ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!
Advertisement
Article Detail0/zeeodisha/odisha835456

ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!

ନୀତିଶ କୁମାର (Nitish Kumar) ଏଲଜେପି (LJP) ର ଏକମାତ୍ର ବିଧାୟକ ରାଜକୁମାର ସିଂ (Rajkumar Singh) ଙ୍କୁ ନିଜ ଦଳର ଆଣିବାକୁ ଚେଷ୍ଟା କରୁଛନ୍ତି ।

ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!

ନୂଆଦିଲ୍ଲୀ: କିଛି ମାସ ପୂର୍ବେ ବିହାର ବିଧାନସଭା ନିର୍ବାଚନ (Bihar Assembly Elections 2020) ରେ ନୀତିଶ କୁମାର (Nitish Kumar) ଙ୍କ ଦଳ ଜନତା ୟୁନାଇଟେଡ (JDU) ଆସନ ମାମଲାରେ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (RJD) ଓ ଭାରତୀୟ ଜନତା ପାର୍ଟି (BJP) ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ବିଜେପିର ଭଲ ପ୍ରଦର୍ଶନ ଯୋଗୁଁ ନୀତିଶ କୁମାର ସରକାର ବଞ୍ଚାଇବାରେ ସଫଳ ହୋଇଥିଲେ । ଏହି ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି (LJP) ଯୋଗୁଁ ଜେଡିୟୁକୁ ଅନେକ ଆସନର କ୍ଷତି ସହିବାକୁ ପଡ଼ିଥିଲା । ବର୍ତ୍ତମାନ ସିଏମ ନୀତିଶ ଏଲଜେପି ପ୍ରମୁଖ ଚିରାଗ ପାସୱାନ (Chirag Paswan) ଙ୍କଠାରୁ ପ୍ରତିଶୋଧ ନେବା ମୁଡରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଏଲଜେପି ବୁଡ଼ାଇ ଦେଲା ନୀତିଶଙ୍କ ଡଙ୍ଗା, ଘରର 'ଚିରାଗ'ରୁ ଏନଡିଏର ଦୁର୍ଗରେ ଲାଗିଲା ନିଆଁ!

ନୀତିଶ କୁମାର (Nitish Kumar) ଏଲଜେପି (LJP) ର ଏକମାତ୍ର ବିଧାୟକ ରାଜକୁମାର ସିଂ (Rajkumar Singh) ଙ୍କୁ ନିଜ ଦଳର ଆଣିବାକୁ ଚେଷ୍ଟା କରୁଛନ୍ତି । ରାଜକୁମାର ସିଂ ସୋମବାର ନୀତିଶଙ୍କ ଘନିଷ୍ଠ ମନ୍ତ୍ରୀ ଅଶୋକ ଚୌଧୁରୀ (Ashok Chaudhary) ଙ୍କ ବାସଭବନରେ ପହଞ୍ଚିଥିଲେ । ତେବେ ଜେଡିୟୁ (JDU) ରେ ଯୋଗଦେବେ ବୋଲି ଗୁଜବକୁ ରାଜକୁମାର ସିଂ ଖଣ୍ଡନ କରି କହିଛନ୍ତି ଯେ ଚୌଧୁରୀଙ୍କ ସହ ତାଙ୍କର ପୁରୁଣା ସମ୍ପର୍କ ଅଛି ।

ଅଧିକ ପଢ଼ନ୍ତୁ:-ନୀତିଶ-ସୁଶୀଲ ମୋଦିଙ୍କୁ କଣ୍ଟ୍ରୋଲ କରିବା ପାଇଁ ଶାହନାୱାଜଙ୍କୁ ବିହାର ପଠାଇଲା ବିଜେପି!

ଯେତେବେଳେ ଏଲଜେପିର ଏକମାତ୍ର ବିଧାୟକଙ୍କୁ ଏହା ପଚାରା ଯାଇଥିଲା ଯେ ଚିରାଗ ପାସୱାନ ତ ଲଗାତର ନୀତିଶ କୁମାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାର ଜବାବରେ ସେ କହିଥିଲେ ଯେ ଆପଣ ତାଙ୍କ କଥା ମୋ ପାଟିରେ ରଖନ୍ତୁ ନାହିଁ । ରାଜକୁମାର ସିଂ ଦାବି କରିଛନ୍ତି ଯେ ସେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ଏକ ଅଂଶ । ଯେତେବେଳେ ତାଙ୍କୁ ପଚରାଗଲା କେଉଁ ଏନଡିଏ ଅଛନ୍ତି, ନୀତିଶଙ୍କ ନା ଚିରାଗଙ୍କ? ଏହାର ଉତ୍ତରରେ ସେ କହିଛନ୍ତି ଯେ ବିହାରରେ ଏନଡିଏ ବର୍ତ୍ତମାନ ନୀତୀଶ କୁମାରଙ୍କର ଅଟେ ।

ଅଧିକ ପଢ଼ନ୍ତୁ:-ଅମ୍ୱାନୀ ପରି କୋଟିପତି ମହାମାରୀରେ ହୋଇଛନ୍ତି ଅଧିକ ଧନୀ, ଗରିବ କିନ୍ତୁ ହେଲା ଆହୁରି ଗରିବ: Oxfam

ରାଜକୁମାର ସିଂ ଜେଡିୟୁରେ ଯୋଗଦେବା କଳ୍ପନାକୁ ଖାରଜ କରିଦେଇଛନ୍ତି । କିନ୍ତୁ ଏନଡିଏ ନୀତିଶଙ୍କ କହି ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛନ୍ତି । ରାଜକୁମାର ସିଂଙ୍କ ଏହି ବୟାନ ପରେ ଚର୍ଚ୍ଚା ହେଉଛି ଯେ ଆଗାମୀ ଦିନରେ ସେ ଏଲଜେପି ଛାଡି ଜେଡିୟୁରେ ଯୋଗ ଦେଇପାରନ୍ତି । ବାସ୍ତବରେ ସେ ଅଶୋକ ଚୌଧୁରୀଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ବିଧାନସଭା ନିର୍ବାଚନ ସମୟରେ ସିଏମ୍ ନୀତିଶ କୁମାରଙ୍କ ବିରୋଧରେ ଚିରାଗ ପାସୱାନ୍ ଯେପରି ଆକ୍ରମଣାତ୍ମକ ଥିଲେ । ଏହା ପରେ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କର ଏକମାତ୍ର ବିଧାୟକ ଆସିବା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।