Tirupati Temple Stampede: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ମନ୍ଦିରରେ ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନର ଟିକେଟ୍ ପାଇଁ ଦଳଚକଟା ହେବା ଯୋଗୁ ଏଭଳି ଘଟଣା ଘଟିଛି। 

 



 

ମିଳିଥିବା ସୂଚନା ଅନୁସାରେ, ବୈକୁଣ୍ଠ ଦ୍ୱାର ଦର୍ଶନ କରିବାକୁ ବୁଧବାର ସକାଳୁ ପାଖାପାଖି ୪ ହଜାର ଲୋକେ ଭକ୍ତ ଟିକେଟ ଧାଡ଼ି ଲଗାଇଥିଲେ। ତେବେ ଟୋକେନ୍ ବଣ୍ଟନ ପାଇଁ ଭକ୍ତମାନଙ୍କୁ ବାଇରାଗୀ ପଟ୍ଟିଦା ପାର୍କରେ ଧାଡ଼ି ଲଗାଇଭାକୁ କୁହାଯିବାରୁ ଏହି ଘଟଣା ଘଟିଥିଲା ଦଳଚକଟା ପରେ ସେଠାରେ ପ୍ରଭଳ ହୋହଲ୍ଲା ହୋଇଥିଲା। ମଲ୍ଲିକା ନାମକ ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। 

 

ଦଳାଚକଟା ଘଟଣା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ଚେୟାରମ୍ୟାନ୍ ବି.ଆର ନାଇଡୁ ବର୍ତ୍ତମାନ ଏକ ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକ ସରିବା ପରେ ସେ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସମ୍ବୋଧିତ କରିବେ।