ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ (Telecom Company) ଭାରତୀୟ ସଞ୍ଚାର ନିଗମ ଲିମିଟେଡ (BSNL) ପୁଣି ମାଗଣା ସିମ୍ କାର୍ଡ ଅଫର ଆରମ୍ଭ କରିଛି । ଏହି ଅଫର ଅନୁଯାୟୀ କମ୍ପାନୀ ସମସ୍ତ ନୂତନ ଗ୍ରାହକଙ୍କୁ ୨୦ ଟଙ୍କା ମୂଲ୍ୟର ସିମ୍ କାର୍ଡ ମାଗଣାରେ ପ୍ରଦାନ କରୁଛି । ଟେଲିକମ୍ ଟ୍ୟାକ୍ ଦ୍ୱାରା ଦିଆଯାଇଥିବା ସୂଚନା ବିଷୟରେ ଜଣାଇ ଦେଉଛୁ ଯେ ପୂର୍ବରୁ ଟେଲିକମ୍ କମ୍ପାନୀ କେବଳ ଅଳ୍ପ କିଛି ଟେଲିକମ୍ ସର୍କଲ୍ ପାଇଁ ଏହି ଅଫର୍ ଦେଉଥିଲା, କିନ୍ତୁ ଏଥର କେରଳ ସର୍କଲରେ ରହୁଥିବା ୟୁଜର୍ସମାନେ ମଧ୍ୟ ଏହି ଅଫରର ଲାଭ ପାଇପାରିବେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଅମ୍ୱାନୀ ପରି କୋଟିପତି ମହାମାରୀରେ ହୋଇଛନ୍ତି ଅଧିକ ଧନୀ, ଗରିବ କିନ୍ତୁ ହେଲା ଆହୁରି ଗରିବ: Oxfam


ସୂଚନାଯୋଗ୍ୟ, BSNL ର 4G ସିମ୍ କାର୍ଡର ମୂଲ୍ୟ ସାଧାରଣତଃ ୨୦ ଟଙ୍କା ହୋଇଥାଏ, କିନ୍ତୁ BSNL ଏହାକୁ କିଛି ସର୍ତ୍ତ ସହିତ ମାଗଣାରେ ଦେଉଛି । କମ୍ପାନୀର ଏହି ଅଫର୍ କେବଳ ଜାନୁୟାରୀ ୩୧,୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । କମ୍ପାନୀ ଏହାର ଆଧିକାରିକ ବୟାନରେ କହିଛି ଯେ କେରଳର ଉପଭୋକ୍ତାମାନେ ଜାନୁୟାରୀ ୩୧ ପର୍ଯ୍ୟନ୍ତ ମାଗଣାରେ ନୂତନ 4G ସିମ୍ କାର୍ଡ ପାଇପାରିବେ । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଅଫର୍ ସେହି ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ BSNL ରେ ସେମାନଙ୍କର ନମ୍ବର ପୋର୍ଟ କରିବାକୁ ଚାହୁଁଛନ୍ତି ।


ଅଧିକ ପଢ଼ନ୍ତୁ:-ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!


ଏହି ପ୍ରମୋଶନଲ ଅଫର୍ ସେହି ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ଅଛି ଯେଉଁମାନେ ୧୦୦ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ରଥମ ରିଚାର୍ଜ କୁପନ୍ ସହିତ ସବସ୍କ୍ରାଇବ କରିବେ । ଏହାର ଅର୍ଥ ହେଉଛି ଯେଉଁ ଗ୍ରାହକମାନେ ୧୦୦ ଟଙ୍କା FRC ସହିତ ରିଚାର୍ଜ କରିବେ ସେମାନେ କୌଣସି ଅତିରିକ୍ତ ଚାର୍ଜ ବିନା ନୂତନ 4G ସିମ୍ କାର୍ଡ ପାଇପାରିବେ । ଏହି ଅଫର ପୂର୍ବରୁ ଜାନୁୟାରୀ ୮,୨୦୨୧ ରେ ସମାପ୍ତ ହୋଇଥିଲା, କିନ୍ତୁ ବର୍ତ୍ତମାନ ସୀମିତ ସମୟ ପାଇଁ ଏହି ଅଫର କେରଳ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । 


ବର୍ତ୍ତମାନ BSNL ର 4G ସିମ୍ କାର୍ଡ କ୍ରୟ କରୁଥିବା ଗ୍ରାହକଙ୍କୁ ଅନେକ ସୁବିଧା ଦେଉଛି । କମ୍ପାନୀ ୟୁଜର୍ସଙ୍କ ପାଇଁ ଭଏସ୍ କଲିଂ ସୀମାକୁ ପ୍ରତିଦିନ ୨୫୦ ମିନିଟରୁ ହଟାଇ ଅସୀମିତ କରିଦେଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ଆଉ କୌଣସି FUP ସୀମା ନାହିଁ । ଏହା ବ୍ୟତୀତ କମ୍ପାନୀ ପ୍ରତ୍ୟେକ ପ୍ରିପେଡ୍ ପ୍ଲାନ୍ ସହିତ ପ୍ରତିଦିନ ୧୦୦ଟି SMS ଅଫ ମଧ୍ୟ ପ୍ରଦାନ କରୁଛି ।