Uttarakhand Disaster: ଘଟଣା ପଛରେ ରହିଛି Radioactive Device!
Advertisement
Article Detail0/zeeodisha/odisha845450

Uttarakhand Disaster: ଘଟଣା ପଛରେ ରହିଛି Radioactive Device!

ଉତ୍ତରାଖଣ୍ଡରେ ଘଟିଥିବା ହିମଖଣ୍ଡ ବିସ୍ଫୋରଣ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

Uttarakhand Disaster: ଘଟଣା ପଛରେ ରହିଛି Radioactive Device!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ହିମଖଣ୍ଡ ବିସ୍ଫୋରଣ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏ ଘଟଣା ପଛରେ ପରମାଣୁ ଚାଳିତ ଉପକରଣ ରହିଥିବା ସନ୍ଦେହ କରିଛନ୍ତି ଜିଲ୍ଲାର ତପୋବନ ଅଞ୍ଚଳରେ ଅବସ୍ଥିତ ରୈନି ଗ୍ରାମର ବାସିନ୍ଦା। ରବିବାର ଗ୍ଲେସିୟର ବିସ୍ଫୋରିତ ହେବା କାରଣରୁ ଅଚାନକ ଆସିଥିବା ବନ୍ୟାରେ ଏହି ଗାଁ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି।     

ଉତ୍ତରାଖଣ୍ଡ ହିମଖଣ୍ଡ ବିସ୍ଫୋରଣ (Uttarakhand Glacier Burst) ଘଟଣା ପଛରେ 'ରେଡିଓ ଆକ୍ଟିଭ ଡିଭାଇସ' (Radioactive Device) ଅର୍ଥାତ ପରମାଣୁ ଚାଳିତ ଉପକରଣ ରହିଥିବା ନେଇ ଏକ ଜାତୀୟ ଇଂରାଜୀ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଯାହା ଏକ ନ୍ୟୁକ୍ଲିୟାର ବ୍ୟାଟେରୀ (Nuclear Battery)। 

ଏନେଇ ମିଳିଥିବା ଖବର ଅନୁସାରେ ୧୯୬୫ ମସିହାରେ ହିମାଳୟ (Himalaya) ପାହାଡରେ ଅବସ୍ଥିତ ନନ୍ଦାଦେବୀ ପର୍ବତଶୃଙ୍ଗରେ (Nandadevi Peak) ଭାରତୀୟ  ଗୁଇନ୍ଦାସଂସ୍ଥା ଇଣ୍ଟେଲିଜେନ୍ସି ବ୍ୟୁରୋ-ଆଇବି (Intelligence Bureau-IB) ଏବଂ ଆମେରିକୀୟ ଗୁଇନ୍ଦା ସଂସ୍ଥା (American Intelligence Agency) କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି-ସିଆଇଏ (Central Intelligence Agency-CIA) ପକ୍ଷରୁ ଗୁପ୍ତ ସାମରିକ ଅଭିଯାନ (Secret military Expedition) କରାଯାଇଥିଲା। ଯାହାର ମୂଳ ଲକ୍ଷ୍ୟ ଥିଲା ହିମାଳୟ ପାର୍ବତ୍ୟାଞ୍ଚଳ (Himalayan Mountains Area) ଉପତ୍ୟାକାରେ ଚୀନର (China) ସାମରିକ ଗତିବିଧି ଉପରେ ଗୁପ୍ତ ନଜର ରଖିବା। 

Also Read: Uttarakhand Glacier Burst: ୩୩ ମୃତଦେହ ଉଦ୍ଧାର, ଉଦ୍ଧାର ଅଭିଯାନ ଜାରି

ଉଭୟ ଭାରତ-ଚୀନ ସୀମାକୁ ପରସ୍ପର ଠାରୁ ପୃଥକ କରୁଛି ହିମାଳୟ ପର୍ବତ। ଏହି ପାହାଡରେ ଭାରତର ଦୁଇ ସର୍ବୋଚ୍ଚ ପର୍ବତଶୃଙ୍ଗ ପ୍ରଥମ ହେଉଛି କାଞ୍ଚନଜଙ୍ଗା (Kanchana Ganga Peak) ଏବଂ ଦ୍ୱିତୀୟ ନନ୍ଦାଦେବୀ ଅବସ୍ଥିତ। ବିଶ୍ୱର ଏହି ଉଚ୍ଚତମ ଭୌଗୋଳିକ କ୍ଷେତ୍ରରେ ସୀମା ବିବାଦକୁ ନେଇ ଭାରତ-ଚୀନ ସେନାବାହିନୀ ମଧ୍ୟରେ ବେଶ ଲମ୍ବା ସମୟ ଧରି ସାମରିକ ସଂଘର୍ଷ ଜାରି ରହିଛି। ଏପରିକି ୧୯୬୨ ମସିହାରେ ଏକ ଯୁଦ୍ଧ ହୋଇସାରିଛି।

ଯେତେବେଳେ ଏହି ଗୁପ୍ତ ସାମରିକ ଅଭିଯାନ ଚାଲିଥିଲା ସେତେବେଳେ ବରଫ ଝଡ (Blizzard) ହେବା କାରଣରୁ ଏହି କାର୍ଯ୍ୟକୁ ହିମାଳୟ ପାର୍ବତ୍ୟାଞ୍ଚଳରେ କରିବା ସମ୍ଭବପର ହୋଇନଥିଲା। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ପର୍ବତାରୋହୀ ଦଳ (Mountaineering Team) ସେଠାରେ ଏକ ଉପକରଣକୁ ଛାଡି ଦେଇ ଆସିଥିଲେ। ଯେତେବେଳେ ବର୍ଷେ ପରେ ଏହି ଦଳ ସେହି ପାହାଡିଆ ସ୍ଥାନରେ ପୁଣି ଥରେ ପହଞ୍ଚିଥିଲେ ସେଠାରେ ସେମାନେ ଛାଡି ଦେଇ ଆସିଥିବା ଉପକରଣକୁ ଦେଖିବାକୁ ପାଇନଥିଲେ। 

Also Read:  Uttarakhand ବିପର୍ଯ୍ୟୟ : DRDO ଓ ISROର ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ସେତେବେଳେ ପୁଣି ଥରେ ଖୋଜି ବାହାର କରିବା ସମ୍ଭବପର ହୋଇନଥିଲା। ଯାହାକୁ ୧୦୦ ବର୍ଷ ଲାଗି ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାନ୍ତା। ହଜି ଯାଇଥିବା ଏହି ଉପକରଣ ହିମାଳୟ ପାର୍ବତ୍ୟାଞ୍ଚଳରେ କୌଣସି ସ୍ଥାନରେ ଦବି ରହିଥାଇ ପାରେ। ସମୟକ୍ରମେ ଏହା ଗରମ ହୋଇଉଠୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସମୟରେ ଅନୁଭୂତ ହେଉଥିବା ନେଇ ସନ୍ଦେହ କରାଯାଉଛି।   

ଗତ ରବିବାର ଯେତେବେଳେ ଅଚାନକ ବନ୍ୟା ଆସିଥିଲା ସେତେବେଳେ ନନ୍ଦାଦେବୀ ପାର୍ବତ୍ୟକ୍ଷେତ୍ରରେ ଅବସ୍ଥିତ ରୈନି ଗ୍ରାମର ବାସିନ୍ଦା ଏକ ଅଜବ ଧରଣର ଦୁର୍ଗନ୍ଧ ଶୁଂଘିବାକୁ ପାଇଥିଲେ। ଯାହା ସମଗ୍ର ଅଞ୍ଚଳରେ ବ୍ୟପିଯାଇଥି୍ଲା। ଏହାର ପ୍ରଭାବରେ କିଛି ସମୟ ଲାଗି ଶ୍ୱାସକ୍ରିୟା କରିବାରେ ସକ୍ଷମ ହୋଇନଥିଲେ ସେଠାକାର ଲୋକ। 'ରେଡିଓ ଆକ୍ଟିଭ ଡିଭାଇସ' ପ୍ରଭାବ କାରଣରୁ ଏପରି ଘଟଣା ହୋଇଥାଇ ପାରେ ବୋଲି ସନ୍ଦେହ ବଢିବାରେ ଲାଗିଥିଲା।  

Also Read: Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook

 

ଗତ ୨୦୧୮ରେ ଉତ୍ତରାଖଣ୍ଡ ପର୍ଯ୍ୟଟନମନ୍ତ୍ରୀ (Uttrakhand Tourism Minister) ସତପାଲ ମହାରାଜ (Satpal Maharaj) ଏ ଘଟଣା ବାବଦରେ ଉଲ୍ଲେଖ କରିଥିଲେ। ରାଜ୍ୟର ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ବିଭିନ୍ନ କ୍ଷେତ୍ରରେ 'ରେଡିଓ ଆକ୍ଟିଭ ଡିଭାଇସ' ଉପସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।