ପୁଣି ଟେନସନ୍ ବଢ଼ାଇଲା କୋରୋନା, ଭାରତରେ ଚିହ୍ନଟ ହେଲା ଘାତକ ଭାରିଆଣ୍ଟ!
Advertisement

ପୁଣି ଟେନସନ୍ ବଢ଼ାଇଲା କୋରୋନା, ଭାରତରେ ଚିହ୍ନଟ ହେଲା ଘାତକ ଭାରିଆଣ୍ଟ!

ସେ ଆଗକୁ କହିଛନ୍ତି ଯେ, ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି । ଭାରତରେ ଦେଖିଲେ ଏହା ଅତି ନଗଣ୍ୟ । 

ପୁଣି ଟେନସନ୍ ବଢ଼ାଇଲା କୋରୋନା, ଭାରତରେ ଚିହ୍ନଟ ହେଲା ଘାତକ ଭାରିଆଣ୍ଟ!

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ହେଉଛି ଡେଲଟା ଭାରିଆଣ୍ଟ (Delta variant) ର ଉପପ୍ରଜାତି AY 4.2 । ଯାହା ବ୍ରିଟେନ (Britain) ଓ ଋଷ (Russia) ରେ ଚିହ୍ନଟ ହୋଇଥିଲା ବର୍ତ୍ତମାନ ଏହି ଭାରିଆଣ୍ଟ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଏହି ନୂଆ ଭାରିଆଣ୍ଟକୁ ନେଇ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, ଯାହା କୁହାଯାଉଛି ଇନ୍ଦୌରରେ ୭ଟି ଓ ମହାରାଷ୍ଟ୍ରରେ କିଛି ଚିହ୍ନଟ ହୋଇଛି । ସଂଖ୍ୟା ଦୄଷ୍ଟିରୁ ଦେଖିଲେ ଆଶଙ୍କା ସୄଷ୍ଟି କରିନାହିଁ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ । ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଘୋଷଣା କରିନାହିଁ । ଏହା ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି । 

ସେ ଆଗକୁ କହିଛନ୍ତି ଯେ, ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି । ଭାରତରେ ଦେଖିଲେ ଏହା ଅତି ନଗଣ୍ୟ । ବ୍ୟସ୍ତ ହେବାର ସମୟ ଆସିନି । WHO ଓ ୟୁକେ ଏଜେନ୍ସି ସବୁ କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ । ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣା ପଡିନି । ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି ତଦନ୍ତ ସାପେକ୍ଷ । କେତେ ଦୂର ଏହାକୁ ଭ୍ୟାକ୍ସିନ ପ୍ରଭାବଶାଳୀ ହେବ ସେ କଥା ବି WHO କହିନାହିଁ । ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ଅଛି ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ । ଡେଲଟା ଭାଇରସର ୫୫ଟି ଉପ ପ୍ରଜାତି ରହିଛି । ତା ଭିତରୁ ଅଳ୍ପ କେତୋଟି ଲୋକଲୋଚନକୁ ଆସିଛି । ଜେନୋମିକ ଷ୍ଟଡି ଚାଲିଛି । ନୂଆ ଭାଇରସ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ । ପରୀକ୍ଷା ନିରୀକ୍ଷା ଚାଲିଛି । ବୁଷ୍ଟର ଡୋଜ ନେଇ ୟୁନିଭରସିଆଲି ଆକ୍ସେପ୍ଟ ହୋଇନି । ଭାରତର ଟିକାନୀତିରେ ବର୍ତ୍ତମାନ ବୁଷ୍ଟର ଡୋଜକୁ ଅନୁମତି ମିଳିନି ।

ଋଷରେ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ

ଋଷ (Russia) ରେ କୋରୋନା ସଂକ୍ରମଣ (COVID-19) ର ନୂଆ ମାମଲାରେ ଡେଲଟା ଭାରିଆଣ୍ଟ (Delta variant) ର ଏକ ନୂତନ ସବ୍-ଭାରିଆଣ୍ଟ୍ (new sub-variant) ଦେଖିବାକୁ ମିଳିଛି । ଏହା କୁହାଯାଉଛି ଯେ କୋରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଏହି ନୂତନ ସବ୍-ଭାରିଆଣ୍ଟ ଅଧିକ ସଂକ୍ରାମକ ଅଟେ । ଅନୁସନ୍ଧାନକାରୀଙ୍କ ଏକ ଦଳ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ କୋରୋନା ଭୂତାଣୁର AY.4.2 ସବ୍-ଭାରିଆଣ୍ଟ ମୂଳ ଡେଲ୍ଟା ଅପେକ୍ଷା ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ ।

ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ 

ଋଷ (Russian) ର ଗବେଷକ କାମିଲ ଖାଫିଜୋଭ ଦାବି କରିଛନ୍ତି ଯେ ଏହି AY.4.2 ସବ୍-ଭାରିଆଣ୍ଟ ଯୋଗୁଁ ଋଷରେ ପ୍ରତିଦିନ ନୂତନ ସଂକ୍ରମଣ ମାମଲା ଆସିବା ସହ ସଂକ୍ରମିତଙ୍କ ମୃତ୍ୟୁ ହେଉଛି । ସେ କହିଛନ୍ତି ଯେ କୋରୋନା ଭୂତାଣୁ ଟିକା ଏହି ଭାରିଆଣ୍ଟ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଏହା ଏତେ ଭିନ୍ନ ନୁହେଁ ଯେ ଏହା ଆଣ୍ଟିବଡି ବାନ୍ଧିବା କ୍ଷମତାକୁ ବଦଳାଇପାରେ ।

ଇଂଲଣ୍ଡରେ ସାମ୍ନାକୁ ଆସିଛି AY.4.2 ସବ୍-ଭାରିଆଣ୍ଟ

ଏହା କୁହାଯାଉଛି ଯେ ବିଗତ ଦିନରେ ବ୍ରିଟେନରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି । ଅକ୍ଟୋବର ୧୫ରେ ପ୍ରକାଶିତ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ରିପୋର୍ଟରେ ଦର୍ଶାଯାଇଛି ଯେ ଇଂଲଣ୍ଡରେ କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ AY.4.2 ସବଭାରିଆଣ୍ଟ ଦାୟୀ । ଯେଉଁଥିପାଇଁ ସେପ୍ଟେମ୍ବର ୨୭ ପରେ ୬ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି ।

ଏହା ବି ପଢ଼ନ୍ତୁ:-ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୩ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!

ଏହା ବି ପଢ଼ନ୍ତୁ:-ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍