Indian Railway Service Charges: ଭାରତୀୟ ରେଳବାଇକୁ ଦେଶର ଜୀବନରେଖା କୁହାଯାଏ। କାରଣ ଏହା କେବଳ ଯାତ୍ରୀ ଏବଂ ସାମଗ୍ରୀ ପରିବହନ କରେ ନାହିଁ ବରଂ ଏହା ସମଗ୍ର ଦେଶକୁ ଏକ ସାଧାରଣ ସୂତ୍ରରେ ସଂଯୋଗ କରିଥାଏ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିଥାନ୍ତି। ଲୋକେ ପ୍ରାୟତଃ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ରେଳଯାତ୍ରା କରିଥାନ୍ତି। ଭାରତୀୟ ରେଳବାଇ ନିରନ୍ତର ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବାକୁ ଚେଷ୍ଟା କରିଥାଏ। ଯଦି ଆପଣ କେବେ ରେଳଯାତ୍ରା କରିଥିବେ ତାହେଲେ ଆପଣ ଜାଣିଥିବେ ଯେ ରେଳଗାଡ଼ିରେ ଅନେକ ପ୍ରକାର କୋଚ ରହିଥାଏ। ଏସି ଠାରୁ ସାଧାରଣ କୋଚ୍ ପର୍ଯ୍ୟନ୍ତ ଲୋକେ ସେମାନଙ୍କର ସୁବିଧା ଏବଂ ବଜେଟ୍ ଅନୁଯାୟୀ ଯାତ୍ରା କରିଥାନ୍ତି। ହେଲେ ବେଳେ ବେଳେ ରେଳଯାତ୍ରୀଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ ଶୀତଦିନେ ଯଦି ଟ୍ରେନ ଏସି କୋଚ ଏୟାର କଣ୍ଡିସନର ବନ୍ଦ ରହିଥାଏ ତାହେଲେ ରେଳବାଇ କ'ଣ ରେଳଯାତ୍ରୀଙ୍କ ଠାରୁ ଏହାର ଭଡ଼ା ନେଇଥାଏ?  


COMMERCIAL BREAK
SCROLL TO CONTINUE READING

ଆପଣ ଜାଣିଥିବେ ଏସି କୋଚ ଭଡା (AC Coach Fare) ସ୍ଲିପର (Sleeper Coach) ଏବଂ ସାଧାରଣ କୋଚ (General Coach) ଅପେକ୍ଷା ଅଧିକ ମହଙ୍ଗା ହୋଇଥାଏ। ଏହାର କାରଣ ହେଉଛି ଏଭଳି କୋଚ ମଧ୍ୟରେ ସ୍ଥାପିତ ହୋଇଥିବା ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା। ରେଳଯାତ୍ରୀ ବ୍ୟବହାର କରୁଥିବା ରେଳଗାଡି଼ରେ ଯେଉଁ ଏସି କୋଚ ରହିଥାଏ ତାହା ଶୀତତାପ ନିୟନ୍ତ୍ରିତ ହୋଇଥାଏ। ଟ୍ରେନ୍ କୋଚ୍ ଶୀତଳ (Air Cooled) ନୁହେଁ ଶୀତତାପ ନିୟନ୍ତ୍ରିତ (Air Conditioned)  ହୋଇଥାଏ। ଯାହାର ଅର୍ଥ ହେଉଛି ଟ୍ରେନ ର ଏସି କୋଚ ସମଗ୍ର କୋଚ କୁ ଖରା ଦିନେ ଥଣ୍ଡା ଏବଂ ଶୀତ ଦିନେ ଗରମ ରଖିଥାଏ।


ଖରା ଦିନେ ଯେତେବେଳେ ବାହ୍ୟ ତାପମାତ୍ରା ୪୦-୪୫ ଡିଗ୍ରୀ ରହିଥାଏ ସେତେବେଳେ କୋଚ୍ ଭିତରେ ଥିବା ତାପମାତ୍ରା ୨୦-୨୫ ଡିଗ୍ରୀ ସେଲସିୟସ ମଧ୍ୟରେ ରଖାଯାଏ। ଅପରପକ୍ଷେ ଶୀତ ଦିନେ ବାହାରେ ତାପମାତ୍ରା ୦ ଡିଗ୍ରୀ ହୋଇଯାଏ ସେତେବେଳେ ଟ୍ରେନ କୋଚ ଭିତର ଭାଗର ତାପମାତ୍ରା ୧୭-୨୧ ଡିଗ୍ରୀ ପର୍ଯ୍ୟନ୍ତ ରଖାଯାଏ। ଏହି କାରଣରୁ ଏସି ଟ୍ରେନ ଯୋଗେ ରେଳଯାତ୍ରା କରୁଥିବା ଯାତ୍ରୀ ଉଭୟ ଖରା କିମ୍ବା ଶୀତ ଦିନେ ଯାତ୍ରା କରିବା ସମୟରେ ଉଭୟ ସୁବିଧା ପାଇଥନ୍ତି।


Also Read: Indian Railway: ଦେଶରେ ଗଡ଼ିବ ଶାକାହାରୀ ଟ୍ରେନ


ଖରା ଦିନେ ବ୍ୟବହାର ହେଉଥିବା ଏସି ବାବଦରେ ଆପଣ ନିଶ୍ଚୟ ଜାଣିଥିବେ। ଯଦି ଆପଣ ଶୀତ ଦିନେ ଟ୍ରେନ ଏସି କୁ କେବେ ଦେଖନ୍ତି ତାହେଲେ ସେଠାରେ ଆପଣ ଉଷ୍ମତା ଅନୁଭବ କରିବେ। ଟ୍ରେନ ରେ ଶୀତଦିନେ ଏସି ରେ ସ୍ଥାପିତ ହିଟର ଚଲାଯାଏ ଏବଂ ଗରମ ପବନଚଳାଇ କୋଚ୍ ସାରା ପ୍ରବାହିତ କରାଯାଏ। ଟ୍ରେନ କୋଚ ରେ ଏକ ସ୍ୱତନ୍ତ୍ର ଧରଣର ହିଟର ସ୍ଥାପିତ ହୋଇଥାଏ।  ଯାହା ଆପଣଙ୍କ ଶରୀରକୁ ଶୁଷ୍କ କରେ ନାହିଁ। ହେଲେ ଘରେ ଲଗା ଯାଉଥିବା ହିଟର ଚର୍ମର ଆର୍ଦ୍ରତା ଅଦୃଶ୍ୟ କରିଦେଇଥାଏ।