ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କୋରୋନା ଭାଇରସ୍ (Coronavirus) ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ମେ' ମାସରେ ଯେତେବେଳ ଦୈନିକ ପ୍ରାୟ ୪ ଲକ୍ଷ ନୂତନ ମାମଲା ଆସୁଥିଲା, ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ଏକ ଲକ୍ଷକୁ ଖସି ଆସିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର (Ministry of Health) ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ କୋରୋନା ରୋଗୀଙ୍କ (Corona Patients) ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ବିନା ଚିକିତ୍ସା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ (Guidelines) ଜାରି କରିଛନ୍ତି । ଏହା ଅଧୀନରେ ଆଣ୍ଟିପାଇରେଟିକ୍ ଓ ଆଣ୍ଟିଟୁସିଭ୍ ବ୍ୟତୀତ ଅନ୍ୟ ସମସ୍ତ ଔଷଧକୁ ହଟାଇ ଦିଆଯାଇଛି । 


COMMERCIAL BREAK
SCROLL TO CONTINUE READING

ମେ' ୨୭ ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Ministry of Health) ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ (Guidelines) ଅନୁଯାୟୀ ହାଇଡ୍ରୋକ୍ସିଚ୍ଲୋରୋକ୍ଇନ୍, ଆଇଭର୍ମେକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ, ମଲ୍ଟିଭାଇଟାମିନ୍ ଓ ଅନ୍ୟାନ୍ୟ ଔଷଧ ବିନା ଲକ୍ଷଣ ଓ ସାମାନ୍ୟ ଲକ୍ଷଣ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସେମାନଙ୍କୁ କେବଳ ଜ୍ୱର ପାଇଁ ଆଣ୍ଟିପାଇରେଟିକ୍ ଓ ଥଣ୍ଡା ଲକ୍ଷଣ ପାଇଁ ଆଣ୍ଟିଟ୍ୟୁସିଭ୍ ଦିଆଯିବ । 


ଅଧିକ ପଢ଼ନ୍ତୁ: ଅଧ୍ୟୟନ ପାଇଁ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନେବାକୁ ପଡିବ ଟିକା, ଜାଣନ୍ତୁ କାରଣ


ନିର୍ଦ୍ଦେଶାବଳୀରେ (Guidelines) ରୋଗୀମାନଙ୍କର ଅତ୍ୟାବଶ୍ୟକ ଟେଷ୍ଟ ବନ୍ଦ କରିବାକୁ ଡାକ୍ତରମାନଙ୍କୁ ମଧ୍ୟ କୁହାଯାଇଛି । ଏଥିମଧ୍ୟରେ ସିଟି ସ୍କାନ୍ ମଧ୍ୟ ସାମିଲ ରହିଛି । କୋରୋନାକୁ ରୋକିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ଫେସ୍ ମାସ୍କ ଓ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଯଦି ଜଣେ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୁଏ, ତେବେ ଫୋନରେ ପରାମର୍ଶ ନେବାକୁ ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।


ନିର୍ଦ୍ଦେଶାବଳୀରେ କୋରୋନା ରୋଗୀ (Corona Patients) ଓ ସେମାନଙ୍କ ପରିବାରକୁ ମଧ୍ୟ ସକାରାତ୍ମକ କଥାବାର୍ତ୍ତା କରିବାକୁ ଓ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ପରସ୍ପର ସହ ସଂଯୁକ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଲକ୍ଷଣହୀନ ରୋଗୀ ଅଟନ୍ତି ସେମାନଙ୍କ ପାଇଁ କୌଣସି ଔଷଧ କୁହାଯାଇ ନାହିଁ । ଯଦି ସେମାନେ ଅନ୍ୟ କୌଣସି ରୋଗରେ ପୀଡିତ ନୁହଁନ୍ତି । ଏଥି ସହିତ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ଓ ଅକ୍ସିଜେନ ସ୍ତର ଉପରେ ନଜର ରଖିବାକୁ କୁହାଯାଇଛି ।


ଅଧିକ ପଢ଼ନ୍ତୁ: EPFO: ଏହି ଛୋଟ ଭୁଲ ଯୋଗୁଁ ହରାଇ ପାରନ୍ତି ଆପଣଙ୍କ PF ଟଙ୍କା, ଭୁଲରେ ବି କରନ୍ତୁ ନାହିଁ ଏହା


ଏଥିରେ ଦର୍ଶାଯାଇଛି ଯେ କୋରୋନା ଭୂତାଣୁ (Coronavirus) ସଂକ୍ରମଣର ଲକ୍ଷଣ ଥିବା ରୋଗୀମାନେ ଆଣ୍ଟିପାଇରେଟିକ୍ ଓ ଆଣ୍ଟିଟୁସିଭ୍ ଔଷଧ ସେବନ କରିବା ଉଚିତ୍ । କାଶ ପାଇଁ, ସେମାନେ ପାଞ୍ଚ ଦିନ ପାଇଁ ଦିନକୁ ଦୁଇଥର ୮୦୦ mcg ବୁଡେସୋନାଇଡ୍ ନେବା ଉଚିତ୍ ।