ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ (Supreme Court ) ଜଣେ ସ୍ୱାମୀଙ୍କୁ ଭର୍ତ୍ସନା କରିଛନ୍ତି ଓ ପତ୍ନୀଙ୍କ ସମ୍ମାନ ରକ୍ଷା କରି ତାଙ୍କ ଘରକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ସ୍ୱାମୀଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ପତ୍ନୀଙ୍କୁ ସମ୍ମାନ ନ ଦିଅନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡ଼ିବ ଓ ବିବାଦର ସମାଧାନ ପରେ କିଛି ସମୟ ପାଇଁ ସ୍ୱାମୀଙ୍କ ଆଚରଣ ଉପରେ ନ୍ୟାୟିକ ତଦାରଖ କରାଯିବ ।


COMMERCIAL BREAK
SCROLL TO CONTINUE READING

ପତ୍ନୀ ସ୍ୱାମୀ ଠାରୁ ନିର୍ଯାତନା ପାଉଥିବା କହିଥିଲେ
ପ୍ରଧାନ ବିଚାରପତି ଏନ.ଭି ରମଣ ଓ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ବିହାରର ରାଜଧାନୀ ପାଟନାରେ (Patna) ରହୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ସମ୍ପର୍କକୁ ନେଇ ଚାଲିଥିବା ଆଇନଗତ ଲଢେଇର (Legal fight) ଏକ ଯାଚିକାରେ ଶୁଣାଣି କରୁଛନ୍ତି । ବେଞ୍ଚ ପ୍ରଥମେ ହିନ୍ଦୀରେ ରାଞ୍ଚିର (Ranchi) କାଙ୍କେ ନିବାସୀ ମହିଳାଙ୍କୁ ପଚାରିଥିଲା ​​ଯେ ସେ ତାଙ୍କ ଶାଶୁଙ୍କ ଘରକୁ ଯାଇ ସ୍ୱାମୀଙ୍କ ସହିତ ପତ୍ନୀ ଭାବରେ ରହିବାକୁ ଚାହୁଁଛନ୍ତି କି? ମହିଳା ଶୁଣାଣି ଆରମ୍ଭରେ କହିଥିଲେ, 'ମୁଁ ଯିବାକୁ ପ୍ରସ୍ତୁତ, କିନ୍ତୁ ସେ ନିର୍ଯାତନା ନ ଦେବା ଉଚିତ ।'


ଅଧିକ ପଢ଼ନ୍ତୁ: ହକିରେ ବ୍ରୋଞ୍ଜ ଜିତିଲା ଭାରତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଅସଲି 'ହିରୋ', ଜାଣନ୍ତୁ କାରଣ


ପତ୍ନୀଙ୍କୁ ସମ୍ମାନ ନ କଲେ ଜେଲ ଯିବେ: କୋର୍ଟ
ଜଷ୍ଟିସ ସୂର୍ଯ୍ୟ କାନ୍ତ ଉକ୍ତ ବ୍ୟକ୍ତିଙ୍କୁ ପଚାରିଥିଲେ, 'ଆପଣ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି କି? ତୁମ ବାପା ମଧ୍ୟ ଗୋଟିଏ ମାମଲା ପଞ୍ଜୀକୃତ କରିଛନ୍ତି । ଏଥିପାଇଁ ବ୍ୟକ୍ତି ଜଣକ 'ହଁ' ଉତ୍ତର ଦେଲେ । ବେଞ୍ଚ କହିଛନ୍ତି, ଜାମିନ ପାଇବା ଏକ ଡ୍ରାମା, ଆମେ ଆପଣଙ୍କୁ ରକ୍ଷା କରିବୁ ନାହିଁ ... ଆମେ ଏହି ଆବେଦନକୁ ବିଚାରାଧୀନ ରଖିଛୁ । ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ ଓ ଆଫିଡେଭିଟ୍ ଦିଅନ୍ତୁ ଆମେ ଛାଡିବୁ ନାହିଁ । ଅନ୍ୟଥା, ଆପଣଙ୍କୁ ଜେଲକୁ ଫେରିବାକୁ ପଡିବ ।" ଏହା ପରେ ସ୍ୱାମୀ କହିଥିଲେ ଯେ ସେ ପତ୍ନୀଙ୍କ ସହ ଖରାପ ବ୍ୟବହାର କରିବେ ନାହିଁ ଓ ତାଙ୍କ ସହ ଶାନ୍ତିରେ ରହିବେ ।


ଅଧିକ ପଢ଼ନ୍ତୁ: ଭ୍ୟାକ୍ସିନ୍ ଲଗାଇ ସାରିଛନ୍ତି କି ଆପଣ? ଏହି କମ୍ପାନୀ ଦେଉଛି ମାଗଣାରେ ମୁଭି ଟିକେଟ୍, ଏହିପରି କରନ୍ତୁ ବୁକ୍


ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ 
ଜଷ୍ଟିସ ସୂର୍ଯ୍ୟ କାନ୍ତ ଉକ୍ତ ବ୍ୟକ୍ତିଙ୍କୁ କୋର୍ଟରେ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ ନକରିବାକୁ ଚେତାବନୀ ଦେଇଛନ୍ତି ଓ ଛାଡପତ୍ର ଆବେଦନ ସମେତ ତାଙ୍କ ପତ୍ନୀଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବେ ବୋଲି ଦର୍ଶାଇ ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି । ମଝିରେ ମଝିରେ ନିଜର ସମ୍ମାନ ବଜାୟ ରଖିବାପାଇଁ ସେ ତାଙ୍କୁ ନିଜ ଘରକୁ ବୁଲାଈନେବାକୁ କୋର୍ଟ କହିଛନ୍ତି ।


ଅଧିକ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; କୋରୋନାରେ ଅନାଥ ହୋଇଥିବା ପିଲାମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା


ଓକିଲଙ୍କୁ ମଧ୍ୟ ତାଗିଦ କରିଥିଲେ କୋର୍ଟ 
ବରିଷ୍ଠ ଓକିଲ ତଥା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ହାଜର ହୋଇଥିଲେ । ବେଞ୍ଚ ବରିଷ୍ଠ ଆଡଭୋକେଟଙ୍କୁ କହିଛନ୍ତି ଯେ ଆପଣଙ୍କ ଯେପରି ପୃଷ୍ଠଭୂମି ଆପଣ ଏହି ବିବାଦୀୟ ସ୍ୱାମୀ-ସ୍ତ୍ରୀଙ୍କୁ ବିବାଦର ସମାଧାନ କରିବାକୁ ପରାମର୍ଶ ଦେବା ଉଚିତ ଥିଲା ।