କଳା ଚିତା ଅର୍ଥାତ ବ୍ଲାକ ପାନ୍ଥର ହେଉଛି ଚିତାବାଘ ଏବଂ ଜାଗୁଆର ଆଦି ଜୀବ ଦ୍ୱୟର ଏକ ମେଲାନିଷ୍ଟିକ୍ ରଙ୍ଗ ପ୍ରକାର।
Trending Photos
ପାଣଜୀ: ଗୋଆସ୍ଥିତ ବନ୍ୟଜୀବ ଅଭୟାରଣ୍ୟରେ ଠାବ ହୋଇଛି କଳା ଚିତା ଅର୍ଥାତ ବ୍ଲାକ ପାନ୍ଥର। ସେଠାରେ ଲଗାଯାଇଥିବା କ୍ୟାମେରା ଫୁଟେଜ୍ ଜରିଆରେ ବ୍ଲାକ ପାନ୍ଥର ଠାବ ହୋଇଛି। କଳା ଚିତା ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟରେ ଅଧିକ କ୍ୟାମେରା ଲଗାଇବାକୁ ଗୋଆ ସରକାର ନିଷ୍ପତ୍ତି ନେଇଛନ୍ତି। ଗୋଆ ଜଙ୍ଗଲ ମନ୍ତ୍ରୀ ବିଶ୍ୱଜିତ ରାଣେ ଏ ସମ୍ପର୍କରେ ଜଣାଇଛନ୍ତି।
ଗୋଆ ଜଙ୍ଗଲ ବିଭାଗ ଗତ ଅପ୍ରେଲ ୨୫ ତାରିଖରେ ରାଜ୍ୟର ଭଗବାନ୍ ମହାବୀର ବନ୍ୟପ୍ରାଣୀ ଅଭୟାରଣ୍ୟ ଠାରେ ଲଗାଯାଇଥିବା କ୍ୟାମେରା ଯୋଗେ ଏକ କଳା ଚିତାବାଘ ଦେଖିବାକୁ ପାଇଥିଲା। ଯାହାର ଫଟୋ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହି କଳା ଚିତାବାଘ ଜଙ୍ଗଲ ଅଞ୍ଚଳରେ ବୁଲୁଥିବା ଦେଖାଯାଇଥିଲା।
ରାଜ୍ୟରେ କଳା ଚିତା ବାଘ ମିଳିବା ଘଟଣାରେ ଟ୍ୱିଟ କରି ଗୋଆ ଜଙ୍ଗଲ ମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି ଏକ କଳା ଚିତାବାଘର ଏକ ଚମତ୍କାର ଝଲକ ଦେଖିବାକୁ ମିଳିଛି। ଏହି କଳା ଚିତାବାଘର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ମୁଁ ବିଭାଗକୁ ନିର୍ଦ୍ଦେଶ ଦେଇଛି। ମହାବୀର ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏହି ବ୍ଲାକ ପାନ୍ଥର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମହାବୀର ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅଧିକ କ୍ୟାମେରା ଲଗାଯିବ।
Also Read: ଭାରତର ସଫଳତା: ବାଘ ସଂଖ୍ୟା ବୃଦ୍ଧିରେ ନୂତନ ଗିନିଜ୍ ରେକର୍ଡ ସ୍ଥାପନ
କଳା ଚିତା ଅର୍ଥାତ ବ୍ଲାକ ପାନ୍ଥର ହେଉଛି ଚିତାବାଘ ଏବଂ ଜାଗୁଆର ଆଦି ଜୀବ ଦ୍ୱୟର ଏକ ମେଲାନିଷ୍ଟିକ୍ ରଙ୍ଗ ପ୍ରକାର। ଉଭୟ ପ୍ରଜାତିର କଳା ପାନ୍ଥର ଦେହରେ ଅଧିକ କଳା ରଙ୍ଗ ରହିଥାଏ। ବାଘ, ଚିତାବାଘ, ଜାଗୁଆର, ପୁମା, ବଣଭୂଆ, କଳା ଚିତା ଅର୍ଥାତ ବ୍ଲାକ ପାନ୍ଥର ହେଉଛନ୍ତି ଗୋଟିଏ ପ୍ରଜାତିର ଜୀବ।