଉପରେ କୋର୍ଟ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଇବେ। ଏହାପରେ ବି କୃଷକ ଚାହିଁଲେ ଆନ୍ଦୋଳନ (Farmer Protests) କରିପାରିବେ।


ତେବେ ଶେଷରେ କୃଷି ଆଇନକୁ ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଜଣେ ପୂର୍ବତନ ଜଷ୍ଟିସଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯିବ। ଏଥିପାଇଁ ଜଷ୍ଟିସ ଆର୍ ଏମ୍ ଲୋଧାଙ୍କ ନାମ ସୁପାରିସ କରାଯାଇଛି। ତେବେ ଏଥିରେ ସହମତି ପାଇଁ କେନ୍ଦ୍ର ସରକାର ଦିନକର ସମୟ ମାଗିଛନ୍ତି। ସେପଟେ ଆସନ୍ତା ୧୫ ତାରିକ ଦିନ କୃଷକ ଓ ସରକାର ମଧ୍ୟରେ ୯ମ ପର୍ଯ୍ୟାୟ ଆଲୋଚନା ହେବାର ଅଛି।