ନୂଆଦିଲ୍ଲୀ: Train Cancelled List 10 September 2022: ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ ହଜାର ହଜାର ଟ୍ରେନ୍ (Trains) ଚଳାଯାଉଛି । ଏହି କାରଣରୁ ଏହାକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ବେଳେବେଳେ ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ  ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।


COMMERCIAL BREAK
SCROLL TO CONTINUE READING

ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ସେପ୍ଟେମ୍ୱର ୧୦ରେ ରେଲୱେ ମୋଟ ୧୮୪ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ମୋଟ ୫ଟି ଟ୍ରେନ୍ ରିଶିଡ୍ୟୁଲ କରିଛି ଓ ୨୬ଟି ଟ୍ରେନ୍ ଡାଇଭର୍ଟ ବା ସେମାନଙ୍କର ମାର୍ଗ ପରିବର୍ତ୍ତନ କରାଯାଇଛି । 


ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।


ଏହା ବି ପଢ଼ନ୍ତୁ:-'ନୀତିଶ କୁମାର ସାହସ ଦେଖାଇଛନ୍ତି', ଜାଣନ୍ତୁ କାହିଁକି ବିଜେପି ନେତ୍ରୀ ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀଙ୍କ କଲେ ଭୁରି ଭୁରି ପ୍ରଶଂସା


ଏହା ବି ପଢ଼ନ୍ତୁ:-ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବଡ଼ ଅଘଟଣ, ୧୫ ମୃତ


ଏହା ବି ପଢ଼ନ୍ତୁ:-ରକ୍ତରେ ଦ୍ରୁତ ଗତିରେ କୋଲେଷ୍ଟ୍ରଲ ବଢ଼ାଇଥାଏ ଏହି ୪ଟି ଖାଦ୍ୟ, ହୃଦଘାତକୁ ଏଡ଼ାଇବା ପାଇଁ ଆଜି ହିଁ ଛାଡ଼ନ୍ତୁ


 


ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 


ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି


ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।