ନୂଆଦିଲ୍ଲୀ: Taliban take over Afghanistan: ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନ (Afghanistan) ର କ୍ଷମତା ତାଲିବାନ (Taliban) ହାତକୁ ଆସିଛି । ବର୍ତ୍ତମାନ ଦେଖିବାକୁ ରହିଗଲା ତାଲିବାନ (Taliban) କିପରି ଉଦାର ହୋଇ ଦେଶ ଚଳାଇବ । ତାହା ତ ସମୟ ହିଁ କହିବ, କିନ୍ତୁ ତାଲିବାନ ବର୍ତ୍ତମାନ ଠାରୁ ସଙ୍କେତ ଦେବା ଆରମ୍ଭ କରିଛି ସେ ଅନ୍ୟ ଦେଶ ସହ କି ପ୍ରକାର ସମ୍ପର୍କ ରଖିବାକୁ ଯାଉଛି । ଗତ ସପ୍ତାହରେ କାବୁଲ (Kabul) କୁ ଦଖଲ କରିବା ପରେ ତାଲିବାନ ସରକାର ଗଠନ କରିବାକୁ ଚେଷ୍ଟା କରୁଛି । ଏହି ସମୟରେ ସେ ଆର୍ଥିକ ସହାୟତା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛି । ଏଥି ସହିତ ସେ ଭାରତ (India) କୁ ମଧ୍ୟ ଏକ ବାର୍ତ୍ତା ପଠାଇଛି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।


COMMERCIAL BREAK
SCROLL TO CONTINUE READING

ଇଂରାଜୀ ନ୍ୟୁଜ୍ ଚ୍ୟାନେଲ CNN-News18 କୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ (Taliban spokesman Suhail Shaheen) କହିଛି ଯେ ଯଦି ଆଫଗାନିସ୍ତାନ (Afghanistan) ରେ ଭାରତ (India) ର ପ୍ରକଳ୍ପ ଅସମ୍ପୂର୍ଣ୍ଣ ତେବେ ସେ ଏହାକୁ ସମ୍ପୂର୍ଣ୍ଣ କରିପାରିବେ । ବାସ୍ତବରେ, ଯେତେବେଳେ ପଚରାଗଲା ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନର ବିକାଶରେ ଭାରତ ବହୁ ନିବେଶ କରିଛି । ଭାରତ ରାସ୍ତା, ବନ୍ଧ, ଏପରିକି ସଂସଦ ଗୃହ ନିର୍ମାଣ କରିଛି । କିନ୍ତୁ କୁହାଯାଉଛି ଯେ ତାଲିବାନ (Taliban) ଭାରତ ସହ ବାଣିଜ୍ୟ ବନ୍ଦ କରି ଦେଇଛି । ଏହା ସତ ଓ ଏହା ସ୍ଥାୟୀ କି? ଏହାର ଜବାବରେ ମୁଖପାତ୍ର ସୁହେଲ ଶାହିନ୍ କହିଛି ଯେ," ସେମାନଙ୍କର (ଭାରତର) ପ୍ରକଳ୍ପ, ଯାହା ଆଫଗାନିସ୍ତାନର ଲୋକଙ୍କ ପାଇଁ ଭଲ ଓ ଆଫଗାନିସ୍ତାନର ଲୋକଙ୍କ କଲ୍ୟାଣରେ ସହାୟକ ହୋଇଥାଏ, ଯଦି ସେଗୁଡ଼ିକ ଅସମ୍ପୂର୍ଣ୍ଣ ତେବେ ସେମାନେ ଏହାକୁ ସମ୍ପୂର୍ଣ୍ଣ କରିପାରିବେ ।"


ଆତଙ୍କବାଦୀ ସଂଗଠନ ତାଲିବାନର ମୁଖପାତ୍ର କହିଛି ଯେ ଆମେ ଯେଉଁ ବିଷୟକୁ ବିରୋଧ କରୁଛୁ ତାହା ହେଉଛି ଭାରତ ଘାନି ସରକାରଙ୍କ ପକ୍ଷ ନେଇଆସୁଛି । ଗତ ୨୦ ବର୍ଷ ଧରି ଆମେ ଚାହୁଁଛୁ ଯେ ଭାରତ ସମେତ ସମସ୍ତ ଦେଶର ସମ୍ପର୍କ ଆଫଗାନିସ୍ତାନର ଲୋକଙ୍କ ସହ ରହିବା ଆବଶ୍ୟକ ଓ ସେମାନେ ଆଫଗାନିସ୍ତାନର ଲୋକଙ୍କ ଉଦ୍ଦେଶ୍ୟକୁ ମଧ୍ୟ ସ୍ୱୀକାର କରିବା ଉଚିତ୍ । ତାହା ଆମର କଥା ଓ ଆମର ସ୍ଥିତି ଥିଲା ଏବଂ ଆମେ ସର୍ବଦା କହିଛୁ ଯେ ସେହି କଣ୍ଡେଇ ସରକାର (ଘାନି ସରକାର) ଙ୍କ ପକ୍ଷ ନେବା ଉଚିତ୍ ନୁହେଁ । ଭାରତକୁ ଆଫଗାନିସ୍ତାନର ଲୋକଙ୍କୁ ସମର୍ଥନ କରିବା ଉଚିତ୍ ।


ଆଫଗାନିସ୍ତାନରେ ବିକାଶ କାର୍ଯ୍ୟରେ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବିଷୟରେ ତୁମର ବାର୍ତ୍ତା କ’ଣ? ଏହାର ଜବାବରେ ତାଲିବାନ ମୁଖପାତ୍ର କହିଛି ଯେ ସେମାନଙ୍କୁ ମୋର ବାର୍ତ୍ତା ହେଉଛି ଯେ ଆମେ ବର୍ତ୍ତମାନ ଯୁଦ୍ଧ ଶେଷ କରିଛୁ ଓ ଆମେ ସେହି ଅଧ୍ୟାୟକୁ ପଛକୁ ଛାଡୁଛୁ । ଏହା ଏକ ନୂତନ ଅଧ୍ୟାୟ ଓ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ଆଫଗାନିସ୍ତାନର ଲୋକମାନଙ୍କୁ ସେମାନଙ୍କର ଜୀବନ ଗଠନ ଓ ଆଫଗାନିସ୍ତାନର ପୁନଃନିର୍ମାଣରେ ସାହାଯ୍ୟ କରିବା ପାଇଁ ସମସ୍ତ ଦେଶକୁ ଆର୍ଥିକ ସହାୟତା ପ୍ରଦାନ କରିବା ଆବଶ୍ୟକ ।


ଅଧିକ ପଢ଼ନ୍ତୁ:-ପିଶାଚ ପାଲଟିଲା ତାଲିବାନ! ମହିଳାଙ୍କ ମୃତଦେହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଛି ଆତଙ୍କୀ


ଅଧିକ ପଢ଼ନ୍ତୁ:-ତାଲିବାନକୁ ବଡ଼ ଝଟକା ଦେଲା ପଡ଼ୋଶୀ ଦେଶ, ପାକିସ୍ତାନ ସାମ୍ନାରେ ଖୋଲାଖୋଲି କହିଲା- ଆମେ ଦେବୁ ନାହିଁ ମାନ୍ୟତା


ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୫ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ


ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍