ନୂଆଦିଲ୍ଲୀ: Ration Card: ସାରା ଦେଶରେ ରାସନ କାର୍ଡ (Ration Card) ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କେନ୍ଦ୍ର ସରକାର (Central Government) ଙ୍କ ତରଫରୁ ସାଧାରଣ ଜନତାଙ୍କୁ ରାସନ କାର୍ଡରେ ଅନେକ ବିଶେଷ ସୁବିଧା ଦିଆଯାଉଛି, କିନ୍ତୁ ଦେଶର ଅନେକ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯାଇଛି । ତେଣୁ ଆପଣ ଶୀଘ୍ର ତାଲିକା ଚେକ୍ କରି ନିଅନ୍ତୁ ଯେ ଆପଣଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯାଇ ନାହିଁ ତ ।


COMMERCIAL BREAK
SCROLL TO CONTINUE READING

ସରକାର ନେବେ କଠୋର ପଦକ୍ଷେପ 


ଆପଣଙ୍କୁ କହି ରଖୁଛୁ ଯେ ଦେଶରେ ଏପରି ଅନେକ ଅଯୋଗ୍ୟ ଲୋକ ଅଛନ୍ତି ଯେଉଁମାନେ ରାସନ କାର୍ଡ (Ration Card) ର ଲାଭ ଉଠାଉଛନ୍ତି କିମ୍ବା ନିୟମ ଭଙ୍ଗ କରି ଏହାର ଫାଇଦା ନେଉଛନ୍ତି । ଏଭଳି ଲୋକଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହିପରି ସମସ୍ତ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ ହଟା ଯାଇଛି ।


କଟାଯିବ ୪ ଲକ୍ଷ ଲୋକଙ୍କ ନାମ  


ଏହି ସମସ୍ତ ଲୋକଙ୍କ ରାସନ କାର୍ଡ (Ration Card) ବାତିଲ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । କୌଣସି ସରକାରୀ ଯୋଜନାର ଲାଭ ଏହି ଲୋକଙ୍କ ରାସନ କାର୍ଡରେ ମିଳିବ ନାହିଁ । ଦିଲ୍ଲୀ ପରେ ବର୍ତ୍ତମାନ ଝାଡଖଣ୍ଡରେ ମଧ୍ୟ ୪ ଲକ୍ଷ ଲୋକଙ୍କ ନାମ ମିଳିଛି, ସେମାନେ ରାସନ କାର୍ଡକୁ ଭୁଲ ଉପାୟରେ ବ୍ୟବହାର କରୁଛନ୍ତି ।


ଏହି ଲୋକଙ୍କ ନାମ ମଧ୍ୟ ହଟିବ


NFSA ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଯଦି କୌଣସି ରାସନ କାର୍ଡଧାରୀ କ୍ରମାଗତ ୪ ମାସ ଧରି କାର୍ଡ ମାଧ୍ୟମରେ ରାସନ ନେଉନାହାଁନ୍ତି, ତେବେ ତାଙ୍କ ନାମ ମଧ୍ୟ ରାସନ କାର୍ଡରୁ ହଟାଯିବ ।


ଏହା ବି ପଢ଼ନ୍ତୁ:-ସିଦ୍ଧୁଙ୍କୁ ବଡ଼ ଝଟକା ଦେଲା କଂଗ୍ରେସ, ସୋନୁ ସୁଦ୍ କହିଲେ କିଏ ହେବେ ପଞ୍ଜାବରେ ମୁଖ୍ୟମନ୍ତ୍ରୀର ଚେହେରା


ଏହା ବି ପଢ଼ନ୍ତୁ:-ସୋନୁ ସୁଦଙ୍କ ଭଉଣୀ ଆସିବା ପରେ ପଞ୍ଜାବରେ କଂଗ୍ରେସକୁ ହେବ କି ଲାଭ? ଜନତା ଦେଲେ ଏହି ଜବାବ


ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ


ଏହା ବି ପଢ଼ନ୍ତୁ:-ଜେଡିୟୁକୁ ଧମକ ଦେଲା ବିଜେପି, ଜାଣନ୍ତୁ ପୂରା ମାମଲା


 


ଏହି ଲିଙ୍କରେ କରନ୍ତୁ ଭିଜିଟ୍


ସୂଚନାଯୋଗ୍ୟ, ଜାତୀୟ ଖାଦ୍ୟ ସୁରକ୍ଷା ପୋର୍ଟାଲର ଏହି ଲିଙ୍କ୍ ଭିଜିଟ୍ କରି https://nfsa.gov.in/portal/State_UT_Toll_Free_AA ଆପଣଙ୍କ ରାଜ୍ୟର ଟୋଲ୍ ଫ୍ରି ନମ୍ବର ସମେତ ସମସ୍ତ ରାଜ୍ୟର ନମ୍ବର ପାଇପାରିବେ ।


ଅନଲାଇନରେ ରାସନ କାର୍ଡ ତିଆରି କରାଯାଇପାରିବ 


ଆପଣ ଯେଉଁ ରାଜ୍ୟରେ ରହୁଛନ୍ତି ସେହି ରାଜ୍ୟର ନିୟମ ଅନୁଯାୟୀ, ଆପଣ ଆପଣଙ୍କର ରାସନ କାର୍ଡ ଅନଲାଇନ୍ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କ ରାଜ୍ୟର ଖାଦ୍ୟ ପୋର୍ଟାଲ କିମ୍ବା ୱେବସାଇଟକୁ ଯାଆନ୍ତୁ ଓ ପ୍ରକ୍ରିୟା ପୂରଣ କରନ୍ତୁ । ଏଠାରେ ଆପଣଙ୍କୁ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବାକୁ ପଡିବ । ଏହା ପରେ ଆପଣଙ୍କ ରାସନ କାର୍ଡ ତିଆରି ହୋଇଯିବ ।