ନୂଆଦିଲ୍ଲୀ: ଆଜି ସାରା ଦେଶ ପାଇଁ ଏକ ଦୁଃଖଦ ଦିନ ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । କାରଣ ଆଜି ସଂସଦରେ ଦେଖିବାକୁ ମିଳିଥିଲା ସେମିତି କିଛି ହୃଦୟ ବିଦାରକ ଦୃଶ୍ୟ । ରାଜ୍ୟସଭାରେ ସେମାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ଯେଉଁମାନେ ରାଜନୀତି କ୍ଷେତ୍ରରେ ବେଶ୍ ସଶକ୍ତ ଓ ଦମ୍ଭ । ରାଜ୍ୟସଭାରେ ନିଜର ଅବସରକାଳୀନ ଭାଷଣ ଦେବା ବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ୧୯୯୯ ମସିହା ମହାବାତ୍ୟା କଥା ଉଠାଇଥିଲେ । ଏହାସହ ଜୀବନରେ ସେ କେତେଥର କାନ୍ଦିବା ସହ ନିଜ କ୍ୟାନସର ପୀଡ଼ିତ ବାପାଙ୍କୁ ଛାଡ଼ି ସେ ମହାବାତ୍ୟା ବେଳେ କେମିତି ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ସେକଥା କହି ଭାବ ବିହ୍ୱଳ ହୋଇ ପଡ଼ିଥିଲେ ରାଜ୍ୟସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ।


COMMERCIAL BREAK
SCROLL TO CONTINUE READING

ରାଜ୍ୟସଭା (Rajya Sabha) ରେ ଆଜି ଦେଖିବାକୁ ମିଳିଥିଲା ଠିକ୍ ଏମିତି କିଛି ଦୃଶ୍ଯ । ରାଜ୍ୟସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ (Opposition Ghulam Nabi Azad) କହିଥିଲେ ଯେ, ନିଜ ବାପାଙ୍କୁ ସେ ହସ୍ପିଟାଲରୁ ଆଣି ସେଦିନ ଘରେ ପହଞ୍ଚିଥିଲେ । ତାଙ୍କ ବାପାଙ୍କ ହାତରେ ଖୁବ କମ ସମୟ ଥାଏ, ଆଉ ସେହି ସମୟରେ ସେ ବାପାଙ୍କ ପାଖରେ ରହିବାକୁ ଚାହୁଁଥିଲେ ହେଲେ ସେତେବେଳେ ଓଡ଼ିଶା ଉପରେ ଥିଲା ଏକ ବଡ଼ ବିପଦ। ମହାବାତ୍ୟା ବିପଦ (Super Cyclone) । ଖବର ପାଇ ମୋତେ ଫୋନ କରିଥିଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi)


Also Read: Uttarakhand Disaster: ଘଟଣା ପଛରେ ରହିଛି Radioactive Device


ସେତେବେଳେ ବାପାଙ୍କୁ ରୋଗଶଯ୍ୟାରେ ଛାଡ଼ି ବାହାରିଥିଲି ଓଡ଼ିଶା (Odisha) । ତେବେ ଏହାରି ମଧ୍ୟରେ ସେ କଂଗ୍ରେସ ନେତା ଲୁଲୁ ମହାପାତ୍ର (Congress Leader lulu mohapatra) ଙ୍କୁ ରାଜ୍ୟସଭାରେ ମନେ ପକାଇଥିଲେ । ସେହି ସମୟରେ ଓଡ଼ିଶା ଉପରେ ପ୍ରକୃତି ଦେଖାଇଥିବା ତାର କରାଳ ରୂପ ଓ ଅସହାୟ ମଣିଷର ଚିତ୍ର ଦେଖି ଭୋ ଭୋ ହୋଇ କାନ୍ଦିଥିବା କହିଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । 


Also Read: Uttarakhand Glacier Burst: ୩୩ ମୃତଦେହ ଉଦ୍ଧାର, ଉଦ୍ଧାର ଅଭିଯାନ ଜାରି


ସେହିପରି ରାଜ୍ୟସଭା(Rajya Sabha) ର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ତାଙ୍କର ପ୍ରଶଂସା କରିଥିଲେ । କେବଳ ଏତିକି ନୁହେଁ ତାଙ୍କ ସହ ବିତାଇଥିବା ରାଜନୈତିକ କ୍ୟାରିୟର ବିଷୟରେ ମନେ ପକାଇଥିଲେ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଖିରୁ ଧାର ଧାର ଲୁହ ବହୁଥାଏ । ଯାହା ଆଜି ସମଗ୍ର ଦେଶ ଦେଖି, ମ୍ରିୟମାଣ । ସେପଟେ କୋହଭରା କଣ୍ଠରେ ସବୁ ସଦସ୍ୟ କଂଗ୍ରେସର ଏହି ବରିଷ୍ଠ ନେତା (Congress Veteran Leader) ଙ୍କୁ ବିଦାୟ ଦେଇଛନ୍ତି।