ଆଫଗାନିସ୍ତାନ ଦଖଲ ପରେ ଆମେରିକାକୁ କଡ଼ା ଚେତାବନୀ ଦେଲା ତାଲିବାନ, ଜାଣନ୍ତୁ କ’ଣ କହିଲା
Afghanistan News: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବଜା କରି ନେଇଛି । ଆଫଗାନିସ୍ତାନରେ ଏପର୍ଯ୍ୟନ୍ତ ପ୍ରାୟ ଦଶ ହଜାର ଆମେରିକୀୟ ସୈନିକ ଉପସ୍ଥିତ ଅଛନ୍ତି । ଏହି ସମୟରେ ତାଲିବାନ ଆମେରିକାକୁ ବଡ଼ ଚେତାବନୀ (Afghanistan warns America) ଦେଇଛି ।
କାବୁଲ: ଆଫଗାନିସ୍ତାନ (Afghanistan) ଦଖଲ ପରେ ତାଲିବାନ (Taliban) ଆମେରିକାକୁ (America) ଆଖି ଦେଖାଇବା ଆରମ୍ଭ କରିଛି । ତାଲିବାନ ଆମେରିକାକୁ ସିଧାସଳଖ ଚେତାବନୀ ଦେଇ କହିଛି ଯେ ସେପ୍ଟେମ୍ବର ୧୧ ସୁଦ୍ଧା ଆମେରିକା ଆଫଗାନିସ୍ତାନ (Afghanistan) ସମ୍ପୂର୍ଣ୍ଣ ଭାବେ ଛାଡିଦେବା ଉଚିତ । ତାଲିବାନର ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରାୟ ଦଶ ହଜାର ଆମେରିକୀୟ ସୈନିକ (American soldier) ଆଫଗାନିସ୍ତାନରେ ଅଛନ୍ତି ।
HKIA ର ସୁରକ୍ଷା ଅକ୍ଷୁର୍ଣ୍ଣ ରହିବ - ଆମେରିକା
କାବୁଲ ବିମାନବନ୍ଦରରେ (Kabul Airport) ଷ୍ଟାମ୍ପଡେଡ ଓ ଗୁଳି ବିନିମୟ ସତ୍ତ୍ୱେ ଗତ କିଛି ଦିନ ତଳେ ଅତି କମରେ ୧୦ ଜଣ ଆଫଗାନିସ୍ତାନର ମୃତ୍ୟୁ ଘଟିଛି । ଆମେରିକାର ସେନା ମେଜର ଜେନେରାଲ ହ୍ୟାଙ୍କ ଟେଲର କହିଛନ୍ତି ଯେ ଆମେରିକାର ସୈନ୍ୟବାହିନୀ (U.S. military) ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର (HKIA) ରେ ସୁରକ୍ଷା ବଜାୟ ରଖିବ । ଯାହା ଆମେରିକୀୟ ଓ ଆଫଗାନିସ୍ତାନର ନିରାପଦ, ଶୃଙ୍ଖଳିତ ସ୍ଥାନାନ୍ତର କରିବାରେ ସକ୍ଷମ ହେବ । ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ ଜେନେରାଲ ଟେଲର ମଙ୍ଗଳବାର ଏହା କହିଛନ୍ତି ।
ଅଧିକ ପଢ଼ନ୍ତୁ : ତାଲିବାନ ମହିଳାଙ୍କ ପାଇଁ ତିଆରି କରିଛି ଏହି ୧୦ ଟି କଠୋର ନିୟମ; ଟାଇଟ୍ ଡ୍ରେସ ଓ ଚପଲ ମଧ୍ୟ BAN
ଏହି ସମୟରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ କହିଛନ୍ତି ଯେ ଆମେରିକା ତାଲିବାନ ସହ ଯୋଗାଯୋଗରେ ଅଛି ଓ ସାଧାରଣ ନାଗରିକଙ୍କୁ ବିମାନବନ୍ଦରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ବୋଲି କୁହାଯାଇଛି । ଏହାପୂର୍ବରୁ ପେଣ୍ଟାଗନ୍ ପ୍ରେସ୍ ସେକ୍ରେଟାରୀ ଜନ୍ କିର୍ବି କହିଛନ୍ତି ଯେ ଗ୍ରାଉଣ୍ଡରେ ଥିବା ଆମେରିକୀୟ କମାଣ୍ଡୋମାନେ ଅଧିକ ବିବରଣୀ ନ ଦେଇ ବିମାନବନ୍ଦର ବାହାରେ ତାଲିବାନ ସହିତ ଆଲୋଚନା କରିଥିଲେ ।
ବିଶୃଙ୍ଖଳା ପରିସ୍ଥିତିକୁ ନେଇ ଜନସାଧାରଣ ତଥା ଆଇନଜୀବୀଙ୍କ ସମାଲୋଚନାର ସମ୍ମୁଖୀନ ହୋଇ ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କହିଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଆଶରଫ ଘାନି ରବିବାର ଦିନ ତାଲିବାନ ସୈନ୍ୟବାହିନୀ ରାଜଧାନୀ କାବୁଲରେ ପ୍ରବେଶ କରିବା ସମୟରେ ଦେଶ ଛାଡି ଦେଇଥିଲେ ।
ଅଧିକ ପଢ଼ନ୍ତୁ: T20 World Cup: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାବର ଆଜମ ଟିମ୍ ଇଣ୍ଡିଆକୁ ଦେଲେ ଏହି ଚେତାବନୀ!
କେଉଁଠାରେ ଅଛନ୍ତି ଆଶ୍ରାଫ ଘାନି?
ଦେଶ ଛାଡିବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ବର୍ତ୍ତମାନ ୟୁଏଇର ରାଜଧାନୀ ଆବୁଧାବିରେ ଆଶ୍ରୟ ନେଇଛନ୍ତି । ଏହା ପୂର୍ବରୁ ତାଜିକିସ୍ତାନରୁ ଓମାନ ଯିବା କଥା ଚର୍ଚ୍ଚା ହେଉଥିଲା । କିନ୍ତୁ ସୂଚନାନୁସାରେ, ବର୍ତ୍ତମାନ ସେ ଆବୁଧାବିରେ ରହିବେ । ଋଷ ରାଜ୍ୟ ଗଣମାଧ୍ୟମ ଅନୁଯାୟୀ, ରାଷ୍ଟ୍ରପତି ଆଶରଫ ଘାନି ଆଫଗାନିସ୍ତାନରୁ ପଳାୟନ କରୁଥିବା ସମୟରେ ତାଙ୍କ ହେଲିକପ୍ଟରରେ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ ନେଇଥିଲେ, କିନ୍ତୁ ଜାଗା ଅଭାବରୁ ନୋଟ୍ ଭର୍ତ୍ତି କିଛି ବ୍ୟାଗକୁ ରନୱେରେ ଛାଡି ଦେଇଥିଲେ । ଋଷର ସରକାରୀ ଗଣମାଧ୍ୟମ ସୋମବାର ଏକ ଖବରରେ ଏହା ଦାବି କରିଛି ।