କୃଷକ ଆନ୍ଦୋଳନ: ବଢୁଛି ଆକ୍ରୋଶ, ଜାନୁଆରୀ ୨୬ ପୂର୍ବରୁ ସରକାର ଦେଖିବେ ଟ୍ରେଲର୍
Advertisement

କୃଷକ ଆନ୍ଦୋଳନ: ବଢୁଛି ଆକ୍ରୋଶ, ଜାନୁଆରୀ ୨୬ ପୂର୍ବରୁ ସରକାର ଦେଖିବେ ଟ୍ରେଲର୍

ସୀମାରେ ଥଣ୍ଡା କାକରରେ ଚାଷ ଛାଡି କୃଷକମାନେ ଆନ୍ଦୋଳରେ ବସିଛନ୍ତି। ଏବେ ସେମାନେ ଧୈର୍ଯ୍ୟ ହରାଇଲେଣି। ଆଗକୁ ଆନ୍ଦୋଳନ ଜୋରଦାର କରିବା ସହ ବିରୋଧ ପ୍ରଦର୍ଶନ କରାଯିବ ବୋଲି କୃଷକ ସଂଗଠନ ଗୁଡିକ କହିଛନ୍ତି।

 

ବଢୁଛି ଆକ୍ରୋଶ, ଜାନୁଆରୀ ୨୬ ପୂର୍ବରୁ ସରକାର ଦେଖିବେ ଟ୍ରେଲର୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ୪୦ ଦିନରେ ପହଞ୍ଚିଛି। ସରକାରଙ୍କ ୭ ଥର ବୈଠକ ହୋଇଥିଲେ ମଧ୍ୟ ସେଥିରୁ କୌଣସି ସନ୍ତୋଷ ଜନକ ନିଷ୍କର୍ଷ ବାହାରିନାହିଁ। ଦିନକୁ ଦିନ ସମୟ ଗଡି ଚାଲିଛି। ସୀମାରେ ଥଣ୍ଡା କାକରରେ ଚାଷ ଛାଡି କୃଷକମାନେ ଆନ୍ଦୋଳରେ ବସିଛନ୍ତି। ଏବେ ସେମାନେ ଧୈର୍ଯ୍ୟ ହରାଇଲେଣି। ଆଗକୁ ଆନ୍ଦୋଳନ ଜୋରଦାର କରିବା ସହ ବିରୋଧ ପ୍ରଦର୍ଶନ କରାଯିବ ବୋଲି କୃଷକ ସଂଗଠନ ଗୁଡିକ କହିଛନ୍ତି।

 ବୁଧବାରଠୁ ୨ ସପ୍ତାହ ପର୍ଯ୍ୟନ୍ତ ଦେଶ ଜାଗରଣ ଅଭିଯାନ ଆରମ୍ଭ ହେବ। ଏହାରି ମାଧ୍ୟମରେ ଦେଶବ୍ୟାପୀ କୃଷକ ଆନ୍ଦୋଳନର ପ୍ରଚାର କରାଯିବ। ଏହି ଆନ୍ଦୋଳନ ମଝିରେ ଜାନୁଆରୀ ୭ ତାରିଖ ଦିନ ଦିଲ୍ଲୀର ସମସ୍ତ ସୀମା (Delhi Border) ରେ ସରକାରଙ୍କୁ ଏକ ଟ୍ରେଲର ଦେଖାଯିବ। ଯାହା ଗଣତନ୍ତ୍ର ଦିବସ (Republic Day) ରେ ହେବାକୁ ଥିବା ବିରୋଧ ପ୍ରଦର୍ଶନ ଓ ଟ୍ରାକ୍ଟର ରାଲିର ଏକ ଝଲକ ବୋଲି ମଙ୍ଗଳବାର ସ୍ୱରାଜ ଇଣ୍ଡିଆର ସଂସ୍ଥାପକ ଯୋଗେନ୍ଦ୍ର ଯାଦବ (Yogendra Yadav) କହିଛନ୍ତି।

Also Read: କୃଷକ ଆନ୍ଦୋଳନ: ବୈଠକ ନା'ରେ ପ୍ରହସନ, ଲମ୍ବା ଟାଣୁଛନ୍ତି ସରକାର!

ସେପଟେ କ୍ରାନ୍ତିକାରୀ କିଷାନ ୟୁନିୟନର ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି ଯେ, ଜାନୁଆରୀ ୨୩ ତାରିଖ ଦିନ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ (Netaji Jayanti) ରେ ଆଜାଦ ହିନ୍ଦ କୃଷକ ଦିବସ ପାଳନ କରାଯିବ। ୨୫-୨୬ ତାରିଖରେ ଟ୍ରାକ୍ଟର ପରେଡ (Tractor March)  ହେବ ଓ ମାର୍ଚ୍ଚ ୧୮ ତାରିଖରେ ମହିଳା କୃଷକ ଦିବସ ପାଳନ ହେବ। ଯେଉଁ ପର୍ଯ୍ୟନ୍ତ ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ (Farmer Protest) ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ, ଆନ୍ଦୋଳନକାରୀ କୃଷକମାନେ ଗଣତନ୍ତ୍ର ଦିବସରେ ଉତ୍ସବରେ ସାମିଲ ହେବାକୁ ଯୋଜନା କରିଛନ୍ତି। ସେମାନେ ନିଜେ ତ୍ରିରଙ୍ଗା ଧରିବା ସହ ଟ୍ରାକ୍ଟରରେ ଜାତୀୟ ପତାକା (National Flag) ଲଗାଇ ଦିଲ୍ଲୀ ରାଜପଥ ଅଭିମୂଖେ ଯାତ୍ରା କରିବେ। ତେବେ ଜାତୀୟ ପତାକା ପଖରେ ଥିବାରୁ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ପାରିବେନାହିଁ ବୋଲି କୃଷକମାନେ ଅନୁମାନ କରୁଛନ୍ତି।