ନୂଆଦିଲ୍ଲୀ: ତାଇୱାନ (Taiwan) କୁ ନେଇ ଆମେରିକା (America) ଓ ଚୀନ (China) ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଚାଇନା କହିଛି ଯେ ତାଇୱାନ ପ୍ରସଙ୍ଗରେ କୌଣସି ପ୍ରକାର ବୁଝାମଣା କିମ୍ବା ଛାଡ ପାଇଁ କୌଣସି ସ୍ଥାନ ନାହିଁ । ଚୀନର ଏହି ବୟାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ସେହି ବୟାନ ପରେ ଆସିଛି ଯେଉଁଥିରେ ସେ କହିଥିଲେ ଯେ ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ତା'ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।


COMMERCIAL BREAK
SCROLL TO CONTINUE READING

ଦୈନିକ ହେଉଥିବା ପ୍ରେସ ବାର୍ତ୍ତାରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ (Chinese Foreign Ministry spokesman Wang Wenbin) ଚାଇନାର ଦାବିକୁ ଦୋହରାଇଛନ୍ତି ଯେ ତାଇୱାନ ଚୀନର ଏକ ଅଂଶ । ସେ କହିଛନ୍ତି ଯେ, "ଯେତେବେଳେ ଚୀନ (China) ର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଏକତା ଭଳି ମୂଳ ସ୍ୱାର୍ଥ କଥା ଆସେ, ସେତେବେଳେ କୌଣସି ପ୍ରକାରର ବୁଝାମଣା କିମ୍ବା ଛାଡ ପାଇଁ ସ୍ଥାନ ନାହିଁ ।"


ୱାଙ୍ଗ ୱେନବିନ ଆଗକୁ କହିଛନ୍ତି ଯେ, "ଚୀନର ସାର୍ବଭୌମତ୍ୱ ଓ ଏକତାର ସୁରକ୍ଷା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତା ଓ ମଜଭୁତ କ୍ଷମତାକୁ କେହି କମ୍ କରି ଦେଖିବା ଉଚିତ୍ ନୁହେଁ ।" ବିଗତ କିଛି ସପ୍ତାହରେ ତାଇୱାନ ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ତାଇୱାନର ବାୟୁସୀମାରେ ଡଜନରୁ ଅଧିକ ଚାଇନାର ଯୁଦ୍ଧ ବିମାନ ଅତିକ୍ରମଣ କରିଥିଲା ।


ୱାଙ୍ଗ ୱେନବିନ କହିଛନ୍ତି, "ତାଇୱାନ ହେଉଛି ଚୀନର ଏକ ଅବିବାଦୀୟ ଅଂଶ । ତାଇୱାନ ପ୍ରସଙ୍ଗ ହେଉଛି ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ କୌଣସି ବିଦେଶୀ ହସ୍ତକ୍ଷେପର ଅନୁମତି ନାହିଁ ।"


ସେ କହିଛନ୍ତି ଯେ ତାଇୱାନ ବିଷୟରେ କହିବାବେଳେ ଆମେରିକା ନିଜର ଶବ୍ଦ ପ୍ରତି ସତର୍କ ରହିବା ଉଚିତ । ତାଇୱାନର ସ୍ୱାଧୀନତା ପାଇଁ ବିଚ୍ଛିନ୍ନତାବାଦୀ ବାହିନୀକୁ କୌଣସି "ଭୁଲ ସଙ୍କେତ" ପଠାଇବା ଉଚିତ ନୁହେଁ ଯାହା ଦ୍ୱାରା ଚୀନ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ନ ଆସୁ ଓ ତାଇୱାନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଭଙ୍ଗ ନ ହେଉ ।


କ’ଣ କହିଥିଲେ ବାଇଡେନ?


ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାଇୱାନକୁ ରକ୍ଷା କରିବ । ତାଇୱାନ ଉପରେ ଆମେରିକାର ପୁରୁଣା ଆଭିମୁଖ୍ୟଠାରୁ ଭିନ୍ନ ମତ ନେଇ ରାଷ୍ଟ୍ରପତି ବାଇଡେନ ଏହି ବୟାନ ଦେଇଛନ୍ତି ।


ଆମେରିକାର ରାଷ୍ଟ୍ରପତିଙ୍କୁ ପଚରାଯାଇଥିଲା କି ଆମେରିକା ତାଇୱାନକୁ ରକ୍ଷା କରିବ କି, ବାଇଡେନ କହିଛନ୍ତି ଯେ, "ହଁ, ଆମେ ଏହା କରିବାକୁ ପ୍ରତିଶ୍ରୁତିବଦ୍ଧ ।"


ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ସିଏନଏନର ଟାଉନ୍ହଲ୍ କାର୍ଯ୍ୟକ୍ରମରେ ଜଣେ ଅଂଶଗ୍ରହଣକାରୀ ଚୀନର ହାଇପୋସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣର ରିପୋର୍ଟକୁ ଉଲ୍ଲେଖ କରିଥିଲେ ଓ ତାଇୱାନର ସୁରକ୍ଷା ପାଇଁ ବାଇଡେନ ପ୍ରତିଶ୍ରୁତିବଦ୍ଧ କି ବୋଲି ପଚାରିଥିଲେ । ଚୀନର ସାମରିକ ମୁକାବିଲା ପାଇଁ ବାଇଡେନ କ’ଣ କରିବେ?


ଏହି ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି, "ହଁ ଓ ହଁ । ଏହାକୁ ନେଇ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ସେମାନେ ଅଧିକ ଶକ୍ତିଶାଳୀ ହେଉଛନ୍ତି କାରଣ ଚୀନ୍, ଋଷ ଏବଂ ବିଶ୍ୱର ଅବଶିଷ୍ଟାଂଶ ଜାଣନ୍ତି ଯେ ଆମର ସେନା ବିଶ୍ୱ ଇତିହାସରେ ସବୁଠାରୁ ଶକ୍ତିଶାଳୀ ।"


କିନ୍ତୁ ପରେ ହ୍ୱାଇଟ ହାଉସର ମୁଖପାତ୍ର ଜେନ ସାକି ବାଇଡେନଙ୍କ ମନ୍ତବ୍ୟକୁ ସ୍ପଷ୍ଟ କରି କହିଛନ୍ତି ଯେ ଆମେରିକା ନିଜର ନୀତିରେ କୌଣସି ପରିବର୍ତ୍ତନ ଘୋଷଣା କରି ନାହିଁ । ଏହା ପ୍ରଥମ ଥର ନୁହେଁ ଯେ ଏପରି ହୋଇଛି ।


ଏହାପୂର୍ବରୁ ଅଗଷ୍ଟରେ ବାଇଡେନ ଏବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ତାଇୱାନ ଉପରେ ମଧ୍ୟ ସମାନ ବୟାନ ଦେଇଥିଲେ । ସେତେବେଳେ ମଧ୍ୟ ହ୍ୱାଇଟ ହାଉସ ସ୍ପଷ୍ଟ କରିଥିଲା ​​ଯେ ତାଇୱାନ ଉପରେ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।


ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା! ପାର୍ବଣ ଋତୁରେ ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କାହାର କେତେ ବଢ଼ିଛି ଦର?


ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା, ଭାରତରେ ଚିହ୍ନଟ ହେଲା ଘାତକ ଭାରିଆଣ୍ଟ!


ଏହା ବି ପଢ଼ନ୍ତୁ:-ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...


ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୩ ସଂକ୍ରମିତ