NEET UG 2024 Hearing : ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍‌ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି ଶୁଣାଣି ସ୍ଥଗିତ ରଖାଯାଇଛି।ଜୁଲାଇ ୧୮ରେ NEET ବିବାଦ ଉପରେ ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି । ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ NEET ପେପର ଲିକ୍ ଉପରେ ଶୁଣାଣି ହେବ। NEET ପେପର ଲିକ୍ ସହିତ ଜଡିତ ଆବେଦନଗୁଡିକ ୪୦ ରୁ ୪୫ ମଧ୍ୟରେ ତାଲିକାଭୁକ୍ତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ NEET ଉପରେ ଶୁଣାଣି ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସୁଗିତ ରଖାଯାଇଛି । ପ୍ରଧାନ ବିଚାରପତି କହିଛନ୍ତି ଯେ NEET ପେପର ଲିକ୍ ସହ ଜଡିତ ଆବେଦନ ଶୁଣାଣି ଆସନ୍ତା ଗୁରୁବାର ହେବ।ପ୍ରକାଶ ଥାଉ ଯେ,ସିବିଆଇ, ସରକାର ଏବଂ ଏନ୍‌ଟିଆଇ ସେମାନଙ୍କ ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନ ଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି।  NEET ବିବାଦ ସହ ଜଡିତ ଚାରି ପକ୍ଷ - ଏନଟିଏ, ସିବିଆଇ, କେନ୍ଦ୍ର ସରକାର ଏବଂ ପୁନ ପରୀକ୍ଷା ଦାବି ପାଇଁ ଆବେଦନକାରୀଙ୍କ ଠାରୁ କୋର୍ଟ ଏକ ରିପୋର୍ଟ ମାଗିଥିଲେ । ବର୍ତ୍ତମାନ ସମସ୍ତ ହିତାଧୂକାରୀଙ୍କ ଉତ୍ତର ଦାଖଲ ହେବା ପରେ ପରବର୍ତ୍ତୀ ଶୁଣାଣି ହୋଇଥିଲା ।


ଏହି ମାମଲାରେ ଏପର୍ଯ୍ୟନ୍ତ ୭ଟି ରାଜ୍ୟରୁ ୪୨ ଜଣଙ୍କୁ ଗିରଫ କରାଯାଇଛି । କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ଯେ 'ବଡ ଧରଣର କୌଣସି ଜାଲିଆତି ହୋଇନାହିଁ । 'ପାଟନା, ହଜରିବାଗରୁ କୌଣସି ପ୍ରଶ୍ନ ପତ୍ର ଗାୟବ ହୋଇ ନାହିଁ ଏବଂ କୌଣସି ତାଲା ଭାଙ୍ଗି ନଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି ।


ଏନ୍‌ଟିଏ ମଧ୍ୟ ଏହାର ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛି। ପାଟନାରେ ହୋଇଥିବା ପେପର ଲିକ୍‌ ମାମଲାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏନ୍‌ଟିଆଇ କହିଛି। ପୋଲିସ ସହିତ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଏହା ବ୍ୟତୀତ, ଏନ୍‌ଟିଏ ମଧ୍ୟ ମେରିଟ ତାଲିକାରେ ୭୨୦ ମଧ୍ୟରୁ ୬୧ ଛାତ୍ର କିପରି ୭୨୦ ମାର୍କ ପାଇଲେ ସେ ସମ୍ବନ୍ଧରେ ଏକ ଉତ୍ତର ଦେଇଛି।