ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ମୌସୁମୀ ଜନିତ ବର୍ଷା। ଉତ୍ତର ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ଏହି ରାଜ୍ୟରେ ଭାରୀ ବର୍ଷା ହେବା କାରଣରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା କାରଣରୁ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି।   


COMMERCIAL BREAK
SCROLL TO CONTINUE READING

ସଦ୍ୟ ଉତ୍ତରାଖଣ୍ଡର (Uttrakhand) ରାଜଧାନୀ ଡେରାଡୁନ (Dehradun) ଜିଲ୍ଲାରୁ ଆସିଛି ଏପରି ଏକ ଭିଡି଼ଓ। ଯେଉଁଥିରେ ଦେଖିବାକୁ ମିଳିଛି ନିଜ ଜୀବନକୁ ବାଜି ଲଗାଇ ଲୋକେ ଏଠାରେ ଅବସ୍ଥିତ ଥିବା ଏକ ପୋଲକୁ ଅତିକ୍ରମ କରୁଛନ୍ତି। ଏହି ଜିଲ୍ଲାରେ ଅବସ୍ଥିତ ଅମଲୱା ନଦୀ (Amlawa River) ଉପରେ ନିର୍ମିତ ପୋଲରେ ଦ୍ରୁତ ବେଗରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ଅତି ବିପଦଜନକ ଭାବେ ଏହାକୁ ଅତିକ୍ରମ କରୁଛନ୍ତି। ଯଦିଓ ସମସ୍ତ ଲୋକ ସୁରକ୍ଷିତ ଭାବେ ପୋଲ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।  



ମଙ୍ଗଳବାର ଉତ୍ତରାଖଣ୍ଡରେ ଭାରୀ ବର୍ଷା ହେବା ନେଇ ପୂର୍ବାନୁମାନ କରିବା ସହ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ଭାରତୀୟ ପାଣିପାଗ ବିଭାଗ- ଆଇଏମଡି (India Meteorological Department-IMD)। ସାମ୍ଭାବ୍ୟ ବର୍ଷା କାରଣରୁ ଘରେ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି।


Also Read: ବାଦଲ ଫଟା ବର୍ଷାରେ ଧ୍ୱସ୍ତବିଧ୍ୱସ୍ତ Himachal Pradesh; ରାସ୍ତାରେ ଭାସିଗଲା ଗାଡି


ଗତ ସୋମବାର ରାଜ୍ୟର ଚମୋଲି ଜିଲ୍ଲାର ଥରାଲି-ଗ୍ୱାଲଦମ ଅଞ୍ଚଳରେ ଭାରୀ ବର୍ଷା କାରଣରୁ ଜଣେ ବାଇକ ଆରୋହୀ ଏକ ନାଳରେ ଭାସିଯାଇଛି। ଏ ଘଟଣାରେ ପ୍ରତିକ୍ରିୟା ରଖି ଥରାଲି ଥାନା ପ୍ରଭାରୀ ଧ୍ୱଜବୀର ସିଂହ କହିଛନ୍ତି ଏହି ବାଇକ ଲୋଟ୍ଟି ନାଳକୁ ପାର କରିବାକୁ ଚେଷ୍ଟା କରିବା ସମୟରେ ନିୟନ୍ତ୍ରଣ ହରାଇବାରୁ ବର୍ଷା ଜଳରେ ଭାସିଯାଇଥିଲା। ଏ ଘଟଣା ବାବଦରେ ଲୋକଙ୍କ ଠାରୁ ଖବର ମିଳିବା ପରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ବାଇକ ଆରୋହୀଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।