Terrorists Conspiracy Letter: ଦିପାବଳୀ ପୂର୍ବରୁ ଦେଶ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର। ଯାହାର ପର୍ଦ୍ଦାଫାଶ କରିଦେଇଛି ଏକ ଚିଠି। ଦେଶକୁ ଦୋହଲାଇବାକୁ କରା ଯାଇଥିବା ଷଡଯନ୍ତ୍ରକୁ ପଣ୍ଡ କରିଦେଇଛନ୍ତି ଗୁଇନ୍ଦା ଏଜେନ୍ସି। ଦେଶକୁ ଥରାଇବାକୁ  ଧମକ ଦିଆ ଯାଇଥିବା ଏକ ଚିଠି ଉଦ୍ଧାର କରାଯାଇଛି। ଯେଉଁଥିରେ କୁହାଯାଇଛି ଦେଶର ଅନେକ ବଡ଼ ରେଳ ଷ୍ଟେସନ ଏବଂ ଧାର୍ମିକ ସ୍ଥାନ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଉଦ୍ଧାର ହୋଇଥିବା ଚିଠିରେ ଏହି ସ୍ଥାନରେ ବୋମା ବିସ୍ଫୋରଣ କରାଯିବାର ଆଶଙ୍କା ରହିଛି। ଏହି ଧମକପୂର୍ଣ୍ଣ ଚିଠିକୁ ଉତ୍ତରାଖଣ୍ଡ ହରିଦ୍ୱାର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଏଭଳି ଧମକପୂର୍ଣ୍ଣ ଚିଠି ପାଇବା ପରେ ସତର୍କ ହୋଇ ଉଠିଛନ୍ତି ସୁରକ୍ଷା ଏଜେନ୍ସି। ଏହି ଚିଠି କେଉଁଠୁ ଏବଂ କିପରି ଆସିଲା ବର୍ତ୍ତମାନ ତାହାର ତଦନ୍ତ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଗତ ୧୦ ତାରିଖ ସୋମବାର ଉତ୍ତରାଖଣ୍ଡ (Uttarakhand) ହରିଦ୍ୱାର ରେଳ ଷ୍ଟେସନରୁ (Haridwar Railway Station) ଏକ ଧମକ ପୂର୍ଣ୍ଣ ଚିଠି (Threatens Letter) ମିଳିଥିଲା। ଯେଉଁଥିରେ ଆତଙ୍କବାଦୀ ସଙ୍ଗଠନ (Terror Group) ଜୈଶ-ଏ-ମହମ୍ମଦ (Jaish-e-Mohammed) ଏରିୟା କମାଣ୍ଡର ବାବଦରେ ଉଲ୍ଲେଖ କରାଯାଇଛି। ଏହି ଚିଠିରେ ଲେଖାଯାଇଛି ଯେ ଆସନ୍ତା ୨୫ ତାରିଖରେ ହରିଦ୍ୱାର (Haridwar) ସମେତ ଡେରାଡୁନ (Dehradun Railway Station), ରୁରକୀ (Roorkee Railway Station), କାଠଗୋଦାମ (Kathgodam Railway Station) ସମେତ ଉତ୍ତରାଖଣ୍ଡର ଅନେକ ରେଳ ଷ୍ଟେସନକୁ (Railway Station of Uttarakhand) ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି। 


ଏହି ଚିଠିରେ ଏହା ମଧ୍ୟ ଲେଖାଯାଇଛି, "ହେ ଖୁଦା, ମୋତେ କ୍ଷମା କର ଏବଂ ଜାମୁ କାଶ୍ମୀରରେ ଜିହାଦୀଙ୍କ ମୃତ୍ୟୁର ଜରୁର ପ୍ରତିଶୋଧ ନିଆଯିବ। କେବଳ ସେତେବେଳେ ଖୁଦା ମୋତେ କ୍ଷମା କରିବେ। ଖୁଦା ହାଫିଜ।"  ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ।


ଉତ୍ତରାଖଣ୍ଡର ହରିଦ୍ୱାର ରେଳ ଷ୍ଟେସନରୁ ମିଳିଥିବା ଧମକ ପୂର୍ଣ୍ଣ ଚିଠିରେ ବୋମା ବିସ୍ଫୋରଣ କଥା ଉଲ୍ଲେଖ କରାଯାଇଛି। ଏନେଇ କୁହାଯାଇଛି ୨୭ ଅକ୍ଟୋବରରେ ହର କି ପୌଡୀ (Har ki Pauri), ଭାରତ ମାତା ମନ୍ଦିର (Bharat Mata Mandir), ଚଣ୍ଡି ଦେବୀ (Chandi Devi), ମନସା ଦେବୀ ମନ୍ଦିର (Mansa Devi Mandir), କେଦାରନାଥ ମନ୍ଦିର (Kedarnath Mandir), ବଦ୍ରିନାଥ ମନ୍ଦିର (Badrinath Mandir), ଯମୁନେତ୍ରୀ (Yamunotri) ଏବଂ ଗଙ୍ଗୋତ୍ରୀକୁ (Gangotri) ବୋମା ବିସ୍ଫୋରଣ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।


ଏଭଳି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ସତର୍କ ହୋଇଉଠିଛି। ଏହି ଚିଠି କେଉଁଠୁ ଏବଂ କିପରି ଆସିଲା? ତାହାର ଅନୁସନ୍ଧାନ କରାଯାଉଛି। ଏହା ପଛରେ କୌଣସି ଅସାମାଜିକ ତତ୍ତ୍ୱ ଜଡ଼ିତ ଅଛନ୍ତି ନା ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି। 


ଏଭଳି ଧମକ ପତ୍ର ପାଇବା ପରେ ସୁରକ୍ଷା ଏଜେନ୍ସି (Security Agency) ମଧ୍ୟ ସତର୍କ ହୋଇଯାଇଛନ୍ତି। ଉତ୍ତରାଖଣ୍ଡ ପୋଲିସ (Uttarakhand Police) ଏବଂ ରେଳ ପୋଲିସ ବଳକୁ (Railway Police Force) ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କୁହାଯାଇଛି ଯେ ଯଦି ଏହା ଆତଙ୍କବାଦୀ ସଙ୍ଗଠନର ଧମକ ତାହେଲେ ସେମାନଙ୍କର ଉଦ୍ଦେଶ୍ୟ କେବେ ସଫଳ ହେବ ନାହିଁ।