ସରକାରଙ୍କ ବଡ଼ ଘୋଷଣା; କୋରୋନାରେ ଅନାଥ ହୋଇଥିବା ପିଲାମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା
Advertisement

ସରକାରଙ୍କ ବଡ଼ ଘୋଷଣା; କୋରୋନାରେ ଅନାଥ ହୋଇଥିବା ପିଲାମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା

ପିଏମ ମୋଦି ୨୯ ମେ' ୨୦୨୧ ରେ ପିଲାମାନଙ୍କ ପାଇଁ PM CARES ଫର ଚିଲ୍ଡ୍ରେନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସେହି ପିଲାମାନଙ୍କୁ ସାହାଯ୍ୟ କରିବା, ଯେଉଁମାନେ ୧୧ ମାର୍ଚ୍ଚ ୨୦୨୦ ଠାରୁ ନିଜର ଉଭୟ ପିତାମାତା କିମ୍ବା ଅଭିଭାବକଙ୍କୁ ଆଇନଗତ ଭାବରେ ହରାଇଛନ୍ତି ।

 

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର (ଫାଇଲ ଫଟୋ)

ନୂଆଦିଲ୍ଲୀ: ମୋଦି ସରକାର କୋରୋନା ଦ୍ୱାରା ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି । ଏହା ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ପରିସ୍ଥିତି ରିଲିଫ୍ ପାଣ୍ଠି (PM-CARES) ରୁ ଏହି ପ୍ରିମିୟମ ପ୍ରଦାନ କରାଯିବ ।

ଅନୁରାଗ ଠାକୁର ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଏକ ସରକାରୀ ୱେବସାଇଟର ଲିଙ୍କ ସହିତ ଏକ ପୋଷ୍ଟ କରିଛନ୍ତି ।

ଅନୁରାଗ ଠାକୁର ନିଜ ଟ୍ୱିଟରେ ଲେଖିଛନ୍ତି, "କୋଭିଡ ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଯତ୍ନ ନେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅଂଶବିଶେଷ, ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଅଧୀନରେ ୫ ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ଦିଆଯିବ ଓ ଏହାର ପ୍ରିମିୟମ୍ ପିଏମ୍ କେୟାରସ୍ ଦ୍ୱାରା ପ୍ରଦାନ କରାଯିବ । "

ଅଧିକ ପଢ଼ନ୍ତୁ: ଭାରତକୁ ମାଡିଆସୁଛି ତୃତୀୟ ଲହର! ଆକଳନକୁ ନେଇ ଚିନ୍ତା ପ୍ରକଟ କଲା WHO

ଆୟୁଷ୍ମାନ ଭାରତ, ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏପ୍ରିଲ୍ ୨୦୧୮ ରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର (HWCs) ଓ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ସହିତ ଆରମ୍ଭ କରାଯାଇଥିଲା ।

ପିଲାମାନଙ୍କ ପାଇଁ PM-CARES ଯୋଜନା ୨୯ ମେ' ୨୦୨୧ ରେ ଆରମ୍ଭ ହୋଇଥିଲା । ମାର୍ଚ୍ଚ ଆରମ୍ଭରୁ କୋଭିଡି-୧୯ ମହାମାରୀରେ ଉଭୟ ପିତାମାତା, ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ପିତାମାତା କିମ୍ବା ବଞ୍ଚିଥିବା ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ସହାୟତା କରିବାକୁ ଏହା ଲକ୍ଷ୍ୟ ରଖିଛି ।