PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା! ନୂଆ ନିୟମ ଆଣୁଛନ୍ତି ମୋଦି ସରକାର
PF New Rules: ସୂଚନାଯୋଗ୍ୟ, ଗତ ବର୍ଷ ସରକାର ନୂତନ ଆୟକର ନିୟମ ବିଷୟରେ ଅବଗତ କରାଇଥିଲେ । ବର୍ତ୍ତମାନ ଏହା ଅନ୍ତର୍ଗତ PF ଖାତାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରାଯିବ । ଏଥିରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଅଧିକ କର୍ମଚାରୀଙ୍କ ଯୋଗଦାନ କରିବା କ୍ଷେତ୍ରରେ PF ଆୟ ଉପରେ ଟିକସ ଆଦାୟ କରାଯିବ । ବାସ୍ତବରେ, ନୂତନ ନିୟମର ଉଦ୍ଦେଶ୍ୟ ହେଉଛି ଉଚ୍ଚ ଆୟର ଲୋକଙ୍କୁ ସରକାରୀ କଲ୍ୟାଣ ଯୋଜନାର ସୁଯୋଗ ନେବାରୁ ରୋକିବା ।
ନୂଆଦିଲ୍ଲୀ: PF New Rules: ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣ ମଧ୍ୟ ଜଣେ କର୍ମଚାରୀ, ତେବେ ନିଶ୍ଚିତ ଭାବରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (Employees’ Provident Fund Organization-EPFO) ରେ ଆପଣଙ୍କ ଏକ ଆକାଉଣ୍ଟ ରହିଛି । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ବର୍ତ୍ତମାନ PF ଆକାଉଣ୍ଟ ଉପରେ ମଧ୍ୟ ଟ୍ୟାକ୍ସ ଲାଗିବ । ଆପଣଙ୍କ ବେତନର କିଛି ଅଂଶ PF ଆକାଉଣ୍ଟରେ ଜମା ହୋଇଥାଏ, କିନ୍ତୁ ବର୍ତ୍ତମାନ PF ର ନିୟମରେ କିଛି ନୂତନ ପରିବର୍ତ୍ତନ ଘଟିବାକୁ ଯାଉଛି । ଚଳିତ ବର୍ଷ ଏପ୍ରିଲ୍ ୧ ଠାରୁ ବର୍ତ୍ତମାନର PF ଖାତାଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।
ସୂଚନାଯୋଗ୍ୟ, ଗତ ବର୍ଷ ସରକାର ନୂତନ ଆୟକର ନିୟମ ବିଷୟରେ ଅବଗତ କରାଇଥିଲେ । ବର୍ତ୍ତମାନ ଏହା ଅନ୍ତର୍ଗତ PF ଖାତାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରାଯିବ । ଏଥିରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଅଧିକ କର୍ମଚାରୀଙ୍କ ଯୋଗଦାନ କରିବା କ୍ଷେତ୍ରରେ PF ଆୟ ଉପରେ ଟିକସ ଆଦାୟ କରାଯିବ । ବାସ୍ତବରେ, ନୂତନ ନିୟମର ଉଦ୍ଦେଶ୍ୟ ହେଉଛି ଉଚ୍ଚ ଆୟର ଲୋକଙ୍କୁ ସରକାରୀ କଲ୍ୟାଣ ଯୋଜନାର ସୁଯୋଗ ନେବାରୁ ରୋକିବା ।
ଏହା ବି ପଢ଼ନ୍ତୁ:-ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ, ଜାଣନ୍ତୁ ଏହାର କାରଣ
ଏହା ବି ପଢ଼ନ୍ତୁ:-କେତେ ଥର ଡେଟ୍ ପରେ ଶାରୀରିକ ସମ୍ପର୍କ ଗଢ଼ିବା ଠିକ୍? ଟିଭି ଉପସ୍ଥାପିକାଙ୍କ ଉତ୍ତର ସମସ୍ତଙ୍କୁ କଲା ଚକିତ
ଏହା ବି ପଢ଼ନ୍ତୁ:-ଗାଙ୍ଗୁଲିଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ମନା କରିଦେଲେ ହାର୍ଦ୍ଦିକ, ଗୋଟିଏ ଝଟକାରେ ପାଣ୍ଡ୍ୟା ନେଲେ ଏହି ବଡ଼ ନିଷ୍ପତ୍ତି
ଜାଣନ୍ତୁ ନୂତନ PF ନିୟମର ମୁଖ୍ୟ ବିଷୟଗୁଡ଼ିକ
୧. ବର୍ତ୍ତମାନ PF ଆକାଉଣ୍ଟଗୁଡ଼ିକୁ ଟ୍ୟାକ୍ସଯୋଗ୍ୟ ଓ ଅଣ-ଟ୍ୟାକ୍ସଯୋଗ୍ୟ ଅବଦାନ ଆକାଉଣ୍ଟରେ ବିଭକ୍ତ କରାଯିବ ।
୨. ଅଣ-ଟ୍ୟାକ୍ସଯୋଗ୍ୟ ଆକାଉଣ୍ଟଗୁଡିକରେ ସେମାନଙ୍କର ବନ୍ଦ ଆକାଉଣ୍ଟକୁ ମଧ୍ୟ ସାମିଲ କରାଯିବ, ଯଦି ଏହାର ତାରିଖ ମାର୍ଚ୍ଚ ୩୧, ୨୦୨୧ ହୋଇଥାଏ ।
୩. ନୂତନ PF ନିୟମଗୁଡିକ ଆଗାମୀ ଆର୍ଥିକ ବର୍ଷ ଅର୍ଥାତ୍ ଏପ୍ରିଲ ୧,୨୦୨୨ ଠାରୁ ଲାଗୁ ହୋଇପାରେ ।
୪. ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଅଧିକ କର୍ମଚାରୀଙ୍କ ଯୋଗଦାନରୁ PF ଆୟ ଉପରେ ନୂତନ ଟିକସ ଲାଗୁ କରିବା ପାଇଁ ଆଇଟି ନିୟମ ଅନୁଯାୟୀ ଏକ ନୂତନ ଧାରା 9D ସାମିଲ କରାଯାଇଛି ।
୫. ଟ୍ୟାକ୍ସଯୋଗ୍ୟ ସୁଧର ହିସାବ ପାଇଁ PF ଆକାଉଣ୍ଟରେ ଦୁଇଟି ଅଲଗା ଅଲଗା ଆକାଉଣ୍ଟ ମଧ୍ୟ ସୃଷ୍ଟି ହେବ ।
ଆପଣଙ୍କୁ କହି ରଖୁଛୁ ଯେ ଏହି ନୂତନ ନିୟମ ଲାଗୁ ହେବା ୨.୫ ଲକ୍ଷ ଟଙ୍କାର ଲିମିଟର ଲାଭ ଅଧିକାଂଶ ପିଏଫ୍ ଗ୍ରାହକଙ୍କୁ ହେବେ । ଏହାସହ ଛୋଟ ଓ ମଧ୍ୟବିତ୍ତ ଟିକସଦାତାମାନେ ନୂତନ ନିୟମ ଦ୍ୱାରା ପ୍ରଭାବିତ ହେବେ ନାହିଁ । ଏହା ମୁଖ୍ୟତଃ ଉଚ୍ଚ ଆୟକାରୀ କର୍ମଚାରୀଙ୍କୁ ପ୍ରଭାବିତ କରିବ । ଅର୍ଥାତ, ଯଦି ଆପଣଙ୍କର ଦରମା କମ୍ କିମ୍ବା ହାରାହାରି, ତେବେ ଆପଣ ଏହି ନୂତନ ନିୟମ ଦ୍ୱାରା କୌଣସି ଭାବେ ପ୍ରଭାବିତ ହେବେ ନାହିଁ ।