ବାଦଲ ଫଟା ବର୍ଷାରେ ଧ୍ୱସ୍ତବିଧ୍ୱସ୍ତ Himachal Pradesh; ରାସ୍ତାରେ ଭାସିଗଲା ଗାଡି
Advertisement

ବାଦଲ ଫଟା ବର୍ଷାରେ ଧ୍ୱସ୍ତବିଧ୍ୱସ୍ତ Himachal Pradesh; ରାସ୍ତାରେ ଭାସିଗଲା ଗାଡି

ରାଜ୍ୟର ଧର୍ମଶାଳା ଠାରେ ୧୧୯ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଚଳିତ ବର୍ଷ ମୌସୁମୀ ଋତୁରେ ଏହା ସବୁ ଠାରୁ ଅଧିକ ବର୍ଷା ବୋଲି କୁହାଯାଉଛି।

ବାଦଲ ଫଟା ବର୍ଷାରେ ଧ୍ୱସ୍ତବିଧ୍ୱସ୍ତ Himachal Pradesh; ରାସ୍ତାରେ ଭାସିଗଲା ଗାଡି

ନୂଆଦିଲ୍ଲୀ: ବାଦଲ ଫଟା ବର୍ଷାରେ ଥରହର ହୋଇଉଠିଛି ଉତ୍ତର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ। ସୋମବାର ରାଜ୍ୟର ଧର୍ମଶାଳା ଜିଲ୍ଲାରେ ଭାରୀ ବର୍ଷା ହେବା କାରଣରୁ ରାସ୍ତାରେ ଥୁଆ ହୋଇଥିବା ଅନେକ ଗାଡି କାଗଜ ଡ଼ଙ୍ଗା ଭଳି ଭାସିଯିବା ସହ ସେଠାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।     

ସୋମବାର ଉତ୍ତର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ମ୍ୟାକଲୋଡଗଞ୍ଜ (Mcleodganj) ଅଞ୍ଚଳରେ ଅବସ୍ଥିତ ଭାଗସୁ ଗ୍ରାମରେ ବାଦଲ ଫାଟିଯିବା (Cloud Burst) କାରଣରୁ ରାସ୍ତାରେ ଥୁଆ ହୋଇଥିବା ଗାଡି ପ୍ରବଳ ବର୍ଷା (Torrential Rain) ହେବା ଫଳରେ କାଗଜ ଡଙ୍ଗା ଭଳି ଭାସିଯାଇଥିଲା। ଏଠାରେ ଅବସ୍ଥିତ ଥିବା ହୋଟେଲ ମଧ୍ୟ ବର୍ଷା ଫଳରେ କ୍ଷତିଗ୍ରସ୍ତ ହୋଇଛି।

Also Read: ଫାଟିଗଲା ବାଦଲ, ଭାଙ୍ଗିଗଲା ସଡ଼କ, ଘରେ ପଶିଗଲା ବନ୍ୟାଜଳ, Watch Video

ଏହି ଅଞ୍ଚଳରେ ଗତ କାଲି ରାତିରୁ ବର୍ଷା ହେବା ଆରମ୍ଭ ହୋଇଯାଇଥିଲା। ରାଜ୍ୟର ଧର୍ମଶାଳା (Dharamshala) ଠାରେ ୧୧୯ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।  ଚଳିତ ବର୍ଷ ମୌସୁମୀ ଋତୁରେ ଏହା ସବୁ ଠାରୁ ଅଧିକ ବର୍ଷା ବୋଲି କୁହାଯାଉଛି। ଭାରୀ ବର୍ଷା କାରଣରୁ ଏହି ପାହାଡିଆ ରାଜ୍ୟରେ ଭୂସ୍ଖଳନ (Landslide) ହେବା ଫଳରେ ମଣ୍ଡି (Mandi) ଠାରୁ କୁଲ୍ଲୁ (Kullu) ପର୍ଯ୍ୟନ୍ତ ଯୋଗାଯୋଗ କରୁଥିବା ରାସ୍ତା ଏବଂ ମଣ୍ଡି-କଟୌଲା ମାର୍ଗ (Mandi-Kataula Marg) ମଧ୍ୟ ବନ୍ଦ ହୋଇଯାଇଛି।  

ଭାରୀ ବର୍ଷା କାରଣରୁ ରାଜ୍ୟରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏବଂ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହଙ୍କ (Amit Shah) ସହ ଆଲୋଚନା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ (Himachal Pradesh Chief Minister) ଜୟରାମ ଠାକୁର (HP CM Jai Ram Thakur) । ବର୍ଷା କାରଣରୁ ହୋଇଥିବା କ୍ଷୟକ୍ଷତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।  

ଏ ଘଟଣାରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରୀ ବର୍ଷା କାରଣରୁ ହିମାଚଳ ପ୍ରଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ନଜର ରଖାଯାଇଛି। ହିମାଚଳ ସରକାରଙ୍କୁ ଯଥା ସମ୍ଭବ ସରକାରୀ ସହାୟତା ପ୍ରଦାନ କରାଯାଉଛି। ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ଲାଗି ପ୍ରାର୍ଥନା କରୁଛି। ଭାରୀ ବର୍ଷା କାରଣରୁ ହୋଇଥିବା କ୍ଷୟକ୍ଷତି ବାବଦରେ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛି। ଉଦ୍ଧାର କାର୍ଯ୍ୟ ସେଠାରୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ପଠାଯିବ।