ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ୭୦୦ ଜଣଙ୍କୁ ଅଟକ ରଖିଲା ସୁରକ୍ଷା ଏଜେନ୍ସି
ଆତଙ୍କବାଦକୁ ସମୂଳେ ନାଶ କରିବା ପାଇଁ ସୁରକ୍ଷା ଏଜେନ୍ସି ସମେତ ସେନା, ତଦନ୍ତକାରୀ ସଂସ୍ଥା, ପୋଲିସ ପକ୍ଷରୁ ଜାରି ରହିଛି କାର୍ଯ୍ୟାନୁଷ୍ଠାନ।
ଶ୍ରୀନଗର: ଜାମୁ କାଶ୍ମୀରରେ ସଂଖ୍ୟାଲଘୁଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଇବା ପରେ ସତର୍କ ହୋଇଉଠିଛି ଦେଶର ସୁରକ୍ଷା ସଂସ୍ଥା। ଏ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ରଖିବା ଅଭିଯୋଗରେ ପ୍ରାୟ ୭୦୦ ଜଣଙ୍କୁ ହେପାଜତରେ ରଖିଛି।
ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଅଟକ ରହିଥିବା ଏହି ଲୋକ (Terrorist Sympathiser) ଲସ୍କର-ଏ-ତୋଇବା (terrorist sympathiser), ଜୈସ ଇ ମହମ୍ମଦ (Jaish-e-Mohammed), ଅଲ ବଦର (Al-Badr), ଦି ରେଜିଷ୍ଟାନ୍ସ ଫୋର୍ସ (The Resistance Front) ଭଳି ଆତଙ୍କୀ ଗୋଷ୍ଠୀ (Terrorist Organisation) ପାଇଁ ଓଭର ଗ୍ରାଉଣ୍ଡ ୱାର୍କର୍ସ (Over-Ground Workers) ଓଜିଡବ୍ଲ୍ୟୁ (OGW) ଭାବେ କାର୍ଯ୍ୟ କରୁଥିଲେ।
Also Read: JK Operation:ଆତଙ୍କବାଦ ବିରୋଧି ଲଢେଇରେ ୫ ଯବାନ ଶହୀଦ, Operation ଜାରି
ଏନେଇ ପ୍ରତିକ୍ରିୟା ରଖି ଦେଶର ସୁରକ୍ଷା ଏଜେନ୍ସି (Security Agency of India) ପକ୍ଷରୁ କୁହାଯାଇଛି ଅଟକ ରହିଥିବା ଏହି ଲୋକ ଆତଙ୍କବାଦୀଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗୀକ ସୁବିଧା ସୁଯୋଗ (Logistic Support) ଯୋଗାଉଥିଲେ। ବିଗତ ୫ ଦିନ ମଧ୍ୟରେ କାଶ୍ମୀର ଉପତ୍ୟାକାରେ (Kashmir Valley) ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୪ ଜଣ ସଂଖ୍ୟାଲଘୁ ରହିଥିବା ଜଣାପଡି଼ଛି। କେବଳ ରାଜଧାନୀ ଶ୍ରୀନଗର (Srinagar) ଠାରେ ୬ ଜଣଙ୍କ ମୃତ୍ୟୁ ହୋଇଛି।
Also Read: Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ
ଗତ ମଙ୍ଗଳବାର ରାଜଧାନୀରେ ନିଷିଦ୍ଧ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନ ଛାୟା ଗୋଷ୍ଠୀ ରେଜିଷ୍ଟାନ୍ସ ଫୋର୍ସ ପକ୍ଷରୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶ୍ରୀନଗର ଅଞ୍ଚଳର ଶିଖ ମହିଳା ସୁପିନ୍ଦର କୌର ଏବଂ ଜାମୁ ଅଞ୍ଚଳର ହିନ୍ଦୁ ଚାନ୍ଦଙ୍କୁ ହତ୍ୟା କରାଯାଇଥିଲା। ଏ ଘଟଣାରେ ପ୍ରତିକ୍ରିୟା ପୋଲିସ ପକ୍ଷରୁ କୁହାଯାଇଛି ତାଲିବାନ (Taliban) କବଳକୁ ଆଫଗାନିସ୍ତାନ (Afghanistan) ଚାଲିଯିବା ପରେ ଏହାର ପ୍ରଭାବ ଜାମୁ କାଶ୍ମୀର (Jammu & Kashmir) ଠାରେ ଅନୁଭୂତ ହୋଇଛି। ଯାହାର ପରିଣାମ ସ୍ୱରୂପ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା ବଢିବାରେ ଲାଗିଛି।
Also Read: Security Alert: ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନ ଆତଙ୍କବାଦୀ
ଆତଙ୍କବାଦକୁ ସମୂଳେ ନାଶ କରିବା ପାଇଁ ସୁରକ୍ଷା ଏଜେନ୍ସି ସମେତ ସେନା (Indian Army), ତଦନ୍ତକାରୀ ସଂସ୍ଥା (Investigation Agency of India), ଜାମୁ କାଶ୍ମୀର ପୋଲିସ (Jammu Kashmir Police) ପକ୍ଷରୁ ଜାରି ରହିଛି କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ୭୦୦ ଲୋକଙ୍କୁ ଅଟକ ରଖାଯିବା ସହ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିବା ପାଇଁ ପ୍ରୟାସ ଜାରି ରହିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।