ଉତ୍ତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜ୍ୟସଭା ସଦସ୍ୟ।
Trending Photos
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ଗ୍ଲେସିୟର ବିସ୍ଫୋରଣ ଘଟଣାରେ ମଙ୍ଗଳବାର ପର୍ଯ୍ୟନ୍ତ ୩୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ସୁଦ୍ଧା ପ୍ରଭାବିତ ତପୋବନ ଟନେଲ ମଧ୍ୟରେ ୩୫ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଅଭିଯାନ ଜାରି ରହିଛି।
ଏ ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତରାଖଣ୍ଡ ପୋଲିସ ଡିଜି (Uttarakhand Police DG) ଅଶୋକ କୁମାର କହିଛନ୍ତି ଆମକୁ ୧୯୨ ନିଖୋଜ ଲୋକଙ୍କ ତାଲିକା ମିଳିଥିଲା। ହେଲେ ୧୯୭ ନିଖୋଜ ହୋଇଥିବା ନେଇ କୁହାଯାଇଥିଲା। ନିଖୋଜ ହୋଇଯାଇଥିବା ଲୋକଙ୍କ ମଧ୍ୟରୁ ୩୦ ମୃତଦେହ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି।
ଉତ୍ତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜ୍ୟସଭା ସଦସ୍ୟ। ଏ ଘଟଣା ବାବଦରେ ରାଜ୍ୟସଭାକୁ ଅବଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହା (Amit Shah)। ଏନେଇ ସେ କହିଛନ୍ତି ଫେବୃଆରୀ ୭ ତାରିଖ ରବିବାର ଉପଗ୍ରହରୁ ମିଳିଥିବା ତଥ୍ୟ ଅନୁସାରେ ଋଷି ଗଙ୍ଗା (Rishi Ganga) ନଦୀର ଜଳଗ୍ରହଣ କ୍ଷେତ୍ରର ଉପର ଗ୍ଲେସିୟର ମୁହାଣ (Estuary) ଠାରେ ହିମ ସ୍ଖଳନ (Glacier Burst) ହୋଇଛି। ଯାହାର ପ୍ରଭାବ ସ୍ୱରୂପ ଋଷି ଗଙ୍ଗା ନଦୀର (Rishi Ganga River) ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା।
Also Read: Uttarakhand ବିପର୍ଯ୍ୟୟ : DRDO ଓ ISROର ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ ଘଟଣାରେ ଉତ୍ତର ପ୍ରଦେଶରେ ଲକ୍ଷ୍ମୀପୁର ଜିଲ୍ଲାର ପ୍ରାୟ ୭୦ ଲୋକ ନିଖୋଜ ହୋଇଯାଇଥିବାର ଖବର ମିଳିଛି। ନିଖୋଜ ହୋଇଥିବା ଲୋକ ତପୋବନ ପରିଯୋଜନା (Tapovan Project) ପ୍ରକଳ୍ପରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଏ ଘଟଣାରେ ସମୀକ୍ଷା ପାଇଁ ସୋମବାର ବିଳମ୍ବିତ ରାତିରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହା ସହ ରାଜ୍ୟ ସରକାର ଏକ ଟୋଲ୍ ଫ୍ରି ନମ୍ବର ୧୦୭୦ ଏବଂ ହ୍ୱାଟ୍ସଆପ୍ ନମ୍ବର ୯୪୫୪୪୪୧୦୩୬ ଜାରି କରିଛନ୍ତି ଯେଉଁଥିରେ ନିଖୋଜ ହୋଇଥିବା ଲୋକଙ୍କ ପରିବାର ସଦସ୍ୟ ସେମାନଙ୍କ ସହ ଯୋଗାଯୋଗ କରିପାରିବେ।
ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି ଅଳିଆ ଆବର୍ଜନାରୁ ୨ ମୃତଦେହ ଉଦ୍ଧାର କରାଯାଇଛି ଏବଂ ତୃତୀୟ ମୃତଦେହ ଦୃଶ୍ୟମାନ ହେଉଛି। ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (Haryana Chief Minister Office) ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ପଡୋଶୀ ଉତ୍ତରାଖଣ୍ଡକୁ ୧୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
Also Read: ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ୨୦୦ ନିଖୋଜ, ୧୫ ମୃତ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରି ଆଇଟିବିପି (ITBP) ପକ୍ଷରୁ ତାଲି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଟନେଲରେ ପ୍ରାୟ ୩୫ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଜାରିରହିଛି। ପ୍ରଧାନମନ୍ତ୍ରୀ କ୍ରମାଗତ ଭାବେ ରାଜ୍ୟର ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ଖବର ନେଉଛନ୍ତି।
ଉତ୍ତରଖଣ୍ଡ ଗ୍ଲେସିୟର ଦୁର୍ଘଟଣାରେ ଝାଖଣ୍ଡର ଲୋହରଦଗା ଅଞ୍ଚଳର ୯ ଲୋକ ନିଖୋଜ ଅଛନ୍ତି। ଡେପୁଟି କମିଶନର ଲୋହରଦାଗା ଦିଲୀପ କୁମାର ଟପ୍ପୋ ଏବଂ ଦାୟିତ୍ୱରେ ଥିବା ବାଗଡୁ ପୋଲିସ ଷ୍ଟେସନ ପ୍ରଭାରୀ ରଞ୍ଜନ ସିଂହଙ୍କୁ ଶ୍ରମିକଙ୍କ ସମ୍ପର୍କୀୟ ସାହାଯ୍ୟ ମାଗିଛନ୍ତି।
Also Read: Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook
ଡେରାଡୁନ ଆଇଟିବିପି ଡିଜି କହିଛନ୍ତି ଗତକାଲି ରାତିରେ ସେନା, ଆଇଟିବିପି, ଏସଡିଆରଏଫ, ଏନଡିଆରଏଫ ଦଳ ତପୋବନ ଟନେଲରୁ ଆବର୍ଜନା ହଟାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ କୌଣସି ପୁନରୁଦ୍ଧାର ହୋଇପାରିନାହିଁ। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଜୋଶୀମାଠରେ ଥିବା ଆଇଟିବିପି ହସ୍ପିଟାଲକୁ ଯାଇ ଗ୍ଲେସିଅର ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଅବସ୍ଥା ବିଷୟରେ ଜାଣିଥିଲେ।
ଉତ୍ତରାଖଣ୍ଡର ଡିଜିପି କହିଛନ୍ତି ଉଦ୍ଧାରକାରୀ ଦଳ ଆମେ ଟନେଲରେ ଟିକିଏ ଆଗକୁ ଯାଇଛୁ ହେଲେ ଟନେଲ ଏପର୍ଯ୍ୟନ୍ତ ଖୋଲା ହୋଇନାହିଁ। ଆଇଟିବିପି ସହିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ମଧ୍ୟ ନିରନ୍ତର ଭାବେ ତପୋବନ ଟନେଲକୁ ସଫା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ପ୍ରଭାବିତ ଆଇଟିବିପି ଯବାନ ପ୍ରଭାବିତ ଅଞ୍ଚଳରେ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି।