Tiger Death Case: ଦେଶରେ ବାଘ ସଂରକ୍ଷଣ ପାଇଁ ଚାଲିଥିବା ଅଭିଯାନର କୌଣସି ସୁଫଳ ମିଳୁନଥିବା ଜଣାପଡୁଛି। ଜଙ୍ଗଲ ନଷ୍ଟ ତଥା ସହରୀକରଣ କାରଣରୁ ଅନେକ ବନ୍ୟଜନ୍ତୁ ବର୍ତ୍ତମାନ ସମୟରେ ବିଲୁପ୍ତ ହେବା ଅବସ୍ଥାରେ ପହଞ୍ଚି ସାରିଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ଦେଶରେ ପ୍ରାକୃତିକ ଏବଂ ଅପ୍ରାକୃତିକ କାରଣରୁ ୩୨୯ ବାଘଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଦେଶରେ ବାଘ ସଂଖ୍ୟା ବାବଦରେ ଲୋକସଭାରେ ତଥ୍ୟ ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ (Union Minister Ashwini Choubey) କହିଛନ୍ତି ଯେ ବିଗତ ୩ ବର୍ଷ ମଧ୍ୟରେ ଦେଶରେ ୩୨୯ ବାଘଙ୍କ (Tiger Death in India) ମୃତ୍ୟୁ ହୋଇଛି। ଗତ ୨୦୧୯ ବର୍ଷରେ ୯୬, ୨୦୨୦ ବର୍ଷରେ ୧୦୬, ୨୦୧୨ ବର୍ଷରେ ୧୨୭ ବାଘଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଥିମଧ୍ୟରୁ ୬୮ ବାଘଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ, ୫ ବାଘ ଅସ୍ୱାଭାବିକ କାରଣରୁ ପ୍ରାଣ ହରାଇଛନ୍ତି। ସେହିପରି ୨୯ ବାଘ ଶିକାରୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହା ସହିତ ମସ୍ତିଷ୍କ ବ୍ୟାଧି ଅର୍ଥାତ ମାନସିକ କାରଣ ହେତୁ ୩୦ ବାଘଙ୍କ ମୃତ୍ୟୁ ହୋଇଛି। ବାକି ୧୯୭ ବାଘଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାର ତଦନ୍ତ ଚାଲିଛି।


ବର୍ତ୍ତମାନ ସମୟରେ ବାଘ ଶିକାର ମାମଲାରେ (Tiger Hunting in India) ହ୍ରାସ ଘଟିଛି। ଯେଉଁଠି ଗତ ୨୦୧୯ ବର୍ଷରେ ୧୭ ବାଘ ଶିକାର ହୋଇଥିଲେ। ହେଲେ ଗତ ବର୍ଷ ଏହି ସଂଖ୍ୟା ଚାରିକୁ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ବାଘ ଆକ୍ରମଣରେ ୧୨୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ମହାରାଷ୍ଟ୍ରରେ ୬୧ ଏବଂ ଉତ୍ତର ପ୍ରଦେଶରେ ୨୫ ଜଣ ଲୋକ ବାଘ ଆକ୍ରମଣରେ (Tiger Attack in India) ପ୍ରାଣ ହରାଇଥିଲେ।


ଦେଶର ହାତୀ ସଂଖ୍ୟା ବାବଦରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ତଥ୍ୟ ରଖିଛନ୍ତି। ବିଗତ ୩ ବର୍ଷରେ ଦେଶରେ ୩୦୭ ହାତୀଙ୍କ ମୃତ୍ୟୁ ହୋଇଛି।  ବିଦ୍ୟୁତ ଆଘାତ କାରଣରୁ ୨୨୨ ହାତୀଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଓଡିଶାରେ ୪୧, ତାମିଲନାଡୁରେ ୩୪ ଏବଂ ଆସାମରେ ୩୩ ହାତୀଙ୍କ ମୃତ୍ୟୁ ହୋଇଛି। ଟ୍ରେନ ଦୁର୍ଘଟଣାରେ ୪୫ ହାତୀଙ୍କ ମୃତ୍ୟୁ ହୋଇଛି। ୨୯ ହାତୀ ଶିକାରୀ ଆକ୍ରମଣ ଏବଂ ୧୧ ହାତୀ ବିଷ  କାରଣରୁ ପ୍ରାଣ ହରାଇଛନ୍ତି।


Also Read: ଦେଶରେ ଦେଖଗଲା କଳା ଚିତା


Also Read: ଭାରତର ସଫଳତା: ବାଘ ସଂଖ୍ୟା ବୃଦ୍ଧିରେ ନୂତନ ଗିନିଜ୍ ରେକର୍ଡ ସ୍ଥାପନ